୧ ବର୍ଷ ପରେ ସକ୍ରିୟ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ ଆକାଉଣ୍ଟ

The Sakala Picture
Published On

ମୁମ୍ବାଇ: ଆଜି ବି ଲୋକମାନେ ବଲିଉଡ଼ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରି ନାହାଁନ୍ତି। ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଲୋକମାନଙ୍କ ସ୍ମୃତିରେ ସେ ଆଜିବି ଅଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ଲୋକମାନେ ସୋସିଆଲ ମିଡ଼ିଆରେ ତାଙ୍କୁ ଅନୁସରଣ କରୁଥିଲେ ଓ ତାଙ୍କ ପୁରୁଣା ପୋଷ୍ଟଗୁଡ଼ିକ ଦେଖି ଅନେକ ସମୟରେ ଭାବପ୍ରବଣ ହୋଇଯାଉଥିଲେ। ଦୀର୍ଘ ୧ ବର୍ଷ ପରେ ସୁଶାନ୍ତଙ୍କ ଫେସବୁକ ଆକାଉଣ୍ଟ ସକ୍ରିୟ ହୋଇଛି। […]

ମୁମ୍ବାଇ: ଆଜି ବି ଲୋକମାନେ ବଲିଉଡ଼ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରି ନାହାଁନ୍ତି। ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଲୋକମାନଙ୍କ ସ୍ମୃତିରେ ସେ ଆଜିବି ଅଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ଲୋକମାନେ ସୋସିଆଲ ମିଡ଼ିଆରେ ତାଙ୍କୁ ଅନୁସରଣ କରୁଥିଲେ ଓ ତାଙ୍କ ପୁରୁଣା ପୋଷ୍ଟଗୁଡ଼ିକ ଦେଖି ଅନେକ ସମୟରେ ଭାବପ୍ରବଣ ହୋଇଯାଉଥିଲେ। ଦୀର୍ଘ ୧ ବର୍ଷ ପରେ ସୁଶାନ୍ତଙ୍କ ଫେସବୁକ ଆକାଉଣ୍ଟ ସକ୍ରିୟ ହୋଇଛି। ଏହା ଲୋକମାନଙ୍କୁ ଯେତିକି ଆଶ୍ଚର୍ୟ୍ୟ ନ କରିଛି ସେତିକି ଭାବୁକ କରିଦେଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

ଆହୁରି ପଢ଼ନ୍ତୁ: ଆମୀର ଖାନ ଏବଂ ରଣବୀର କପୁରଙ୍କ ଉପରେ ମଧ୍ୟ ନଜର ରଖିଥିଲେ ସୁଟର, ଟାଇଗର ଶ୍ରଫ୍ ମାମଲାରେ ଆହୁରି ୩ ଗିରଫ

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଏକ ବର୍ଷରୁ ଅଧିକ ସମୟ ଅତିବାହିତ ହେଲାଣି। ସମ୍ପ୍ରତି ସ୍ୱର୍ଗତ ଅଭିନେତାଙ୍କ ଫେସବୁକ ଆକାଉଣ୍ଟ ହଠାତ ସକ୍ରିୟ ହୋଇଛି। ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ ପ୍ରୋଫାଇଲର ଫଟୋ ବଦଳାଯାଇଥିଲା ଯାହା ପ୍ରଶଂସକଙ୍କୁ ଆଶ୍ଚର୍ୟ୍ୟ କରିଥିଲା। ଫେସବୁକରେ ପ୍ରୋଫାଇଲ ପିକ ଅପଡ଼େଟ ହେବା ମାତ୍ରେ ପ୍ରଶଂସକମାନେ ପୁଣି ଭାବପ୍ରବଣ ହୋଇଯାଇଛନ୍ତି ଓ ସୋସିଆଲ ମିଡ଼ିଆରେ ପ୍ରଶଂସକମାନେ ତାଙ୍କୁ ମନେ ପକାଉଛନ୍ତି।

ସୂଚନାଯୋଗ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ସୋସିଆଲ ମିଡ଼ିଆ ଟିମ ତାଙ୍କ ଫେସବୁକ ପ୍ରୋଫାଇଲକୁ ଅପଡେଟ କରିଥିଲେ। ଏହା ଦେଖି ପ୍ରଶଂସକମାନେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ପ୍ରଶଂସକମାନେ ତାଙ୍କୁ ମନେ ପକାଉଛନ୍ତି ଓ ପ୍ରାର୍ଥନା କରୁଛନ୍ତି ଯେ କାସ ଆଜି ସେ ଆମ ସହିତ ଥାଆନ୍ତେ। ଜଣେ ପ୍ରଶଂସକ ଲେଖିଛନ୍ତି- ‘ମୁଁ ଭାବୁଛି ଯେ କାସ ଆପଣ ଆଜି ବଞ୍ଚିଥାନ୍ତେ।’ ଆଉ ଜଣେ ଲେଖିଛନ୍ତି- ‘କ୍ଷଣିକ ପାଇଁ ମୁଁ ଅନୁଭବ କଲି ଯେ ସେ ଫେରି ଆସିଛନ୍ତି।’ ଆଉ ଜଣେ ଲେଖିଛନ୍ତି- ‘କିମ୍ବଦନ୍ତୀ ସବୁଦିନ ପାଇଁ ବଞ୍ଚେ ।’ ଏଥି ସହିତ କିଛି ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, ଯେପରି ‘ମିସ୍ ୟୁ ସୁଶାନ୍ତ’ ଓ ‘ଦୟାକରି ଫେରି ଆସ’।

ଜୁନ ୧୪, ୨୦୨୦ ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ବାନ୍ଦ୍ରା ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ପ୍ରାରମ୍ଭିକ ଅନୁସନ୍ଧାନରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିବାବେଳେ ରିୟା ଦାବି କରିଥିଲେ ଯେ ସୁଶାନ୍ତ ଡିପ୍ରେସନର ଶିକାର ହୋଇଥିଲେ। ଅନ୍ୟପକ୍ଷରେ ସୁଶାନ୍ତଙ୍କ ପରିବାର ଓ ପ୍ରଶଂସକମାନେ କହିଛନ୍ତି ଯେ ଅଭିନେତାଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ଏହି ମାମଲାରେ ସିବିଆଇ ତଦନ୍ତ ଚାଲିଛି। ଗତ ଏକ ବର୍ଷ ଧରି ତାଙ୍କ ପ୍ରଶଂସକମାନେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp