‘ଟାଇଗର- ୩’ରେ ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ପାଇଁ ଖର୍ଚ୍ଚ ହେବ ୧୦ କୋଟି

The Sakala Picture
Published On

ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ ଏବେ ତାଙ୍କ ଫିଲ୍ମ ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସଲମାନ୍‌ ଏହାର ଏକ ଭିଡିଓ ଜାରି କରି ଫିଲ୍ମର ଆରମ୍ଭ ନେଇ ଔପଚାରିକ ଘୋଷଣା କରିଛନ୍ତି। ‘ଟାଇଗର ୩’ ସଲମାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ ଫିଲ୍ମର ତୃତୀୟ ସଂସ୍କରଣ ହେବ। ଏହି ଫିଲ୍ମରେ ଖଳନାୟକ ଭାବେ ଦେଖାଯିବେ ଅଭିନେତା ଇମ୍ରାନ୍‌ ହାସ୍‌ମୀ। ଫିଲ୍ମରେ ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ଲାଗି ନିର୍ମାତା […]

ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ ଏବେ ତାଙ୍କ ଫିଲ୍ମ ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସଲମାନ୍‌ ଏହାର ଏକ ଭିଡିଓ ଜାରି କରି ଫିଲ୍ମର ଆରମ୍ଭ ନେଇ ଔପଚାରିକ ଘୋଷଣା କରିଛନ୍ତି। ‘ଟାଇଗର ୩’ ସଲମାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ ଫିଲ୍ମର ତୃତୀୟ ସଂସ୍କରଣ ହେବ। ଏହି ଫିଲ୍ମରେ ଖଳନାୟକ ଭାବେ ଦେଖାଯିବେ ଅଭିନେତା ଇମ୍ରାନ୍‌ ହାସ୍‌ମୀ। ଫିଲ୍ମରେ ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ଲାଗି ନିର୍ମାତା ଅଧିକ ୧୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ସଲମାନ୍‌ଙ୍କ ପ୍ରତ୍ୟେକ ଫିଲ୍ମରେ ହିରୋର ଏଣ୍ଟ୍ରି ପାଇଁ ସ୍ବତନ୍ତ୍ର ସିନ୍‌ ସୁଟ୍‌ କରାଯାଇଥାଏ। ସେହିଭଳି ‘ଟାଇଗର -୩’ ଲାଗି ମଧ୍ୟ ଏହି କାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅବଶ୍ୟ ଏଥର ଖଳନାୟକ ପାଇଁ ଏପରି ଏକ ବଡ଼ ଆକାରର ଅର୍ଥ ଖର୍ଚ୍ଚ କରାଯିବ।

ଆହୁରି ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର: ଗୋଟିଏ ବର୍ଷ ପାଇଁ ସ୍ଥଗିତ ହେଲା 'ହେରା ଫେରି ୩'

‘ଟାଇଗର୍-୩’ରେ ସଲମାନ୍-କ୍ୟାଟ୍ରିନାଙ୍କ ଏଣ୍ଟ୍ରି ସିନ୍‌ ପାଇଁ ମଧ୍ୟ ଜବରଦସ୍ତ ଅର୍ଥ ଖର୍ଚ୍ଚ କରାଯିବ। ତେବେ ମନୀଷ ଶର୍ମା, ଆଦିତ୍ୟ ଚୋପ୍ରା ଏବଂ ଷ୍ଟଣ୍ଟ ଟିମ୍‌ ଇମରାନ୍‌ଙ୍କ ସ୍ବତନ୍ତ୍ର ଏଣ୍ଟ୍ରି ଦେଖାଇବା ଲାଗି ଏକ ଆକ୍ସନ ସିନ୍ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ହାରାହାରି ଦଶ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ସିନ୍‌ର ସୁଟିଂ ଚଳିତ ମାସ ଶେଷ ଆଡକୁ କରାଯିବ। ଏହି ଫିଲ୍ମରେ ସଲମାନ ଓ ଇମ୍ରାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖୀବାକୁ ପାଇବେ ପ୍ରଶଂସକ। ଫିଲ୍ମର ସୁଟିଂ ମୁମ୍ବାଇସ୍ଥିତ ୟଶରାଜ ଷ୍ଟୁଡିଓରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସଲମାନ୍‌ ଓ କ୍ୟାଟ୍ରିନା ସୁଟିଂ ଆରମ୍ଭ କରିଛନ୍ତି। ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ ହୋଇଥିବାରୁ ସଲମାନ୍‌ ଅଧିକ ସମୟ ଜିମ୍‌ରେ କାଟୁଥିବାର ଦେଖାଯାଇଛି। ଏନେଇ ନିକଟରେ ସଲମାନ୍‌ ଏକ ଛୋଟ ଭିଡ଼ିଓ କ୍ଲିପ୍‌ ସେୟାର କରିଛନ୍ତି। ଏହି ଭିଡିଓରେ ସଲମାନ୍‌ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖୀବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଛାଡ଼ପତ୍ର ପରେ ଝିଅକୁ ଧୁମଧାମରେ ସ୍ୱାଗତ କଲେ ବାପା; ପ୍ରଶଂସା କରି 'ସାଲ୍ୟୁଟ୍' କଲେ ଅଭିନେତା ରାକେଶ ବେଦୀ

24 Jul 2021 By The Sakala

‘ଟାଇଗର- ୩’ରେ ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ପାଇଁ ଖର୍ଚ୍ଚ ହେବ ୧୦ କୋଟି

ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ ଏବେ ତାଙ୍କ ଫିଲ୍ମ ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସଲମାନ୍‌ ଏହାର ଏକ ଭିଡିଓ ଜାରି କରି ଫିଲ୍ମର ଆରମ୍ଭ ନେଇ ଔପଚାରିକ ଘୋଷଣା କରିଛନ୍ତି। ‘ଟାଇଗର ୩’ ସଲମାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ ଫିଲ୍ମର ତୃତୀୟ ସଂସ୍କରଣ ହେବ। ଏହି ଫିଲ୍ମରେ ଖଳନାୟକ ଭାବେ ଦେଖାଯିବେ ଅଭିନେତା ଇମ୍ରାନ୍‌ ହାସ୍‌ମୀ। ଫିଲ୍ମରେ ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ୍‌ ଲାଗି ନିର୍ମାତା ଅଧିକ ୧୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ସଲମାନ୍‌ଙ୍କ ପ୍ରତ୍ୟେକ ଫିଲ୍ମରେ ହିରୋର ଏଣ୍ଟ୍ରି ପାଇଁ ସ୍ବତନ୍ତ୍ର ସିନ୍‌ ସୁଟ୍‌ କରାଯାଇଥାଏ। ସେହିଭଳି ‘ଟାଇଗର -୩’ ଲାଗି ମଧ୍ୟ ଏହି କାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅବଶ୍ୟ ଏଥର ଖଳନାୟକ ପାଇଁ ଏପରି ଏକ ବଡ଼ ଆକାରର ଅର୍ଥ ଖର୍ଚ୍ଚ କରାଯିବ।

‘ଟାଇଗର୍-୩’ରେ ସଲମାନ୍-କ୍ୟାଟ୍ରିନାଙ୍କ ଏଣ୍ଟ୍ରି ସିନ୍‌ ପାଇଁ ମଧ୍ୟ ଜବରଦସ୍ତ ଅର୍ଥ ଖର୍ଚ୍ଚ କରାଯିବ। ତେବେ ମନୀଷ ଶର୍ମା, ଆଦିତ୍ୟ ଚୋପ୍ରା ଏବଂ ଷ୍ଟଣ୍ଟ ଟିମ୍‌ ଇମରାନ୍‌ଙ୍କ ସ୍ବତନ୍ତ୍ର ଏଣ୍ଟ୍ରି ଦେଖାଇବା ଲାଗି ଏକ ଆକ୍ସନ ସିନ୍ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ହାରାହାରି ଦଶ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ସିନ୍‌ର ସୁଟିଂ ଚଳିତ ମାସ ଶେଷ ଆଡକୁ କରାଯିବ। ଏହି ଫିଲ୍ମରେ ସଲମାନ ଓ ଇମ୍ରାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖୀବାକୁ ପାଇବେ ପ୍ରଶଂସକ। ଫିଲ୍ମର ସୁଟିଂ ମୁମ୍ବାଇସ୍ଥିତ ୟଶରାଜ ଷ୍ଟୁଡିଓରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସଲମାନ୍‌ ଓ କ୍ୟାଟ୍ରିନା ସୁଟିଂ ଆରମ୍ଭ କରିଛନ୍ତି। ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ ହୋଇଥିବାରୁ ସଲମାନ୍‌ ଅଧିକ ସମୟ ଜିମ୍‌ରେ କାଟୁଥିବାର ଦେଖାଯାଇଛି। ଏନେଇ ନିକଟରେ ସଲମାନ୍‌ ଏକ ଛୋଟ ଭିଡ଼ିଓ କ୍ଲିପ୍‌ ସେୟାର କରିଛନ୍ତି। ଏହି ଭିଡିଓରେ ସଲମାନ୍‌ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖୀବାକୁ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର