‘ରୁହି’ରେ ଜାହ୍ନବୀଙ୍କ ହରର୍‌ ଲୁକ୍

The Sakala Picture
Published On

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ତାଙ୍କ ମା’ ଶ୍ରୀଦେବୀଙ୍କ ଭଳି ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବହୁତ କମ୍‌ ଦିନରେ ଜାହ୍ନବୀ ବଲିଉଡ୍‌ରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି। ‘ଧଡକ୍‌’ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଜାହ୍ନବୀ। ଏଥିରେ ତାଙ୍କର ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ରୁହି’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ଆସନ୍ତାକାଲି ଶିବରାତ୍ରୀ ଅବସରରେ […]

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ତାଙ୍କ ମା’ ଶ୍ରୀଦେବୀଙ୍କ ଭଳି ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବହୁତ କମ୍‌ ଦିନରେ ଜାହ୍ନବୀ ବଲିଉଡ୍‌ରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି। ‘ଧଡକ୍‌’ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଜାହ୍ନବୀ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଘରେ ହୋଇଥିବା ଛୁରାମାଡ଼କୁ ଭୁଲିପାରି ନାହାନ୍ତି ସୈଫ ଅଲ୍ଲୀ ଖାନ, କହିଲେ- 'ଛୁରୀ ଦେଖିଲେ ଡର ଲାଗେ'

ଏଥିରେ ତାଙ୍କର ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ରୁହି’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ଆସନ୍ତାକାଲି ଶିବରାତ୍ରୀ ଅବସରରେ ରିଲିଜ୍‌ ହେବ । ଏହି ଫିଲ୍ମର ଟ୍ରେଲର୍‌, ଟିଜର୍‌, ପୋଷ୍ଟର୍‌ ଓ ଗୀତଗୁଡ଼ିକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏଥିରେ ଜାହ୍ନବୀଙ୍କ ସହ ରାଜକୁମାର ରାଓ ଓ ବରୁଣ ଶର୍ମା ଲିଡ୍‌ ରୋଲ୍‌ରେ ଦେଖାଯିବେ।

ଜାହ୍ନବୀ ଲଗାତାର ଏହି ଫିଲ୍ମର ଭିଡ଼ିଓଗୁଡ଼ିକ ସୋସିଆଲ ମିଡିଆରେ ସେୟାର କରୁଥିବାର ମଧ୍ୟ ଦେଖାଯାଇଛି। ଜାହ୍ନବୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୁଟିଂବେଳର କିଛି ଫଟୋ ସେୟାର କରିଥିଲେ। ଏହି ଫଟୋ ମଧ୍ୟରୁ ଗୋଟିଏରେ ଜାହ୍ନବୀ ହରର୍ ମେକଅପ୍‌ରେ ଦେଖାଯାଇଥିଲେ। ଜାହ୍ନବୀଙ୍କର ଏହି ଫଟୋକୁ ପାଖାପାଖି ଏକ ଲକ୍ଷ ଲୋକ ଲାଇକ୍‌ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର