ମିଥ୍ୟା ଗିରଫ ଖବରକୁ ନେଇ ଆଶ୍ଚର୍ଯ୍ୟ ଅଭିନେତ୍ରୀ ଅନ୍ତରା ବାନାର୍ଜୀ: ରୁଜୁ କରିବେ ମାନହାନି ମାମଲା

Suryakanta Picture
Published On

ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗି କେ’ (Kasautii Zindagii Kay) ର ଅଭିନେତ୍ରୀ ଅନ୍ତରା ବାନାର୍ଜୀ (Antarra Banerjee) ତାଙ୍କ ଗିରଫଦାରୀକୁ ନେଇ ପ୍ରକାଶ ପାଇଥିବା ଏକ ମିଥ୍ୟା ଖବରକୁ ନେଇ ଗଭୀର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନିଜ ନାମ ଏବଂ ଛବିର ଅପବ୍ୟବହାର ହୋଇଥିବା ଦେଖି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣାରେ ନିଜର ପ୍ରତିକ୍ରିୟା ରଖି ଅନ୍ତରା କହିଛନ୍ତି ଯେ, ସେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏକ ମାନହାନି ମାମଲା ଏବଂ ଅଭିଯୋଗ ଦାୟର କରିବେ।

ଆହୁରି ପଢ଼ନ୍ତୁ: ୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ

ପ୍ରକୃତ ସତ୍ୟ କ'ଣ?

ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କର ନାମ ହେଉଛି ଅନ୍ତରା ସୋହମ୍ ବାନାର୍ଜୀ (Antara Soham Banerjee)। ଅଭିନେତ୍ରୀ ଅନ୍ତରା ସ୍ପଷ୍ଟ କରିଛନ୍ତି ଯେ, ଗିରଫ ହୋଇଥିବା ମହିଳା ଏବଂ ତାଙ୍କ ନାମର ବନାନ (Spelling) ଅଲଗା ଅଟେ। ଗିରଫ ମହିଳାଙ୍କ ବାପାଙ୍କ ନାମ ସୋହମ୍ ହୋଇଥିବା ବେଳେ ଅଭିନେତ୍ରୀଙ୍କ ବାପାଙ୍କ ନାମ ହେଉଛି ସୁବ୍ରତ ବାନାର୍ଜୀ। କେବଳ ସେତିକି ନୁହେଁ, ଗିରଫ ହୋଇଥିବା ମହିଳା ଜଣକ ଥାଣେ (Thane) ଅଞ୍ଚଳର ଏକ ଉଦୀୟମାନ ମଡେଲ୍ ହୋଇଥିବା ବେଳେ ଅଭିନେତ୍ରୀ ଜଣକ ଅନ୍ଧେରୀ ୱେଷ୍ଟର ଯୋଗେଶ୍ୱରୀ (Jogeshwari, Andheri West) ରେ ବସବାସ କରନ୍ତି। ବିନା ଯାଞ୍ଚରେ ଗଣମାଧ୍ୟମରେ ତାଙ୍କର ଫଟୋ ବ୍ୟବହାର କରାଯିବା ତାଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'

ପରିବାର ଏବଂ ସମ୍ମାନକୁ ନେଇ ଚିନ୍ତା

ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅନ୍ତରା ଅଭିନୟଠାରୁ ଦୂରରେ ଅଛନ୍ତି। କୋଲକାତା (Kolkata) ରେ ତାଙ୍କ ମା'ଙ୍କ ଚିକିତ୍ସା ଚାଲିଥିବାରୁ ସେ ଏକ ବ୍ୟକ୍ତିଗତ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ମୁମ୍ବାଇ ଫେରିବା ପରେ ଏଭଳି ଘଟଣା ତାଙ୍କୁ ଚିନ୍ତାରେ ପକାଇଛି। ଏହି ଗୁଜବ ତାଙ୍କ ବାପାମା' ଏବଂ ତାଙ୍କ ସାମାଜିକ ସମ୍ମାନ ଉପରେ କି ପ୍ରଭାବ ପକାଇବ ସେ ନେଇ ଅଭିନେତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରଭାବ ଥିବାରୁ ଏହା ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରୁଛି ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଖୁବ୍‌ଶୀଘ୍ର ଏହି ଖବରଗୁଡ଼ିକୁ ହଟାଇବାକୁ ବା ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଅନ୍ତରାଙ୍କୁ ଶେଷ ଥର ପାଇଁ ଲଖୱିନ୍ଦର ୱାଡାଲିଙ୍କ ଗୀତ 'ଛାପ୍ ତିଲକ୍' (Chaap Tilak) ଏବଂ ମାଇକ୍ରୋ ଡ୍ରାମା 'ଦ ଲାଷ୍ଟ ସଟ୍' (The Last Shot) ରେ ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ

View this post on Instagram
 
A post shared by Antarra Banerjee (@meantarabanerjee)

17 Aug 2026 By Suryakanta

ମିଥ୍ୟା ଗିରଫ ଖବରକୁ ନେଇ ଆଶ୍ଚର୍ଯ୍ୟ ଅଭିନେତ୍ରୀ ଅନ୍ତରା ବାନାର୍ଜୀ: ରୁଜୁ କରିବେ ମାନହାନି ମାମଲା

ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗି କେ’ (Kasautii Zindagii Kay) ର ଅଭିନେତ୍ରୀ ଅନ୍ତରା ବାନାର୍ଜୀ (Antarra Banerjee) ତାଙ୍କ ଗିରଫଦାରୀକୁ ନେଇ ପ୍ରକାଶ ପାଇଥିବା ଏକ ମିଥ୍ୟା ଖବରକୁ ନେଇ ଗଭୀର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନିଜ ନାମ ଏବଂ ଛବିର ଅପବ୍ୟବହାର ହୋଇଥିବା ଦେଖି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣାରେ ନିଜର ପ୍ରତିକ୍ରିୟା ରଖି ଅନ୍ତରା କହିଛନ୍ତି ଯେ, ସେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏକ ମାନହାନି ମାମଲା ଏବଂ ଅଭିଯୋଗ ଦାୟର କରିବେ।

ପ୍ରକୃତ ସତ୍ୟ କ'ଣ?

ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କର ନାମ ହେଉଛି ଅନ୍ତରା ସୋହମ୍ ବାନାର୍ଜୀ (Antara Soham Banerjee)। ଅଭିନେତ୍ରୀ ଅନ୍ତରା ସ୍ପଷ୍ଟ କରିଛନ୍ତି ଯେ, ଗିରଫ ହୋଇଥିବା ମହିଳା ଏବଂ ତାଙ୍କ ନାମର ବନାନ (Spelling) ଅଲଗା ଅଟେ। ଗିରଫ ମହିଳାଙ୍କ ବାପାଙ୍କ ନାମ ସୋହମ୍ ହୋଇଥିବା ବେଳେ ଅଭିନେତ୍ରୀଙ୍କ ବାପାଙ୍କ ନାମ ହେଉଛି ସୁବ୍ରତ ବାନାର୍ଜୀ। କେବଳ ସେତିକି ନୁହେଁ, ଗିରଫ ହୋଇଥିବା ମହିଳା ଜଣକ ଥାଣେ (Thane) ଅଞ୍ଚଳର ଏକ ଉଦୀୟମାନ ମଡେଲ୍ ହୋଇଥିବା ବେଳେ ଅଭିନେତ୍ରୀ ଜଣକ ଅନ୍ଧେରୀ ୱେଷ୍ଟର ଯୋଗେଶ୍ୱରୀ (Jogeshwari, Andheri West) ରେ ବସବାସ କରନ୍ତି। ବିନା ଯାଞ୍ଚରେ ଗଣମାଧ୍ୟମରେ ତାଙ୍କର ଫଟୋ ବ୍ୟବହାର କରାଯିବା ତାଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି।

ପରିବାର ଏବଂ ସମ୍ମାନକୁ ନେଇ ଚିନ୍ତା

ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅନ୍ତରା ଅଭିନୟଠାରୁ ଦୂରରେ ଅଛନ୍ତି। କୋଲକାତା (Kolkata) ରେ ତାଙ୍କ ମା'ଙ୍କ ଚିକିତ୍ସା ଚାଲିଥିବାରୁ ସେ ଏକ ବ୍ୟକ୍ତିଗତ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ମୁମ୍ବାଇ ଫେରିବା ପରେ ଏଭଳି ଘଟଣା ତାଙ୍କୁ ଚିନ୍ତାରେ ପକାଇଛି। ଏହି ଗୁଜବ ତାଙ୍କ ବାପାମା' ଏବଂ ତାଙ୍କ ସାମାଜିକ ସମ୍ମାନ ଉପରେ କି ପ୍ରଭାବ ପକାଇବ ସେ ନେଇ ଅଭିନେତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରଭାବ ଥିବାରୁ ଏହା ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରୁଛି ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଖୁବ୍‌ଶୀଘ୍ର ଏହି ଖବରଗୁଡ଼ିକୁ ହଟାଇବାକୁ ବା ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଅନ୍ତରାଙ୍କୁ ଶେଷ ଥର ପାଇଁ ଲଖୱିନ୍ଦର ୱାଡାଲିଙ୍କ ଗୀତ 'ଛାପ୍ ତିଲକ୍' (Chaap Tilak) ଏବଂ ମାଇକ୍ରୋ ଡ୍ରାମା 'ଦ ଲାଷ୍ଟ ସଟ୍' (The Last Shot) ରେ ଦେଖିବାକୁ ମିଳିଥିଲା ।

View this post on Instagram
 
A post shared by Antarra Banerjee (@meantarabanerjee)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର