ଫିଲ୍ମ ନିର୍ମାତାଙ୍କୁ ଟାଣୁଛି କୋରାପୁଟ : ଦେଓମାଳି ଆସିବେ ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା

The Sakala Picture
Published On

କୋରାପୁଟ : ଏକଦା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ କୋରାପୁଟ ଜିଲ୍ଲା ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ଆଗାମୀ ଦିନରେ ଦେଓମାଳିକୁ ସୁଟିଂ ପାଇଁ ଟଲିଉଡ୍‌ ଅଭିନେତା ସୁପରଷ୍ଟାର୍‌ ମହେଶ ବାବୁ, ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଏସ୍ଏସ୍. ରାଜାମୌଲି ଆସିବା ଏହାର ପ୍ରମାଣ। ଶ୍ରୀ ରାଜାମୌଲି ଦେଓମାଳିରେ ଉଭୟ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ […]

କୋରାପୁଟ : ଏକଦା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ କୋରାପୁଟ ଜିଲ୍ଲା ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ଆଗାମୀ ଦିନରେ ଦେଓମାଳିକୁ ସୁଟିଂ ପାଇଁ ଟଲିଉଡ୍‌ ଅଭିନେତା ସୁପରଷ୍ଟାର୍‌ ମହେଶ ବାବୁ, ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଏସ୍ଏସ୍. ରାଜାମୌଲି ଆସିବା ଏହାର ପ୍ରମାଣ। ଶ୍ରୀ ରାଜାମୌଲି ଦେଓମାଳିରେ ଉଭୟ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଚଳିତ ମାସ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଓମାଳିରେ ଫିଲ୍ମ ସୁଟିଂ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଶ୍ରୀ ରାଜାମୌଲିଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି। ମହେଶ ବାବୁ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ଉକ୍ତ ସିନେମା ଦେଓମାଳି ସମେତ ଜିଲ୍ଲାର ଆଉ କେତେକ ସ୍ଥାନରେ ସୁଟିଂ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବଲିଉଡ ଅଭିନେତା ଇମ୍ରାନ ଖାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍, ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ମୁମ୍ବାଇ ପୋଲିସର ନିର୍ଦ୍ଦେଶ

ଦିନ ଥିଲା, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା, ଲମତାପୁଟ, ନାରାୟଣପାଟଣା, ପଟ୍ଟାଙ୍ଗି, ନନ୍ଦପୁର, ସେମିଳିଗୁଡା ବ୍ଲକ ମାଓପ୍ରବଣ ଭାବେ ପରିଚିତ ହେଉଥିଲା। କିନ୍ତୁ ଆଜି ସମୟ ବଦଳିବା ସହ ମାଓ ଅଧ୍ୟୁଷିତ ଅଞ୍ଚଳରେ ସାମଗ୍ରିକ ବିକାଶ ହୋଇଛି। ସାଧାରଣ ନାଗରିକ ନିର୍ଭୟରେ ସେହି ଅଞ୍ଚଳରେ ଚଳପ୍ରଚଳ କରି ପାରୁଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ପୁଲିସ ମାଓ ଦମନରେ ଉଲ୍ଲେଖନୀୟ ସଫଳତା ହାସଲ ପରେ ମାଓ ଅଧ୍ୟୁଷିତ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟଟନର ବିକାଶ ହୋଇଛି। ତେଣୁ ଏସବୁ ସ୍ଥାନ ଏବେ ଫିଲ୍ମ ନିର୍ମାତାମାନଙ୍କୁ ଆକର୍ଷିତ କରୁଛି।

ଆହୁରି ପଢ଼ନ୍ତୁ: ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି: ପାସପୋର୍ଟ ଫେରାଇ CJI କହିଲେ- 'ଯାଆନ୍ତୁ, ଟଙ୍କା ରୋଜଗାର କରନ୍ତୁ ଆଉ ଋଣ ଶୁଝନ୍ତୁ'

ଗତ କିଛି ବର୍ଷ ହେବ ମାଛକୁଣ୍ଡ ନିକଟ ଡୁଡୁମା ଜଳପ୍ରପାତ, ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଣୀ ଡୁଡୁମା, ପଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓମାଳି ପର୍ବତରେ ଅନେକ ତେଲୁଗୁ, ହିନ୍ଦୀ, ଓଡ଼ିଆ ସିନେମା ସୁଟିଂ ହୋଇଛି। ଜିଲ୍ଲାର ପର୍ଯ୍ୟଟନ ସ୍ଥଳଗୁଡ଼ିକ ମଧ୍ୟରେ ବର୍ତ୍ତମାନ ଦେଓମାଳିକୁ ରାଜ୍ୟ ଓ ରାଜ୍ୟ ବାହାରୁ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ବେଳେ ଫିଲ୍ମ ନିର୍ମାତାମାନଙ୍କର ମଧ୍ୟ ଲାଇନ୍ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp