ପୁଣି ହେବ ବିଶ୍ୱର ସବୁଠାରୁ ବଡ଼ ଚୋରି: 'ମନି ହାଇଷ୍ଟ' ସିଜନ୍ ୬ ନେଇ ସଙ୍କେତ ଦେଲା ନେଟଫ୍ଲିକ୍ସ

Suryakanta Picture
Published On

ନେଟଫ୍ଲିକ୍ସ (Netflix) ଇତିହାସରେ ସବୁଠାରୁ ସଫଳ ତଥା ଲୋକପ୍ରିୟ ନନ୍-ଇଂଲିଶ୍ କ୍ରାଇମ୍-ଥ୍ରିଲର୍ ସିରିଜ୍ 'ମନି ହାଇଷ୍ଟ' (Money Heist) ପୁଣି ଥରେ ଫେରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଓଟିଟି ପ୍ଲାଟଫର୍ମ ପକ୍ଷରୁ ଏକ ନୂଆ ଭିଡିଓ ଜାରି କରାଯାଇଛି, ଯେଉଁଥିରେ 'କାହାଣୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ' ବୋଲି ଉଲ୍ଲେଖ ରହିଛି। ଏହା ସିରିଜର ନୂଆ ସିଜନ୍ ଆସିବା ନେଇ ବଡ଼ ସଙ୍କେତ ଦେଇଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଟିଜରରୁ ମିଳିଲା ନୂଆ ସିଜନର ସଙ୍କେତ

ମନି ହାଇଷ୍ଟର ସ୍ପିନ୍-ଅଫ୍ ସିରିଜ୍ ବର୍ଲିନ୍ ସିଜନ୍ ୨ (Berlin Season 2) ଖୁବଶୀଘ୍ର ଷ୍ଟ୍ରିମ୍ ହେବାକୁ ଯାଉଛି। ଏହି ଅବସରରେ ନିର୍ମାତାମାନେ 'ମନି ହାଇଷ୍ଟ'ର ପୂର୍ବ ୫ଟି ସିଜନକୁ ମିଶାଇ ଏକ ଫ୍ଲାସବ୍ୟାକ୍ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସିରିଜର ପୂରା ଯାତ୍ରା ପ୍ରଦର୍ଶିତ ହୋଇଛି, ଯେଉଁଥିରେ ବ୍ୟାଙ୍କ୍ ଲୁଟ୍ ଠାରୁ ଆରମ୍ଭ କରି ସୁନା ଚୋରି, ସିରିଜର ଲୋକପ୍ରିୟ ଥିମ୍ ସଙ୍ଗୀତ 'ବେଲା ଚାଓ' (Bella Ciao) ଏବଂ ସେମାନଙ୍କର ସ୍ୱତନ୍ତ୍ର ମାସ୍କ ଅବତାର ଦେଖିବାକୁ ମିଳିଛି। ତେବେ ଭିଡିଓର ଶେଷରେ ନେଟଫ୍ଲିକ୍ସ ଲେଖିଛି ଯେ, ପରବର୍ତ୍ତୀ ଚୋରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ବାର୍ତ୍ତା ପରେ ମନି ହାଇଷ୍ଟ ସିଜନ୍ ୬ (Money Heist Season 6) ର ପ୍ରଡକ୍ସନ୍ ଆରମ୍ଭ ହୋଇଯାଇଥିବା ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

'ବର୍ଲିନ୍ ସିଜନ୍ ୨' ଉପରେ ରହିଛି ନଜର

ନେଟଫ୍ଲିକ୍ସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ଯେ ଏହା 'ମନି ହାଇଷ୍ଟ'ର ଏକ ନୂଆ ସିଜନ୍ ହେବ ନା ବର୍ଲିନ୍ ଭଳି ଅନ୍ୟ କୌଣସି ନୂଆ ୟୁନିଭର୍ସ ନିର୍ମାଣ କରାଯିବ। କିନ୍ତୁ ଆସନ୍ତା ମେ ୧୫, ୨୦୨୬ ରୁ ନେଟଫ୍ଲିକ୍ସ (Netflix) ରେ ବର୍ଲିନ୍ ସିଜନ୍ ୨ ଗ୍ଲୋବାଲ୍ ସ୍ତରରେ ଷ୍ଟ୍ରିମ୍ ହେବାକୁ ଯାଉଥିବାରୁ ପ୍ରଶଂସକମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

ବିଶ୍ୱସ୍ତରରେ 'ମନି ହାଇଷ୍ଟ'ର ଅନେକ ରେକର୍ଡ

ସ୍ପେନୀୟ ଭାଷାରେ ନିର୍ମିତ ଏହି ସିରିଜ୍ ବିଶ୍ୱର ସବୁଠାରୁ ଅଧିକ ଦେଖାଯାଇଥିବା ନନ୍-ଇଂଲିଶ୍ ସିରିଜ୍ ଭାବରେ ପରିଚିତ। ପ୍ରଥମେ ଏହା ଦର୍ଶକଙ୍କର ସେତେଟା ଦୃଷ୍ଟି ଆକର୍ଷଣ କରିପାରିନଥିଲା, କିନ୍ତୁ ୨୦୧୭ ମସିହାରେ ନେଟଫ୍ଲିକ୍ସ ଏହାର ରାଇଟ୍ସ କିଣିବା ପରେ ଏହା ବିଶ୍ୱସ୍ତରରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏହି ସିରିଜ୍ ଅନେକ ଭ୍ୟୁଅରସିପ୍ ରେକର୍ଡ ଭାଙ୍ଗିଛି। ଏହାର ଚତୁର୍ଥ ସିଜନ୍ ରିଲିଜ୍ ହେବାର ଗୋଟିଏ ମାସ ମଧ୍ୟରେ ୬୫ ମିଲିୟନରୁ ଅଧିକ ଭ୍ୟୁଜ୍ ହାସଲ କରିଥିଲା। ସେହିପରି ତୃତୀୟ ସିଜନକୁ ୩୪.୩ ମିଲିୟନ୍ ଲୋକ ଦେଖିଥିଲେ, ଯାହାକି କୌଣସି ନନ୍-ଇଂଲିଶ୍ ସିରିଜ୍ ପାଇଁ ଏକ ବହୁତ ବଡ଼ ଉପଲବ୍ଧି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp