ପୁଣି ବିବାଦୀୟ ରିଭ୍ୟୁ ଦେଇ ଚର୍ଚ୍ଚାରେ KRK: ସଲମାନଖାନଙ୍କ ପରେ ବିଦ୍ୟା ବାଲାନଙ୍କ ଅଭିନିତ ଫିଲ୍ମ ‘ଶେରନୀ’କୁ କଲେ ସମାଲୋଚନା, କହିଲେ ମୁଁ ଛୋଟ ଫିଲ୍ମ ଦେଖେ ନାହିଁ

The Sakala Picture
Published On

ବିଦ୍ୟା ବାଲାନଙ୍କ ଫିଲ୍ମ ‘ଶେରନୀ’ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଫିଲ୍ମଟିକୁ ଦର୍ଶକ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି। ଏଥି ସହିତ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିବା ବେଳେ ଅଭିନେତା ତଥା ଚଳଚ୍ଚିତ୍ର ସମୀକ୍ଷକ କମଲ ରସିଦ ଖାନ(KRK) ‘ଶେରନୀ’ ଚଳଚ୍ଚିତ୍ରକୁ ବିବାଦୀୟ ମନ୍ତବ୍ୟ ଦେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କର ବିବାଦୀୟ ବିବୃତ୍ତି ପାଇଁ ଜଣାଶୁଣା। ନିଜର ବିବାଦୀୟ ମନ୍ତବ୍ୟ […]

ବିଦ୍ୟା ବାଲାନଙ୍କ ଫିଲ୍ମ ‘ଶେରନୀ’ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଫିଲ୍ମଟିକୁ ଦର୍ଶକ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି। ଏଥି ସହିତ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିବା ବେଳେ ଅଭିନେତା ତଥା ଚଳଚ୍ଚିତ୍ର ସମୀକ୍ଷକ କମଲ ରସିଦ ଖାନ(KRK) ‘ଶେରନୀ’ ଚଳଚ୍ଚିତ୍ରକୁ ବିବାଦୀୟ ମନ୍ତବ୍ୟ ଦେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କର ବିବାଦୀୟ ବିବୃତ୍ତି ପାଇଁ ଜଣାଶୁଣା। ନିଜର ବିବାଦୀୟ ମନ୍ତବ୍ୟ ପାଇଁ ପ୍ରସିଦ୍ଧ KRK, ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସୁଛନ୍ତି। ଅଭିନେତା ସଲମାନ ଖାନ, ମିକା ସିଂଙ୍କ ପରେ ବର୍ତ୍ତମାନ KRK ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସହ ପଙ୍ଗା ନେଇଛନ୍ତି। ବିଦ୍ୟାଙ୍କ ଫିଲ୍ମ ‘ଶେରନୀ’କୁ ସେ ନଜର ଅନ୍ଦାଜ କରିଛନ୍ତି। ବେକାର ଚଳଚ୍ଚିତ୍ର ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କ ପରଲୋକ: ୯୨ ବର୍ଷ ବୟସରେ ଆଖି ବୁଜିଲେ ସୁର ସାମ୍ରାଜ୍ଞୀ

ବିଦ୍ୟା ବାଲାନଙ୍କ ଫିଲ୍ମ ‘ଶେରନୀ’ ଏକ କ୍ଷୁଦ୍ର ଚଳଚ୍ଚିତ୍ର ବୋଲି KRK ଟ୍ୱିଟ କରି କହିଛନ୍ତି। ଏହା ସହିତ KRK ଏହି ଫିଲ୍ମକୁ ପରିହାସ କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି ଯେ,  ‘ଅନେକ ଲୋକ ମୋତେ ‘ଶେରନୀ’ ଫିଲ୍ମର ସମୀକ୍ଷା କରିବାକୁ କହୁଛନ୍ତି। ଦୟାକରି ଧ୍ୟାନ ଦିଅନ୍ତୁ, ମୁଁ ଏହିପରି କ୍ଷୁଦ୍ର ଚଳଚ୍ଚିତ୍ର ଦେଖେ ନାହିଁ କିମ୍ବା ସମୀକ୍ଷା କରେ ନାହିଁ କିମ୍ବା ସେଗୁଡ଼ିକ ବିଷୟରେ କଥାବାର୍ତ୍ତା କରେ ନାହିଁ । କାରଣ ମୁଁ #ThebrandKRK ଦୁନିଆର ଏକ ନମ୍ବର ସମାଲୋଚକ ।

KRKଙ୍କ ର ଏହି ମନ୍ତବ୍ୟରେ ବିଦ୍ୟା ବାଲାନଙ୍କ ପ୍ରଶଂସଙ୍କମାନେ ଅତ୍ୟଧିକ କ୍ରୋଧିତ ହୋଇଥିଲେ। ଏହା ପରେ ସେ KRK କୁ ବହୁତ ଗାଳି ଦେଇଥିଲେ। ଜଣେ ବିଦ୍ୟା ବାଲାନଙ୍କ ପ୍ରଶଂସକ KRKଙ୍କୁ କଡା ସମାଲୋଚନା କରିଛନ୍ତି। କହିଛନ୍ତି ଯେ, ‘ପ୍ରାଇମ୍ ଭିଡିଓ ସବସ୍କ୍ରିପସନ୍ ନାହିଁ ବୋଧେ, ଏହାକୁ ଏକ ଟେଲିଗ୍ରାମର ଲିଙ୍କ୍ ଦିଅ।’ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଜଣେ ସମାଲୋଚକ ଭାବରେ ତୁମେ ପ୍ରତ୍ୟେକ ଚଳଚ୍ଚିତ୍ରର ସମୀକ୍ଷା କରିବା ଉଚିତ୍। କୌଣସି ଚଳଚ୍ଚିତ୍ର ସମାଲୋଚକଙ୍କ ପାଇଁ ବହୁତ ବଡ କିମ୍ବା ଛୋଟ ନୁହେଁ, କିନ୍ତୁ ଆମେ ଜାଣୁ ଆପଣଙ୍କ ସହିତ ଏକ ସେଟ୍ ଏଜେଣ୍ଡା ଅଛି।

krk

ଉଲ୍ଲେଖନୀୟ କଥା ହେଉଛି, ସଲମାନ KRK ବିରୋଧରେ ମାନହାନି ମକଦ୍ଦମା ଦାୟର କରିବା ପରେ ମିକା ଯେତେବେଳେ ଦବଙ୍ଗ ଖାନଙ୍କୁ ସମର୍ଥନ କରିଥିଲେ ସେତେବେଳେ ମିକା ଏବଂ KRK ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହା ଉପରେ KRK ମିକାଙ୍କୁ ଏକ ଚିରକୁଟ ଗାୟକ ବୋଲି କହିଥିଲେ। ଏହି ବିଷୟରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

20 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର