ଅକ୍ଷୟଙ୍କୁ ଟକ୍କର ଦେବେ ପ୍ରଭାସ

The Sakala Picture
Published On

ମହାରାଷ୍ଟ୍ର ସରକାର ଅକ୍ଟୋବର ୨୨ ତାରିଖରୁ ସିନେମା ହଲ୍ ଗୁଡ଼ିକ ଖୋଲିବା ପାଇଁ ଘୋଷଣା କରିବା ପରେ ଫିଲ୍ମ ପ୍ରଯୋଜକମାନେ ସେମାନଙ୍କ ସିନେମାଗୁଡ଼ିକ ରିଲିଜ୍ କରିବା ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଗତ ଦୁଇଦିନ ମଧ୍ୟରେ ପାଖାପାଖି ୨୦ଟି ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ହୋଇଛି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ସୂର୍ଯ୍ଯବଂଶୀ, ୮୩, ସତ୍ୟମେବ ଜୟତେ-୨, ପୁଷ୍ପା ଓ ଜର୍ସି ଭଳି ବଡ଼ବଡ଼ ଫିଲ୍ମ ରହିଛି। ଦକ୍ଷିଣର ସୁପରଷ୍ଟାର୍ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ […]

ମହାରାଷ୍ଟ୍ର ସରକାର ଅକ୍ଟୋବର ୨୨ ତାରିଖରୁ ସିନେମା ହଲ୍ ଗୁଡ଼ିକ ଖୋଲିବା ପାଇଁ ଘୋଷଣା କରିବା ପରେ ଫିଲ୍ମ ପ୍ରଯୋଜକମାନେ ସେମାନଙ୍କ ସିନେମାଗୁଡ଼ିକ ରିଲିଜ୍ କରିବା ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଗତ ଦୁଇଦିନ ମଧ୍ୟରେ ପାଖାପାଖି ୨୦ଟି ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ହୋଇଛି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ସୂର୍ଯ୍ଯବଂଶୀ, ୮୩, ସତ୍ୟମେବ ଜୟତେ-୨, ପୁଷ୍ପା ଓ ଜର୍ସି ଭଳି ବଡ଼ବଡ଼ ଫିଲ୍ମ ରହିଛି। ଦକ୍ଷିଣର ସୁପରଷ୍ଟାର୍ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦି ପୁରୁଷ’ର ରିଲିଜ୍ ଡେଟ୍ ମଧ୍ୟ ଇତିମଧ୍ୟରେ ଫାଇନାଲ୍ ହୋଇଯାଇଛି। ଏହି ଫିଲ୍ମ ଚଳିତବର୍ଷ ରିଲିଜ୍ ହେବ ଏଥିରେ ପ୍ରଭାସଙ୍କ ସହ ସୈଫ୍ ଅଲ୍ଲୀ ଖାନ୍, କ୍ରିତି ସାନନ୍, ସନି ସିଂହ ଅଭିନୟ କରିବେ। ‘ଆଦି ପୁରୁଷ’ ଆସନ୍ତାବର୍ଷ ଅଗଷ୍ଟ ୧୧ ତାରିଖରେ( ସ୍ଵାଧୀନତା ଦିବସର ପୂର୍ବରୁ) ରିଲିଜ୍ ହେବ । ଏହି ଦିନ ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ମଧ୍ୟ ରିଲିଜ୍ ହେବ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାମଙ୍କ ଭୂମିକାରେ ପ୍ରଭାସ, ସୀତାଙ୍କ ଭୂମିକାରେ କ୍ରିତି ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍ ନଜର ଆସିବେ। ‘ଆଦିପୁରୁଷ’ ଏକ ବହୁଭାଷୀ ଚଳଚ୍ଚିତ୍ର ହେବ। ଏଥିରେ ପାଖାପାଖି ୮୦୦୦ ଭିଜୁଆଲ୍ ଇଫେକ୍ଟ ସଟ୍ ରହିଛି । ସେହିଭଳି ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ‘ରକ୍ଷା ବନ୍ଧନ’ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ। ଏଥିରେ ଲିଡ୍ ରୋଲରେ ଅକ୍ଷୟ କୁମାର ଓ ଭୂମି ପେଡେନକର ନଜର ଆସିବେ। ମୋଟାମୋଟି କହିବାକୁ ଗଲେ ଅଗଷ୍ଟ ୧୧ରେ ଖିଲାଡି ଷ୍ଟାର୍ ଅକ୍ଷୟଙ୍କୁ ଟକ୍ଟର ଦେବେ ବାହୁବଳୀ ଫେମ୍ ପ୍ରଭାସ । ତେବେ ଏହି ଦୁଇ ସୁପରଷ୍ଟାର୍‌ଙ୍କ ମଧ୍ୟରୁ କିଏ ବକ୍ସ ଅଫିସ୍‌ରେ ସଫଳ ହେବେ ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp