'ଲଭ୍ ଆଜ୍ କଲ୍ ୨' ଏକ ବେକାର ପ୍ରୟୋଗ ଥିଲା: କାର୍ତ୍ତିକ-ସାରାଙ୍କ ଫିଲ୍ମକୁ ନେଇ ନିର୍ଦ୍ଦେଶକ ଇମତିଆଜ୍ ଅଲୀଙ୍କ ବଡ଼ ଖୁଲାସା

Suryakanta Picture
Published On

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଇମତିଆଜ୍ ଅଲୀ ନିଜର ଆଗାମୀ ଫିଲ୍ମର ପ୍ରମୋସନ ବେଳେ ଏକ ବଡ଼ ଖୁଲାସା କରିଛନ୍ତି। ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲଭ୍ ଆଜ୍ କଲ୍ ୨' କୁ ସେ ଏକ "ବେକାର ପ୍ରୟୋଗ" ବୋଲି କହିଛନ୍ତି। ଏହି ଫିଲ୍ମରେ ବଲିଉଡ୍ ଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସାରା ଅଲୀ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହେବା ସହ ଦର୍ଶକଙ୍କ ମନ କିଣିବାରେ ମଧ୍ୟ ବିଫଳ ହୋଇଥିଲା।

ଆହୁରି ପଢ଼ନ୍ତୁ: ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ

ନାମକରଣ ଥିଲା ସବୁଠାରୁ ବଡ଼ ଭୁଲ୍

ଇମତିଆଜ୍ ପ୍ରକାଶ କରିଛନ୍ତି ଯେ, ଏହି ଫିଲ୍ମଟି ମୂଳତଃ କୌଣସି ସିକ୍ୱେଲ୍ ବା ଫ୍ରାଞ୍ଚାଇଜ୍ ର ଅଂଶ ନଥିଲା। ପ୍ରଥମେ ଏହାର ନାମ 'ରିଭର୍ସ' (Reverse) ରଖିବାକୁ ଚିନ୍ତା କରାଯାଇଥିଲା। କିନ୍ତୁ ପରେ କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଏହାକୁ 'ଲଭ୍ ଆଜ୍ କଲ୍' ସହିତ ଯୋଡ଼ି ଦିଆଯାଇଥିଲା। ସେ କହିଛନ୍ତି ଯେ କେବଳ ବ୍ୟବସାୟିକ ଦୃଷ୍ଟିକୋଣରୁ ଗୋଟିଏ ଫିଲ୍ମ ତିଆରି କରିବା ଆଦୌ ଉତ୍ସାହଜନକ ନୁହେଁ। ଏହି ନାମକରଣ ହିଁ ଫିଲ୍ମର ସବୁଠାରୁ ବଡ଼ କ୍ଷତି କରିଥିଲା ବୋଲି ସେ ସ୍ୱୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା

ବିଫଳତାର କାରଣ ଏବଂ ଆତ୍ମସମୀକ୍ଷା

ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ରିଲିଜ୍ ହୋଇଥିବା ଅରିଜିନାଲ୍ ଫିଲ୍ମ 'ଲଭ୍ ଆଜ୍ କଲ୍' ରେ ସୈଫ୍ ଅଲୀ ଖାନ୍ ଏବଂ ଦୀପିକା ପାଦୁକୋନ୍ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ୧୨୦ କୋଟି ଟଙ୍କା ଆୟ କରି ଏକ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। କିନ୍ତୁ କାର୍ତ୍ତିକସାରାଙ୍କ ଅଭିନୀତ ସିକ୍ୱେଲରେ କାହାଣୀ ଅତ୍ୟନ୍ତ ଜଟିଳ ହୋଇଯାଇଥିଲା, ଯାହା ଦର୍ଶକଙ୍କୁ ସହଜରେ ବୁଝାପଡ଼ିନଥିଲା। ନିଜ କାମକୁ ନେଇ ଆତ୍ମସମୀକ୍ଷା କରି ଇମତିଆଜ୍ ଅଲୀ କହିଛନ୍ତି, "ଏହା ଏକ ଲାଭଦାୟକ ପ୍ରୋଜେକ୍ଟ ନଥିଲା, ବରଂ ଏକ ବେକାର ପରୀକ୍ଷଣ ଥିଲା।" ଏହି ଫିଲ୍ମରୁ ସେ ଏକ ବଡ଼ ଶିକ୍ଷା ଲାଭ କରିଛନ୍ତି ଯେ ବିନା ସୃଜନଶୀଳ ଆଗ୍ରହରେ କେବଳ ଟଙ୍କା ରୋଜଗାର ଉଦ୍ଦେଶ୍ୟରେ ଫିଲ୍ମ ନିର୍ମାଣ କରିବା ଉଚିତ୍ ନୁହେଁ |

ଆହୁରି ପଢ଼ନ୍ତୁ: ୧୦ ବର୍ଷର ନାବାଳିକାର ହତ୍ୟା ପରେ ପୋଲିସର ହସ! ଆଇପିଏସ ଅଫିସରଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ କୁନିକା ସଦାନନ୍ଦ

27 May 2026 By Suryakanta

'ଲଭ୍ ଆଜ୍ କଲ୍ ୨' ଏକ ବେକାର ପ୍ରୟୋଗ ଥିଲା: କାର୍ତ୍ତିକ-ସାରାଙ୍କ ଫିଲ୍ମକୁ ନେଇ ନିର୍ଦ୍ଦେଶକ ଇମତିଆଜ୍ ଅଲୀଙ୍କ ବଡ଼ ଖୁଲାସା

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଇମତିଆଜ୍ ଅଲୀ ନିଜର ଆଗାମୀ ଫିଲ୍ମର ପ୍ରମୋସନ ବେଳେ ଏକ ବଡ଼ ଖୁଲାସା କରିଛନ୍ତି। ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲଭ୍ ଆଜ୍ କଲ୍ ୨' କୁ ସେ ଏକ "ବେକାର ପ୍ରୟୋଗ" ବୋଲି କହିଛନ୍ତି। ଏହି ଫିଲ୍ମରେ ବଲିଉଡ୍ ଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସାରା ଅଲୀ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହେବା ସହ ଦର୍ଶକଙ୍କ ମନ କିଣିବାରେ ମଧ୍ୟ ବିଫଳ ହୋଇଥିଲା।

ନାମକରଣ ଥିଲା ସବୁଠାରୁ ବଡ଼ ଭୁଲ୍

ଇମତିଆଜ୍ ପ୍ରକାଶ କରିଛନ୍ତି ଯେ, ଏହି ଫିଲ୍ମଟି ମୂଳତଃ କୌଣସି ସିକ୍ୱେଲ୍ ବା ଫ୍ରାଞ୍ଚାଇଜ୍ ର ଅଂଶ ନଥିଲା। ପ୍ରଥମେ ଏହାର ନାମ 'ରିଭର୍ସ' (Reverse) ରଖିବାକୁ ଚିନ୍ତା କରାଯାଇଥିଲା। କିନ୍ତୁ ପରେ କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଏହାକୁ 'ଲଭ୍ ଆଜ୍ କଲ୍' ସହିତ ଯୋଡ଼ି ଦିଆଯାଇଥିଲା। ସେ କହିଛନ୍ତି ଯେ କେବଳ ବ୍ୟବସାୟିକ ଦୃଷ୍ଟିକୋଣରୁ ଗୋଟିଏ ଫିଲ୍ମ ତିଆରି କରିବା ଆଦୌ ଉତ୍ସାହଜନକ ନୁହେଁ। ଏହି ନାମକରଣ ହିଁ ଫିଲ୍ମର ସବୁଠାରୁ ବଡ଼ କ୍ଷତି କରିଥିଲା ବୋଲି ସେ ସ୍ୱୀକାର କରିଛନ୍ତି।

ବିଫଳତାର କାରଣ ଏବଂ ଆତ୍ମସମୀକ୍ଷା

ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ରିଲିଜ୍ ହୋଇଥିବା ଅରିଜିନାଲ୍ ଫିଲ୍ମ 'ଲଭ୍ ଆଜ୍ କଲ୍' ରେ ସୈଫ୍ ଅଲୀ ଖାନ୍ ଏବଂ ଦୀପିକା ପାଦୁକୋନ୍ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ୧୨୦ କୋଟି ଟଙ୍କା ଆୟ କରି ଏକ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। କିନ୍ତୁ କାର୍ତ୍ତିକସାରାଙ୍କ ଅଭିନୀତ ସିକ୍ୱେଲରେ କାହାଣୀ ଅତ୍ୟନ୍ତ ଜଟିଳ ହୋଇଯାଇଥିଲା, ଯାହା ଦର୍ଶକଙ୍କୁ ସହଜରେ ବୁଝାପଡ଼ିନଥିଲା। ନିଜ କାମକୁ ନେଇ ଆତ୍ମସମୀକ୍ଷା କରି ଇମତିଆଜ୍ ଅଲୀ କହିଛନ୍ତି, "ଏହା ଏକ ଲାଭଦାୟକ ପ୍ରୋଜେକ୍ଟ ନଥିଲା, ବରଂ ଏକ ବେକାର ପରୀକ୍ଷଣ ଥିଲା।" ଏହି ଫିଲ୍ମରୁ ସେ ଏକ ବଡ଼ ଶିକ୍ଷା ଲାଭ କରିଛନ୍ତି ଯେ ବିନା ସୃଜନଶୀଳ ଆଗ୍ରହରେ କେବଳ ଟଙ୍କା ରୋଜଗାର ଉଦ୍ଦେଶ୍ୟରେ ଫିଲ୍ମ ନିର୍ମାଣ କରିବା ଉଚିତ୍ ନୁହେଁ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର