ପରଲୋକରେ ‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷମା’ର ନଟୁ କାକା

The Sakala Picture
Published On

ମୁମ୍ବଇ : ଲୋକପ୍ରିୟ ହିନ୍ଦୀ କମେଡି ଧାରାବାହିକ ‘ତାରକ ମେହେଟ୍ଟା କା ଉଲ୍‌ଟା ଚଷମା’ କିଏ ବା ନ ଦେଖିଛି। ଅଗଣିତ ଦର୍ଶକଙ୍କ ଭଲ ପାଇବା କାରଣରୁ ଦେଶରେ ବେଶ ଲୋକପ୍ରିୟ ଏହି ଧାରାବାହିକ। ଏହି ଧାରାବାହିକରେ ଅଭିନୟ କରୁଥିବା ପ୍ରତିଟି ଅଭିନେତା ଦର୍ଶକମାନଙ୍କ ପାଖରେ ପରିଚିତ ରହିଥାନ୍ତି। ତେବେ ଏହି ଧାରାବାହିକର ଜଣେ ପରିଚିତ ଚେହେରା  ଘନଶ୍ୟାମ ନାଏକ ଓରଫ ନଟୁ କାକାଙ୍କର ପରଲୋକ ହୋଇଛି। ଘନଶ୍ୟାମ ଦୀର୍ଘ ଦିନ ହେଲା ରୋଗରେ ପଡ଼ିଥିଲେ। ଆଜି […]

ମୁମ୍ବଇ : ଲୋକପ୍ରିୟ ହିନ୍ଦୀ କମେଡି ଧାରାବାହିକ ‘ତାରକ ମେହେଟ୍ଟା କା ଉଲ୍‌ଟା ଚଷମା’ କିଏ ବା ନ ଦେଖିଛି। ଅଗଣିତ ଦର୍ଶକଙ୍କ ଭଲ ପାଇବା କାରଣରୁ ଦେଶରେ ବେଶ ଲୋକପ୍ରିୟ ଏହି ଧାରାବାହିକ। ଏହି ଧାରାବାହିକରେ ଅଭିନୟ କରୁଥିବା ପ୍ରତିଟି ଅଭିନେତା ଦର୍ଶକମାନଙ୍କ ପାଖରେ ପରିଚିତ ରହିଥାନ୍ତି। ତେବେ ଏହି ଧାରାବାହିକର ଜଣେ ପରିଚିତ ଚେହେରା  ଘନଶ୍ୟାମ ନାଏକ ଓରଫ ନଟୁ କାକାଙ୍କର ପରଲୋକ ହୋଇଛି। ଘନଶ୍ୟାମ ଦୀର୍ଘ ଦିନ ହେଲା ରୋଗରେ ପଡ଼ିଥିଲେ। ଆଜି ତାଙ୍କର ବିୟୋଗ ହୋଇଥିବା ଧାରାବାହିକର ପ୍ରଯୋଜକ ଅସୀତ ମୋଦି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ୍ ସମୟରେ ତିନି ଥର ଫେଲ୍ ହୋଇଥିଲେ ଅକ୍ଷୟ କୁମାର! ପିଲାଦିନର ସାଙ୍ଗ ଖୋଲିଲେ ଗୁମର

‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷମା’ର ମୁଖ୍ୟ ଅଭିନେତା ଜେଠାଲାଲ୍‌ଙ୍କ ଦୋକାନରେ କାମ କରୁଥିବା ନଟୁ କାକାଙ୍କ ସେଠ ଜୀ, ମେରା ପଗାର ବଢ଼ାଓ’ ଏହି ଡାଇଲଗଟି ଆଉ ଶୁଣିବାକୁ ମିଳିବ ନାହିଁ। ମୁହଁରେ ରଙ୍ଗମାରି ରଙ୍ଗମଞ୍ଚ ଅଭିନୟ କରୁଥିବା ଘନଶ୍ୟାମ ଆଜି ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି।କ୍ରମାଗତ ୧୩ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଆସିଥିବା ଅଭିନେତା ଘନଶ୍ୟାମ ନାଏକଙ୍କର ଆଜି ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସୂଚନା ଥାଉ କି ନଟୁ କାକା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ନଟୁ କାକା ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ । କିଛି ମାସ ପୂର୍ବରୁ ତାଙ୍କର ଦୁଇଟି ଅପରେସନ୍ ମଧ୍ୟ ହୋଇଥିଲା।

ଆହୁରି ପଢ଼ନ୍ତୁ: କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କ ପରଲୋକ: ୯୨ ବର୍ଷ ବୟସରେ ଆଖି ବୁଜିଲେ ସୁର ସାମ୍ରାଜ୍ଞୀ

ଆହୁରି ପଢ଼ନ୍ତୁ: ବନ୍ଦ ହେଲା ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ 'ଗୋର୍ଖା', ଜାଣନ୍ତୁ କାହିଁକି ଓହରିଗଲେ ଖିଲାଡି କୁମାର

03 Oct 2021 By The Sakala

ପରଲୋକରେ ‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷମା’ର ନଟୁ କାକା

ମୁମ୍ବଇ : ଲୋକପ୍ରିୟ ହିନ୍ଦୀ କମେଡି ଧାରାବାହିକ ‘ତାରକ ମେହେଟ୍ଟା କା ଉଲ୍‌ଟା ଚଷମା’ କିଏ ବା ନ ଦେଖିଛି। ଅଗଣିତ ଦର୍ଶକଙ୍କ ଭଲ ପାଇବା କାରଣରୁ ଦେଶରେ ବେଶ ଲୋକପ୍ରିୟ ଏହି ଧାରାବାହିକ। ଏହି ଧାରାବାହିକରେ ଅଭିନୟ କରୁଥିବା ପ୍ରତିଟି ଅଭିନେତା ଦର୍ଶକମାନଙ୍କ ପାଖରେ ପରିଚିତ ରହିଥାନ୍ତି। ତେବେ ଏହି ଧାରାବାହିକର ଜଣେ ପରିଚିତ ଚେହେରା  ଘନଶ୍ୟାମ ନାଏକ ଓରଫ ନଟୁ କାକାଙ୍କର ପରଲୋକ ହୋଇଛି। ଘନଶ୍ୟାମ ଦୀର୍ଘ ଦିନ ହେଲା ରୋଗରେ ପଡ଼ିଥିଲେ। ଆଜି ତାଙ୍କର ବିୟୋଗ ହୋଇଥିବା ଧାରାବାହିକର ପ୍ରଯୋଜକ ଅସୀତ ମୋଦି ସୂଚନା ଦେଇଛନ୍ତି।

‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷମା’ର ମୁଖ୍ୟ ଅଭିନେତା ଜେଠାଲାଲ୍‌ଙ୍କ ଦୋକାନରେ କାମ କରୁଥିବା ନଟୁ କାକାଙ୍କ ସେଠ ଜୀ, ମେରା ପଗାର ବଢ଼ାଓ’ ଏହି ଡାଇଲଗଟି ଆଉ ଶୁଣିବାକୁ ମିଳିବ ନାହିଁ। ମୁହଁରେ ରଙ୍ଗମାରି ରଙ୍ଗମଞ୍ଚ ଅଭିନୟ କରୁଥିବା ଘନଶ୍ୟାମ ଆଜି ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି।କ୍ରମାଗତ ୧୩ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଆସିଥିବା ଅଭିନେତା ଘନଶ୍ୟାମ ନାଏକଙ୍କର ଆଜି ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସୂଚନା ଥାଉ କି ନଟୁ କାକା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ନଟୁ କାକା ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ । କିଛି ମାସ ପୂର୍ବରୁ ତାଙ୍କର ଦୁଇଟି ଅପରେସନ୍ ମଧ୍ୟ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର