‘କ୍ରୀସ୍‌-୪’ରେ ନଜର ଆସିବେ ଶ୍ରଦ୍ଧା !

The Sakala Picture
Published On

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ ୨’ ନିକଟରେ ମୁକ୍ତିଲାଭ କରିଛି। ଶ୍ରଦ୍ଧା ଓ ରାଜ୍‌କୁମାର ରାଓଙ୍କ ଏହି ଫିଲ୍ମ ପାଞ୍ଚଦିନ ମଧ୍ୟରେ ବକ୍ସ ଅଫିସ୍‌ରୁ ୨୭୫ କୋଟି ଟଙ୍କା ଆୟ କରିଛି। ଇତିମଧ୍ୟରେ ଶ୍ରଦ୍ଧା ‘କ୍ରୀସ୍-୪’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ‘ସ୍ତ୍ରୀ ୨’ର ସଫଳତାକୁ ଦେଖି ‘କ୍ରୀସ୍-୪’ର ନିର୍ଦ୍ଦେଶକ କରନ୍‌ ମଲହୋତ୍ରା ଶ୍ରଦ୍ଧାଙ୍କ ନାମ ବାଛିଥିବା କୁହାଯାଉଛି। ଏହାବାଦ୍‌ ଶ୍ରଦ୍ଧା ଗତବର୍ଷ କରିଥିବା ଏକ ପୋଷ୍ଟରୁ ସେ ଏହି […]

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ ୨’ ନିକଟରେ ମୁକ୍ତିଲାଭ କରିଛି। ଶ୍ରଦ୍ଧା ଓ ରାଜ୍‌କୁମାର ରାଓଙ୍କ ଏହି ଫିଲ୍ମ ପାଞ୍ଚଦିନ ମଧ୍ୟରେ ବକ୍ସ ଅଫିସ୍‌ରୁ ୨୭୫ କୋଟି ଟଙ୍କା ଆୟ କରିଛି। ଇତିମଧ୍ୟରେ ଶ୍ରଦ୍ଧା ‘କ୍ରୀସ୍-୪’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ‘ସ୍ତ୍ରୀ ୨’ର ସଫଳତାକୁ ଦେଖି ‘କ୍ରୀସ୍-୪’ର ନିର୍ଦ୍ଦେଶକ କରନ୍‌ ମଲହୋତ୍ରା ଶ୍ରଦ୍ଧାଙ୍କ ନାମ ବାଛିଥିବା କୁହାଯାଉଛି। ଏହାବାଦ୍‌ ଶ୍ରଦ୍ଧା ଗତବର୍ଷ କରିଥିବା ଏକ ପୋଷ୍ଟରୁ ସେ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। କାରଣ ଶ୍ରଦ୍ଧା ସୂର୍ଯ୍ୟକିରଣରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍‌ରେ ଲେଖିଥିଲେ, ‘ଯାଦୁ ଭଳି ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି।’ ଏଥିରେ ହ୍ରିତିକ୍‌ ମନ୍ତବ୍ୟ ଦେଇଥିାଲେ,‘ ମୁଁ ତାକୁ କହିଦେଇଛି, ସେ ଆସୁଛି।’ କିନ୍ତୁ ଏନେଇ ଫିଲ୍ମର ପ୍ରଯୋଜକ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ସୁପର୍‌ହିରୋ ଉପରେ ଆଧାରିତ ‘କ୍ରୀସ୍-୪’କୁ ଦର୍ଶକେ ୧୧ ବର୍ଷ ଧରି ଅପେକ୍ଷା କରିଛନ୍ତି। ଏହାର କାହାଣୀ ଲେଖା ହୋଇସାରିଛି। ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

22 Aug 2024 By The Sakala

‘କ୍ରୀସ୍‌-୪’ରେ ନଜର ଆସିବେ ଶ୍ରଦ୍ଧା !

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ ୨’ ନିକଟରେ ମୁକ୍ତିଲାଭ କରିଛି। ଶ୍ରଦ୍ଧା ଓ ରାଜ୍‌କୁମାର ରାଓଙ୍କ ଏହି ଫିଲ୍ମ ପାଞ୍ଚଦିନ ମଧ୍ୟରେ ବକ୍ସ ଅଫିସ୍‌ରୁ ୨୭୫ କୋଟି ଟଙ୍କା ଆୟ କରିଛି। ଇତିମଧ୍ୟରେ ଶ୍ରଦ୍ଧା ‘କ୍ରୀସ୍-୪’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ‘ସ୍ତ୍ରୀ ୨’ର ସଫଳତାକୁ ଦେଖି ‘କ୍ରୀସ୍-୪’ର ନିର୍ଦ୍ଦେଶକ କରନ୍‌ ମଲହୋତ୍ରା ଶ୍ରଦ୍ଧାଙ୍କ ନାମ ବାଛିଥିବା କୁହାଯାଉଛି। ଏହାବାଦ୍‌ ଶ୍ରଦ୍ଧା ଗତବର୍ଷ କରିଥିବା ଏକ ପୋଷ୍ଟରୁ ସେ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। କାରଣ ଶ୍ରଦ୍ଧା ସୂର୍ଯ୍ୟକିରଣରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍‌ରେ ଲେଖିଥିଲେ, ‘ଯାଦୁ ଭଳି ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି।’ ଏଥିରେ ହ୍ରିତିକ୍‌ ମନ୍ତବ୍ୟ ଦେଇଥିାଲେ,‘ ମୁଁ ତାକୁ କହିଦେଇଛି, ସେ ଆସୁଛି।’ କିନ୍ତୁ ଏନେଇ ଫିଲ୍ମର ପ୍ରଯୋଜକ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ସୁପର୍‌ହିରୋ ଉପରେ ଆଧାରିତ ‘କ୍ରୀସ୍-୪’କୁ ଦର୍ଶକେ ୧୧ ବର୍ଷ ଧରି ଅପେକ୍ଷା କରିଛନ୍ତି। ଏହାର କାହାଣୀ ଲେଖା ହୋଇସାରିଛି। ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।

https://www.thesakala.in/entertainment/shraddha-kapoor-to-star-in-hrithik-roshan-starrer-krrish-42/article-34572
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp