ଆସିଲା ‘ବର ବଧୂ’ର ଟ୍ରେଲର: ଭାଲେଣ୍ଟାଇନ୍‌ରେ ଦର୍ଶକଙ୍କ ମନ ଜିଣିବେ ଶୈଳେନ୍ଦ୍ର-ଶିବାନୀ ଯୋଡ଼ି

Tapas Ranjan Nanda Picture
Published On

ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ବର ବଧୂ'ର ଅଫିସିଆଲ୍ ଟ୍ରେଲର ମୁକ୍ତିଲାଭ କରିଛି। ଦର୍ଶକଙ୍କ ପ୍ରିୟ ଯୋଡ଼ି ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶିବାନୀ ସଙ୍ଗୀତାଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ, ଯାହା ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ଟ୍ରେଲରଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଦମଦାର ଷ୍ଟାରକାଷ୍ଟ ଓ ନିର୍ଦ୍ଦେଶନା

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଶିବାନୀ ଅଭିନୟ କରିଥିବାବେଳେ, ଅନ୍ୟ ପ୍ରମୁଖ ଚରିତ୍ରରେ ଶୁଭାଶିଷ ଶର୍ମା ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱରଞ୍ଜନ ଏବଂ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଚନ୍ଦ୍ରମଣି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଏବଂ ଭରତ-ହିତାରଥ, ଯାହାର ଗୀତଗୁଡ଼ିକ ପୂର୍ବରୁ ଦର୍ଶକଙ୍କ ମନ ଜିଣିସାରିଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଭାଲେଣ୍ଟାଇନ୍‌ ଭେଟି

ପାରିବାରିକ ଡ୍ରାମା ଏବଂ ରୋମାନ୍ସରେ ଭରପୂର ଏହି ସିନେମାଟି ଆସନ୍ତା ଫେବୃଆରୀ ୧୩ ତାରିଖରେ, ଭାଲେଣ୍ଟାଇନ୍ସ ଡେ' ଅବସରରେ ପରଦାକୁ ଆସିବାକୁ ଯାଉଛି। ଆମର ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp