ମାଲାୟାଲାମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ ଅଭିନେତ୍ରୀ ଜାହ୍ନବୀ କପୁର

The Sakala Picture
Published On

ମାଲୟାଲମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍‌ରେ ନଜ ଆସିବେ ଅଭିନେତ୍ରୀ ଜାହ୍ନବୀ କପୁର । ହିନ୍ଦୀରେ ଏହି ଫିଲ୍ମର ନାମ ‘ମିଲି’ ରଖାଯାଇଛି । ଜାହ୍ନବୀ ଇତିମଧ୍ୟରେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ୪ରୁ ସେ ‘ମିଲି’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମଟିର ହିନ୍ଦୀ ରିମେକକୁ ନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ହେଲେ ଫିଲ୍ମର ଚରିତ୍ରକୁ ଜୀବନ୍ତ କରିବା ଲାଗି ଜାହ୍ନବୀ କିଛି […]

ମାଲୟାଲମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍‌ରେ ନଜ ଆସିବେ ଅଭିନେତ୍ରୀ ଜାହ୍ନବୀ କପୁର । ହିନ୍ଦୀରେ ଏହି ଫିଲ୍ମର ନାମ ‘ମିଲି’ ରଖାଯାଇଛି । ଜାହ୍ନବୀ ଇତିମଧ୍ୟରେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ୪ରୁ ସେ ‘ମିଲି’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମଟିର ହିନ୍ଦୀ ରିମେକକୁ ନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ହେଲେ ଫିଲ୍ମର ଚରିତ୍ରକୁ ଜୀବନ୍ତ କରିବା ଲାଗି ଜାହ୍ନବୀ କିଛି ଦିନ ପୂର୍ବରୁ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଯେ, ଜାହ୍ନବୀଙ୍କ ପିତା ବୋନି କପୁର ଏବଂ ଜି-ଷ୍ଟୁଡିଓ ମିଳିତ ସହଯୋଗରେ ଏହି ଫିଲ୍ମଟିକୁ ପ୍ରସ୍ତୁତି କରାଯାଉଛି। ପ୍ରଥମ ଥର ପାଇଁ ଜାହ୍ନବୀ ତାଙ୍କ ପିତାଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଜାହ୍ନବୀଙ୍କ ସମେତ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ମନୋଜ ପାହ ଏବଂ ସନ୍ନି କୌଶଲ । ମନୋଜ ଜାହ୍ନବୀଙ୍କ ପିତା ଭୂମିକାରେ ନଜର ଆସିବେ । ସେହିଭଳି ସନ୍ନିଙ୍କ ନାୟିକା ସାଜିବେ ଜାହ୍ନବୀ । ୧୫ ନଭେମ୍ବର ୨୦୧୯ରେ ରିଲିଜ୍ ହୋଇଥିବା ‘ହେଲେନ୍’ ଏକ ସଫଳ ମାଲୟାଲମ୍ ଫିଲ୍ମ | ଏପରିକି ଏହି ଫିଲ୍ମଟିକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ମହାମାରୀ କରୋନା ପାଇଁ ଏବେ ଫିଲ୍ମଟିର ସୁଟିଂ ମୁମ୍ବାଇରେ କରାଯାଉଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର: ଗୋଟିଏ ବର୍ଷ ପାଇଁ ସ୍ଥଗିତ ହେଲା 'ହେରା ଫେରି ୩'

09 Aug 2021 By The Sakala

ମାଲାୟାଲାମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ ଅଭିନେତ୍ରୀ ଜାହ୍ନବୀ କପୁର

ମାଲୟାଲମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍‌ରେ ନଜ ଆସିବେ ଅଭିନେତ୍ରୀ ଜାହ୍ନବୀ କପୁର । ହିନ୍ଦୀରେ ଏହି ଫିଲ୍ମର ନାମ ‘ମିଲି’ ରଖାଯାଇଛି । ଜାହ୍ନବୀ ଇତିମଧ୍ୟରେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ୪ରୁ ସେ ‘ମିଲି’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମଟିର ହିନ୍ଦୀ ରିମେକକୁ ନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ହେଲେ ଫିଲ୍ମର ଚରିତ୍ରକୁ ଜୀବନ୍ତ କରିବା ଲାଗି ଜାହ୍ନବୀ କିଛି ଦିନ ପୂର୍ବରୁ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଯେ, ଜାହ୍ନବୀଙ୍କ ପିତା ବୋନି କପୁର ଏବଂ ଜି-ଷ୍ଟୁଡିଓ ମିଳିତ ସହଯୋଗରେ ଏହି ଫିଲ୍ମଟିକୁ ପ୍ରସ୍ତୁତି କରାଯାଉଛି। ପ୍ରଥମ ଥର ପାଇଁ ଜାହ୍ନବୀ ତାଙ୍କ ପିତାଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଜାହ୍ନବୀଙ୍କ ସମେତ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ମନୋଜ ପାହ ଏବଂ ସନ୍ନି କୌଶଲ । ମନୋଜ ଜାହ୍ନବୀଙ୍କ ପିତା ଭୂମିକାରେ ନଜର ଆସିବେ । ସେହିଭଳି ସନ୍ନିଙ୍କ ନାୟିକା ସାଜିବେ ଜାହ୍ନବୀ । ୧୫ ନଭେମ୍ବର ୨୦୧୯ରେ ରିଲିଜ୍ ହୋଇଥିବା ‘ହେଲେନ୍’ ଏକ ସଫଳ ମାଲୟାଲମ୍ ଫିଲ୍ମ | ଏପରିକି ଏହି ଫିଲ୍ମଟିକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ମହାମାରୀ କରୋନା ପାଇଁ ଏବେ ଫିଲ୍ମଟିର ସୁଟିଂ ମୁମ୍ବାଇରେ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର