ରାଜପାଲ ଯାଦବଙ୍କୁ ସାହାଯ୍ୟର ହାତ ବଢାଇଲେ କେଆରକେ, ଦେବେ ୧୦ ଲକ୍ଷ ଟଙ୍କା

Tapas Ranjan Nanda Picture
Published On

ମୁମ୍ବାଇ: ବଲିଉଡର ଜଣାଶୁଣା କମେଡିଆନ୍ ରାଜପାଲ ଯାଦବଙ୍କ ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମାଲ ଆର୍ ଖାନ୍ ବା କେଆରକେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ରାଜପାଲ ଯାଦବଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି। ବିଭିନ୍ନ ସମୟରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେଆରକେ ଏଥର ରାଜପାଲଙ୍କ ଅସୁବିଧା ସମୟରେ ତାଙ୍କ ସପକ୍ଷରେ ଠିଆ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ

କେଆରକେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସେ ରାଜପାଲ ଯାଦବଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସେ ରାଜପାଲଙ୍କ ପତ୍ନୀଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଚେକ୍ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ରାଜପାଲଙ୍କ ପରିବାର ଦିଲ୍ଲୀ ହାଇକୋର୍ଟରେ ହେବାକୁ ଥିବା ଜାମିନ ଶୁଣାଣିକୁ ଅପେକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

ଜାମିନ ମିଳିବା ନେଇ ଆଶାବାଦୀ କେଆରକେ

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ରାଜପାଲଙ୍କ ପତ୍ନୀ ଆଜିର ଶୁଣାଣିକୁ ଅପେକ୍ଷା କରିଛନ୍ତି ଏବଂ କେଆରକେ ଆଶା ବ୍ୟକ୍ତ କରିଛନ୍ତି ଯେ ରାଜପାଲ ଭାଇଙ୍କୁ ଖୁବଶୀଘ୍ର ଜାମିନ ମିଳିଯିବ। ସୂଚନାଯୋଗ୍ୟ ଯେ, ରାଜପାଲ ଯାଦବ ପୂର୍ବରୁ ଋଣ ପରିଶୋଧ ଓ ଚେକ୍ ବାଉନ୍ସ ମାମଲାରେ ଆଇନଗତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି କଠିନ ସମୟରେ କେଆରକେଙ୍କ ସହାୟତା ତାଙ୍କ ପାଇଁ ଆଶ୍ୱସ୍ତିକର ହୋଇପାରେ।

12 Feb 2026 By Tapas Ranjan Nanda

ରାଜପାଲ ଯାଦବଙ୍କୁ ସାହାଯ୍ୟର ହାତ ବଢାଇଲେ କେଆରକେ, ଦେବେ ୧୦ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡର ଜଣାଶୁଣା କମେଡିଆନ୍ ରାଜପାଲ ଯାଦବଙ୍କ ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମାଲ ଆର୍ ଖାନ୍ ବା କେଆରକେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ରାଜପାଲ ଯାଦବଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି। ବିଭିନ୍ନ ସମୟରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେଆରକେ ଏଥର ରାଜପାଲଙ୍କ ଅସୁବିଧା ସମୟରେ ତାଙ୍କ ସପକ୍ଷରେ ଠିଆ ହୋଇଛନ୍ତି।

୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ

କେଆରକେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସେ ରାଜପାଲ ଯାଦବଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସେ ରାଜପାଲଙ୍କ ପତ୍ନୀଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଚେକ୍ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ରାଜପାଲଙ୍କ ପରିବାର ଦିଲ୍ଲୀ ହାଇକୋର୍ଟରେ ହେବାକୁ ଥିବା ଜାମିନ ଶୁଣାଣିକୁ ଅପେକ୍ଷା କରିଛନ୍ତି।

ଜାମିନ ମିଳିବା ନେଇ ଆଶାବାଦୀ କେଆରକେ

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ରାଜପାଲଙ୍କ ପତ୍ନୀ ଆଜିର ଶୁଣାଣିକୁ ଅପେକ୍ଷା କରିଛନ୍ତି ଏବଂ କେଆରକେ ଆଶା ବ୍ୟକ୍ତ କରିଛନ୍ତି ଯେ ରାଜପାଲ ଭାଇଙ୍କୁ ଖୁବଶୀଘ୍ର ଜାମିନ ମିଳିଯିବ। ସୂଚନାଯୋଗ୍ୟ ଯେ, ରାଜପାଲ ଯାଦବ ପୂର୍ବରୁ ଋଣ ପରିଶୋଧ ଓ ଚେକ୍ ବାଉନ୍ସ ମାମଲାରେ ଆଇନଗତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି କଠିନ ସମୟରେ କେଆରକେଙ୍କ ସହାୟତା ତାଙ୍କ ପାଇଁ ଆଶ୍ୱସ୍ତିକର ହୋଇପାରେ।

https://www.thesakala.in/entertainment/krk-offers-10-lakh-financial-help-to-rajpal-yadav-bail-hearing/article-44623
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp