ନ୍ୟୁୟର୍କରେ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା

The Sakala Picture
Published On

ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି। ଏହାର ସୂଚନା ସୋଶିଆଲ ମିଡ଼ିଆରେ ସେ ନିଜେ ଦେଇଛନ୍ତି। ନ୍ୟୁୟର୍କରେ ଭାରତୀୟ ରେସ୍ତୋରାଁର ନାଁ ‘ସୋନା’ ବୋଲି ରଖିଛନ୍ତି। ଚଳିତ ମାସ ଶେଷ ଆଡକୁ ଏହି ରେସ୍ତୋରାଁରେ ଖାଦ୍ୟ ଉପଲବ୍ଧ ହେବ। ଫଳରେ ଭାରତୀୟ ଖାଦ୍ୟର ମଜା ଉଠାଇପାରିବେ ବିଦେଶୀ। ନିଜର ରେସ୍ତୋରାଁର ପୂଜାଉତ୍ସବ ଫଟୋଗୁଡିକ ପ୍ରିୟଙ୍କା ସେୟାର କରିଥିଲେ। କ୍ୟାପଶନରେ ‘ମୁଁ ଆପଣମାନଙ୍କ ସମ୍ମୁଖରେ ‘ସୋନା’କୁ ଆଣିଲି , ତେଣୁ ଏନେଇ ମୁଁ […]

ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି। ଏହାର ସୂଚନା ସୋଶିଆଲ ମିଡ଼ିଆରେ ସେ ନିଜେ ଦେଇଛନ୍ତି। ନ୍ୟୁୟର୍କରେ ଭାରତୀୟ ରେସ୍ତୋରାଁର ନାଁ ‘ସୋନା’ ବୋଲି ରଖିଛନ୍ତି। ଚଳିତ ମାସ ଶେଷ ଆଡକୁ ଏହି ରେସ୍ତୋରାଁରେ ଖାଦ୍ୟ ଉପଲବ୍ଧ ହେବ। ଫଳରେ ଭାରତୀୟ ଖାଦ୍ୟର ମଜା ଉଠାଇପାରିବେ ବିଦେଶୀ। ନିଜର ରେସ୍ତୋରାଁର ପୂଜାଉତ୍ସବ ଫଟୋଗୁଡିକ ପ୍ରିୟଙ୍କା ସେୟାର କରିଥିଲେ। କ୍ୟାପଶନରେ ‘ମୁଁ ଆପଣମାନଙ୍କ ସମ୍ମୁଖରେ ‘ସୋନା’କୁ ଆଣିଲି , ତେଣୁ ଏନେଇ ମୁଁ ବହୁତ ଖୁସି ଅଛି। ଏହି ‘ସୋନା‘ ଭାରତୀୟ ସ୍ବାଦ ସହିତ ମୁଁ ବଡ଼ ହୋଇଛି। ତେଣୁ ମୋ ରେସ୍ତୋରାଁକୁ ସଞ୍ଚାଳନ କରିବେ ଶେଫ୍‌ ହରି ନାୟକ। ସେ ବହୁତ ଦକ୍ଷ ରୋଷେଇଆ। ସେ ତାଙ୍କ ହାତରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିବାରେ ମାହିର୍‌। ପ୍ରିୟଙ୍କା’ଙ୍କ ଏହି ନୂତନ ଚିନ୍ତାରେ ସହଯୋଗ କରିଛନ୍ତି ତାଙ୍କ ବନ୍ଧୁ ମନୀଷ ଗୋୟଲ ଏବଂ ଡେବିଡ ରେବିନ। ନିଜର ପୁରା ଟିମ୍ ସହିତ ଡିଜାଇନର ମେଲିସା ବବର୍ସଙ୍କୁ ମଧ୍ୟ ପ୍ରିୟଙ୍କା ଶୁଭେଚ୍ଛା ଜଣାଇଛନ୍ତି। ଏହି ସ୍ଥାନରେ ୨୦୧୯ ମସିହାରେ ପ୍ରିୟଙ୍କା ଏକ ଛୋଟ ପୂଜା କରି ସୋଶିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ପ୍ରିୟଙ୍କା ହଲିଉଡ଼ର ଦୁଇଟି ଫିଲ୍ମରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

09 Mar 2021 By The Sakala

ନ୍ୟୁୟର୍କରେ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା

ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି। ଏହାର ସୂଚନା ସୋଶିଆଲ ମିଡ଼ିଆରେ ସେ ନିଜେ ଦେଇଛନ୍ତି। ନ୍ୟୁୟର୍କରେ ଭାରତୀୟ ରେସ୍ତୋରାଁର ନାଁ ‘ସୋନା’ ବୋଲି ରଖିଛନ୍ତି। ଚଳିତ ମାସ ଶେଷ ଆଡକୁ ଏହି ରେସ୍ତୋରାଁରେ ଖାଦ୍ୟ ଉପଲବ୍ଧ ହେବ। ଫଳରେ ଭାରତୀୟ ଖାଦ୍ୟର ମଜା ଉଠାଇପାରିବେ ବିଦେଶୀ। ନିଜର ରେସ୍ତୋରାଁର ପୂଜାଉତ୍ସବ ଫଟୋଗୁଡିକ ପ୍ରିୟଙ୍କା ସେୟାର କରିଥିଲେ। କ୍ୟାପଶନରେ ‘ମୁଁ ଆପଣମାନଙ୍କ ସମ୍ମୁଖରେ ‘ସୋନା’କୁ ଆଣିଲି , ତେଣୁ ଏନେଇ ମୁଁ ବହୁତ ଖୁସି ଅଛି। ଏହି ‘ସୋନା‘ ଭାରତୀୟ ସ୍ବାଦ ସହିତ ମୁଁ ବଡ଼ ହୋଇଛି। ତେଣୁ ମୋ ରେସ୍ତୋରାଁକୁ ସଞ୍ଚାଳନ କରିବେ ଶେଫ୍‌ ହରି ନାୟକ। ସେ ବହୁତ ଦକ୍ଷ ରୋଷେଇଆ। ସେ ତାଙ୍କ ହାତରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିବାରେ ମାହିର୍‌। ପ୍ରିୟଙ୍କା’ଙ୍କ ଏହି ନୂତନ ଚିନ୍ତାରେ ସହଯୋଗ କରିଛନ୍ତି ତାଙ୍କ ବନ୍ଧୁ ମନୀଷ ଗୋୟଲ ଏବଂ ଡେବିଡ ରେବିନ। ନିଜର ପୁରା ଟିମ୍ ସହିତ ଡିଜାଇନର ମେଲିସା ବବର୍ସଙ୍କୁ ମଧ୍ୟ ପ୍ରିୟଙ୍କା ଶୁଭେଚ୍ଛା ଜଣାଇଛନ୍ତି। ଏହି ସ୍ଥାନରେ ୨୦୧୯ ମସିହାରେ ପ୍ରିୟଙ୍କା ଏକ ଛୋଟ ପୂଜା କରି ସୋଶିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ପ୍ରିୟଙ୍କା ହଲିଉଡ଼ର ଦୁଇଟି ଫିଲ୍ମରେ ନଜର ଆସିବେ।

https://www.thesakala.in/entertainment/priyanka-chopra-opens-indian-restaurant-sona-in-new-york/article-537
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp