ମୟୂରଭଞ୍ଜରୁ ମାୟାନଗରୀ : ସଲମାନ୍‌ଙ୍କ ‘ରାଧେ’ରେ ଓଡ଼ିଆ ଯୁବକ ରାମ ସିର୍କା

The Sakala Picture
Published On

ଛୋଟବେଳୁ ଅଭିନେତା ହେବାର ସ୍ବପ୍ନ ଥଲା, ଆଉ ସେହି ସ୍ବପ୍ନ ପାଇଁ ସେ ବହୁ ଘାତ ପ୍ରତିଘାତର ସାମ୍ନା କରି ବଲିଉଡରେ ପହଞ୍ଚି ପାରିଛନ୍ତି। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଜାତଳା ବ୍ଲକ ଅନ୍ତର୍ଗତ ଖନ୍ତର ଆଦିବାସୀ ଯୁବକ ରାମ ସିର୍କା ଏବେ ବଲିଉଡ୍‌ରେ ରାଜ୍‌ କରୁଛନ୍ତି। ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’ରେ ରାମ ଖଳନାୟକ ଭାବେ କାମ କରିବାର ସୁଯୋଗ ପାଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହାପୂର୍ବରୁ ସେ […]

ଛୋଟବେଳୁ ଅଭିନେତା ହେବାର ସ୍ବପ୍ନ ଥଲା, ଆଉ ସେହି ସ୍ବପ୍ନ ପାଇଁ ସେ ବହୁ ଘାତ ପ୍ରତିଘାତର ସାମ୍ନା କରି ବଲିଉଡରେ ପହଞ୍ଚି ପାରିଛନ୍ତି। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଜାତଳା ବ୍ଲକ ଅନ୍ତର୍ଗତ ଖନ୍ତର ଆଦିବାସୀ ଯୁବକ ରାମ ସିର୍କା ଏବେ ବଲିଉଡ୍‌ରେ ରାଜ୍‌ କରୁଛନ୍ତି। ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’ରେ ରାମ ଖଳନାୟକ ଭାବେ କାମ କରିବାର ସୁଯୋଗ ପାଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହାପୂର୍ବରୁ ସେ ‘ମର୍ଦକୋ ଦର୍ଦ ନହିଁ ହୋତା’, ‘ଦବଙ୍ଗ-ଥ୍ରି’ରେ କାମ କରିଥିଲେ ରାମ। କେବଳ ରାମ ଜଣେ ଅଭିନେତା ନୁହଁନ୍ତି ସେ ବଲିଉଡ୍‌ରେ ଜଣେ ଫିଟନେସ୍‌ ଟ୍ରେନର୍ ଭାବେ ମଧ୍ୟ ବେଶ୍‌ ଜଣାଶୁଣା।

ଆହୁରି ପଢ଼ନ୍ତୁ: ୧୦ ବର୍ଷର ନାବାଳିକାର ହତ୍ୟା ପରେ ପୋଲିସର ହସ! ଆଇପିଏସ ଅଫିସରଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ କୁନିକା ସଦାନନ୍ଦ

ରାମଙ୍କ ପିତାମାତା ପୂର୍ବରୁ ଜାମସେଦପୁରର ଟେଲ୍କୋ ନିକଟସ୍ଥ ଗାଧାରା ବସ୍ତି(ନୟାଟୋଲା)ରେ ରହୁଥିଲେ । ଏବେ ସେମାନେ ମୟୁରଭଞ୍ଜର ଖନ୍ତ ଗାଁରେ ରହୁଛନ୍ତି। ଝାରଖଣ୍ଡର ନାଜରେଥ୍ ବିଦ୍ୟା ନିକେତନ ହାଇସ୍କୁଲ୍‌ରେ ପଢ଼ୁଥିବାବେଳେ ସେ ସମୟରେ ମାସକୁ ୧୦ ଟଙ୍କା ବିନିମୟରେ ଟାଇକୋଣ୍ଡୋ ଓ ଉସୁ ଶିଖିଥିଲେ। ଜାମସେଦପୁରସ୍ଥିତ କରିମ୍ ସିଟି କଲେଜରୁ ୨୦୦୩ ମସିହାରେ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିଥିଲେ। ପିଲାଦିନରୁ ସେ ଜଣେ ଅଭିନେତା ହେବା ଲକ୍ଷ୍ୟ କରିଥିଲେ। ରାମ ଯୁକ୍ତ ଦୁଇ ପାସ୍ ପରେ ରୋଜଗାର ଆଶାରେ ମୁମ୍ବାଇ ଚାଲି ଯାଇଥିଲେ। ମୁମ୍ବାଇରେ ‘ବଲିଉଡ଼୍ ଡ୍ରିମ୍ସ ଏକାଡ଼େମୀ’ରୁ ଅଭିନୟ ଶିକ୍ଷା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: "ମୁଁ ସମ୍ପୂର୍ଣ୍ଣ ଲଣ୍ଡା, ଏହା ଏକ ୱିଗ୍": ବାଇପୋଲାର୍ ଡିଜଅର୍ଡର ଔଷଧ ଯୋଗୁଁ କେଶ ହରାଇବା ନେଇ ୟୋ ୟୋ ହନି ସିଂହଙ୍କ ଖୁଲାସା

ତିନି ମାସର ଅଭିନୟ ଶିକ୍ଷା ପରେ ଗଣେଶ ହିୱାରକର ନାମକ ଜଣେ କୋରିଓଗ୍ରାଫର ତାଙ୍କର ରହିବାର ବ୍ୟବସ୍ଥା କରାଇଥିଲେ। ବର୍ଷେ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳିଲା ନାହିଁ। ପରେ ପରେ ମାର୍ଶାଲ୍ ଆର୍ଟ ଶିଖିଥିବାରୁ ସେ ମୁମ୍ବାଇରେ ରହି ସେଲିବ୍ରେଟିମାନଙ୍କର ଫିଟନେସ୍‌ ଟ୍ରେନର ରୂପେ କାର୍ଯ୍ୟ କଲେ। ବିବେକ ଓବରାୟ, ନିଲିମା ଆଜମି, ସାହିଦ୍ କାପୁର ପ୍ରମୁଖ ବଲିଉଡ଼୍ ତାରକାମାନଙ୍କର ସେ ଫିଟନେସ୍‌ ଟ୍ରେନର ଭାବେ କାମ କରିଛନ୍ତି। ‘ଶିବାସ ରିଡେମ୍ପସନ୍‌’, ‘ଦ କୁମ୍ପୁଂ ମାଷ୍ଟର’ ଏବଂ ‘ଆକ୍ସନ ହିରୋ ବୁଜୁ’ରେ ମଧ୍ୟ ତାଙ୍କ ଆକ୍ସନର ଜଲୱା ଦେଖାଇଛନ୍ତି। ଏକାଧିକ ରିଅଲିଟି ଶୋ’ ଓ ଧାରାବାହିକରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି ରାମ।

ଆହୁରି ପଢ଼ନ୍ତୁ: ମଲାଇକା ଅରୋରାଙ୍କୁ ପୁଣି ପ୍ରେମ! ୩୩ ବର୍ଷୀୟ ବିଜନେସମ୍ୟାନ୍ ହର୍ଷ ମେହେଟ୍ଟାଙ୍କ ସହ ଡେଟିଂ ଚର୍ଚ୍ଚା

26 Mar 2021 By The Sakala

ମୟୂରଭଞ୍ଜରୁ ମାୟାନଗରୀ : ସଲମାନ୍‌ଙ୍କ ‘ରାଧେ’ରେ ଓଡ଼ିଆ ଯୁବକ ରାମ ସିର୍କା

ଛୋଟବେଳୁ ଅଭିନେତା ହେବାର ସ୍ବପ୍ନ ଥଲା, ଆଉ ସେହି ସ୍ବପ୍ନ ପାଇଁ ସେ ବହୁ ଘାତ ପ୍ରତିଘାତର ସାମ୍ନା କରି ବଲିଉଡରେ ପହଞ୍ଚି ପାରିଛନ୍ତି। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଜାତଳା ବ୍ଲକ ଅନ୍ତର୍ଗତ ଖନ୍ତର ଆଦିବାସୀ ଯୁବକ ରାମ ସିର୍କା ଏବେ ବଲିଉଡ୍‌ରେ ରାଜ୍‌ କରୁଛନ୍ତି। ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’ରେ ରାମ ଖଳନାୟକ ଭାବେ କାମ କରିବାର ସୁଯୋଗ ପାଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହାପୂର୍ବରୁ ସେ ‘ମର୍ଦକୋ ଦର୍ଦ ନହିଁ ହୋତା’, ‘ଦବଙ୍ଗ-ଥ୍ରି’ରେ କାମ କରିଥିଲେ ରାମ। କେବଳ ରାମ ଜଣେ ଅଭିନେତା ନୁହଁନ୍ତି ସେ ବଲିଉଡ୍‌ରେ ଜଣେ ଫିଟନେସ୍‌ ଟ୍ରେନର୍ ଭାବେ ମଧ୍ୟ ବେଶ୍‌ ଜଣାଶୁଣା।

ରାମଙ୍କ ପିତାମାତା ପୂର୍ବରୁ ଜାମସେଦପୁରର ଟେଲ୍କୋ ନିକଟସ୍ଥ ଗାଧାରା ବସ୍ତି(ନୟାଟୋଲା)ରେ ରହୁଥିଲେ । ଏବେ ସେମାନେ ମୟୁରଭଞ୍ଜର ଖନ୍ତ ଗାଁରେ ରହୁଛନ୍ତି। ଝାରଖଣ୍ଡର ନାଜରେଥ୍ ବିଦ୍ୟା ନିକେତନ ହାଇସ୍କୁଲ୍‌ରେ ପଢ଼ୁଥିବାବେଳେ ସେ ସମୟରେ ମାସକୁ ୧୦ ଟଙ୍କା ବିନିମୟରେ ଟାଇକୋଣ୍ଡୋ ଓ ଉସୁ ଶିଖିଥିଲେ। ଜାମସେଦପୁରସ୍ଥିତ କରିମ୍ ସିଟି କଲେଜରୁ ୨୦୦୩ ମସିହାରେ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିଥିଲେ। ପିଲାଦିନରୁ ସେ ଜଣେ ଅଭିନେତା ହେବା ଲକ୍ଷ୍ୟ କରିଥିଲେ। ରାମ ଯୁକ୍ତ ଦୁଇ ପାସ୍ ପରେ ରୋଜଗାର ଆଶାରେ ମୁମ୍ବାଇ ଚାଲି ଯାଇଥିଲେ। ମୁମ୍ବାଇରେ ‘ବଲିଉଡ଼୍ ଡ୍ରିମ୍ସ ଏକାଡ଼େମୀ’ରୁ ଅଭିନୟ ଶିକ୍ଷା ଆରମ୍ଭ କରିଥିଲେ।

ତିନି ମାସର ଅଭିନୟ ଶିକ୍ଷା ପରେ ଗଣେଶ ହିୱାରକର ନାମକ ଜଣେ କୋରିଓଗ୍ରାଫର ତାଙ୍କର ରହିବାର ବ୍ୟବସ୍ଥା କରାଇଥିଲେ। ବର୍ଷେ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳିଲା ନାହିଁ। ପରେ ପରେ ମାର୍ଶାଲ୍ ଆର୍ଟ ଶିଖିଥିବାରୁ ସେ ମୁମ୍ବାଇରେ ରହି ସେଲିବ୍ରେଟିମାନଙ୍କର ଫିଟନେସ୍‌ ଟ୍ରେନର ରୂପେ କାର୍ଯ୍ୟ କଲେ। ବିବେକ ଓବରାୟ, ନିଲିମା ଆଜମି, ସାହିଦ୍ କାପୁର ପ୍ରମୁଖ ବଲିଉଡ଼୍ ତାରକାମାନଙ୍କର ସେ ଫିଟନେସ୍‌ ଟ୍ରେନର ଭାବେ କାମ କରିଛନ୍ତି। ‘ଶିବାସ ରିଡେମ୍ପସନ୍‌’, ‘ଦ କୁମ୍ପୁଂ ମାଷ୍ଟର’ ଏବଂ ‘ଆକ୍ସନ ହିରୋ ବୁଜୁ’ରେ ମଧ୍ୟ ତାଙ୍କ ଆକ୍ସନର ଜଲୱା ଦେଖାଇଛନ୍ତି। ଏକାଧିକ ରିଅଲିଟି ଶୋ’ ଓ ଧାରାବାହିକରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି ରାମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର