‘କ୍ରିସ୍-୪’ ଟ୍ରିପିଲ ରୋଲରେ ନଜର ଆସିବେ ହ୍ରିତିକ୍‌ ରୋଶନ

The Sakala Picture
Published On

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ‘କ୍ରିସ୍‌-୪’ ଫିଲ୍ମ ବିଷୟରେ ଘୋଷଣା କରିବା ପରେ ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ହ୍ରିତିକ୍‌ ଏଥିରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ଖବର ଆସିଛି। ଏହାର କାହାଣୀ ଟାଇମ୍‌ ଟ୍ରାଭେଲ ଉପରେ ଆଧାରିତ ହେବ ବୋଲି ଜଣାପଡ଼ିଛି। ଏଥିରେ ହ୍ରିତିକ୍‌ ଟ୍ରିପିଲ ରୋଲରେ ଦେଖାଯିବେ ବୋଲି ଚର୍ଚ୍ଚା ହେଉଛି। ପ୍ରୀତି ଜିନ୍‌ଟା ମଧ୍ୟ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ […]

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ‘କ୍ରିସ୍‌-୪’ ଫିଲ୍ମ ବିଷୟରେ ଘୋଷଣା କରିବା ପରେ ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ହ୍ରିତିକ୍‌ ଏଥିରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ଖବର ଆସିଛି। ଏହାର କାହାଣୀ ଟାଇମ୍‌ ଟ୍ରାଭେଲ ଉପରେ ଆଧାରିତ ହେବ ବୋଲି ଜଣାପଡ଼ିଛି। ଏଥିରେ ହ୍ରିତିକ୍‌ ଟ୍ରିପିଲ ରୋଲରେ ଦେଖାଯିବେ ବୋଲି ଚର୍ଚ୍ଚା ହେଉଛି। ପ୍ରୀତି ଜିନ୍‌ଟା ମଧ୍ୟ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘କୋଇ ମିଲ ଗୟା’ ଫିଲ୍ମରେ ହ୍ରିତିକ୍‌ ସିଙ୍ଗିଲ୍‌ ରୋଲରେ ଦେଖାଯାଇଥdବାବେଳେ ‘କ୍ରିସ୍’ ଓ ‘କ୍ରିସ୍-୩’ରେ ଡବଲ ରୋଲରେ ନଜର ଆସିଥିଲେ। । ଟାଇମ୍‌ ଟ୍ରାଭେଲ ଉପରେ ଫିଲ୍ମଟି ଆଧାରିତ ହୋଇଥିବାରୁ ଏଥରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଘଟଣାଗୁଡ଼ିକ ଯୋଡ଼ି ହୋଇଥିବାର ଦେଖିବାକୁ ମିଳିବ। ପ୍ରିୟଙ୍କା ଚୋପ୍ରା ଓ ରେଖା ମଧ୍ୟ ଏଥିରେ ନଜର ଆସିବେ। ଏହାସହ ଏହି ଫିଲ୍ମରେ ବିବେକ ଓବରୟଙ୍କୁ ଦେଖିବାକୁ ମିଳିବ। ସେ ‘କ୍ରିସ୍-୩’ରେ ଖଳନାୟକ ଭାବେ ଦେଖାଯାଇଥିଲେ। ‘କ୍ରିସ୍‌-୪’ରେ ପୁଣି ଥରେ ହ୍ରିତିକ୍‌ ଓ ବିବେକ ମୁହାଁମୁହିଁ ହେଉଥିବାର ଦେଖାଯିବେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp