ନୋରା ଫତେହୀଙ୍କ ବିବାଦୀୟ ଗୀତ 'ସରକେ ଚୁନର ତେରୀ' ୟୁଟ୍ୟୁବରୁ ହଟିଲା, NHRC ପକ୍ଷରୁ ନୋଟିସ ଜାରି

Suryakanta Picture
Published On

ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ ଫିଲ୍ମର ଏକ ଆଇଟମ୍ ଗୀତ ବର୍ତ୍ତମାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବିବାଦୀୟ ଗୀତ 'ସରକେ ଚୁନର ତେରୀ' (Sarke Chunar Teri) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୀତରେ ଅଶ୍ଳୀଳତା ଏବଂ ଖରାପ ବିଷୟବସ୍ତୁ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର ଆୟୋଗ (NHRC) ପକ୍ଷରୁ ନୋଟିସ ଜାରି କରାଯାଇଛି। ଅନ୍ୟପଟେ କ୍ରମାଗତ ବିରୋଧ ପରେ ମେକର୍ସ ଏହି ଗୀତର ହିନ୍ଦୀ ଭର୍ସନକୁ ସମସ୍ତ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି। ନୋରା ଫତେହୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଏହି ଗୀତର ଭିଡିଓକୁ ଡିଲିଟ୍ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ୟୁଟ୍ୟୁବରୁ ହଟିଲା ହିନ୍ଦୀ ଭର୍ସନ

ସୂଚନା ଅନୁଯାୟୀ, ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ 'କେଡି- ଦ ଡେଭିଲ୍' (KD- The Devil) ର ଏହି ଆଇଟମ୍ ଗୀତ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଥିଲା। ଫିଲ୍ମ ଜଗତରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଏହାକୁ ନେଇ କଡ଼ା ସମାଲୋଚନା କରାଯାଇଥିଲା। ସିଙ୍ଗର ଅରମାନ ମଲ୍ଲିକ ଏବଂ ପୂର୍ବତନ କ୍ରିକେଟର ହରଭଜନ ସିଂହ ମଧ୍ୟ ଏହି ଗୀତର ସମାଲୋଚନା କରିଥିଲେ। ବ୍ୟାପକ ବିରୋଧ ପରେ ନିର୍ମାତାମାନେ ଏହାର ହିନ୍ଦୀ ଭର୍ସନକୁ ୟୁଟ୍ୟୁବ୍ରୁ ଅଫିସିଆଲ୍ ଭାବେ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ଗୀତକୁ ସର୍ଚ୍ଚ କଲେ 'କଣ୍ଟେଣ୍ଟ ଉପଲବ୍ଧ ନାହିଁ' ବୋଲି ଦେଖାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗୀତର ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ ଭର୍ସନ ଏବେ ବି ୟୁଟ୍ୟୁବରେ ବିନା କୌଣସି ପରିବର୍ତ୍ତନରେ ଦେଖିବାକୁ ମିଳୁଛି। ମେକର୍ସଙ୍କ ଏହି ଅଧା-ଅଧୁରା ପଦକ୍ଷେପକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଗଣେଶ ପୂଜାରେ ରିଲିଜ୍ ହେବ ତିନୋଟି ଓଡ଼ିଆ ସିନେମା: 'ଦାହାନ୍', 'ଦଣ୍ଡକାଳୀ' ଏବଂ 'ଯଦି' ମଧ୍ୟରେ କଡ଼ା ଟକ୍କର

ସାଇବର ସେଲରେ ଅଭିଯୋଗ ଓ NHRC ନୋଟିସ

ଗୀତର ଖରାପ ଲିରିକ୍ସ ଏବଂ ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର ଆୟୋଗ (NHRC) ଏକ ନୋଟିସ୍ ଜାରି କରିଛନ୍ତି। ANI ରିପୋର୍ଟ ଅନୁଯାୟୀ, ଜଣେ ସାମାଜିକ କର୍ମୀ ଏବଂ ଆଇନଜୀବୀ ଦିଲ୍ଲୀ ପୋଲିସର ସାଇବର ସେଲରେ ଏହି ଗୀତ ବିରୋଧରେ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା ଯେ ଗୀତଟି ସମାଜରେ ଯୌନତାକୁ ପ୍ରୋତ୍ସାହିତ କରୁଛି ଏବଂ ଯୁବପିଢ଼ିଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଘରେ ହୋଇଥିବା ଛୁରାମାଡ଼କୁ ଭୁଲିପାରି ନାହାନ୍ତି ସୈଫ ଅଲ୍ଲୀ ଖାନ, କହିଲେ- 'ଛୁରୀ ଦେଖିଲେ ଡର ଲାଗେ'

କେବଳ ସେତିକି ନୁହେଁ, ଗୀତ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ଯେପରିକି ଗୀତିକାର ରକୀବ ଆଲମ, ନିର୍ଦ୍ଦେଶକ ପ୍ରେମ, କମ୍ପୋଜର ଅର୍ଜୁନ ଜନ୍ୟା ଏବଂ ଗାୟିକା ମଙ୍ଗଲୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହା ସହିତ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ତେବେ ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ଫିଲ୍ମର ନିର୍ମାତା, ସଞ୍ଜୟ ଦତ୍ତ କିମ୍ବା ନୋରା ଫତେହୀଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp