ସେପ୍ଟେମ୍ବର ୧୭ରେ ରିଲିଜ୍‌ ହେବ ‘ଅନେକ’

The Sakala Picture
Published On

ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନେକ’କୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସୁକତା ରହିଛି। ବର୍ତ୍ତମାନ ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇ ନଥିଲେ ମଧ୍ୟ ଫିଲ୍ମଟି ସେପ୍ଟେମ୍ବର ୧୭, ୨୦୨୧ରେ ରିଲିଜ୍‌ ହେବ। ଦ୍ବିତୀୟ ଥର ପାଇଁ ଅନୁଭବ ଓ ଆୟୁଷ୍ମାନ୍‌ ଏକାସଙ୍ଗେ କାମ କରୁଛନ୍ତି। ଏହାପୂର୍ବରୁ ଉଭୟ ଆୟୁଷ୍ମାନ ଓ ଅନୁଭବ ଏକାସଙ୍ଗେ ‘ଆର୍ଟିକଲ୍ ୧୫’ରେ କାମ କରିଥିଲେ। ନିକଟରେ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା କରି ଆୟୁଷ୍ମାନ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି […]

ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନେକ’କୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସୁକତା ରହିଛି। ବର୍ତ୍ତମାନ ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇ ନଥିଲେ ମଧ୍ୟ ଫିଲ୍ମଟି ସେପ୍ଟେମ୍ବର ୧୭, ୨୦୨୧ରେ ରିଲିଜ୍‌ ହେବ। ଦ୍ବିତୀୟ ଥର ପାଇଁ ଅନୁଭବ ଓ ଆୟୁଷ୍ମାନ୍‌ ଏକାସଙ୍ଗେ କାମ କରୁଛନ୍ତି। ଏହାପୂର୍ବରୁ ଉଭୟ ଆୟୁଷ୍ମାନ ଓ ଅନୁଭବ ଏକାସଙ୍ଗେ ‘ଆର୍ଟିକଲ୍ ୧୫’ରେ କାମ କରିଥିଲେ। ନିକଟରେ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା କରି ଆୟୁଷ୍ମାନ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ,ନାମ ଅନେକ, ରିଲିଜ୍ ଡେଟ ଏକ। ‘ଅନେକ’ର ପ୍ରଯୋଜନା ଦାୟିତ୍ବରେ ଭୂଷଣ କୁମାର ଓ ଅନୁଭବ ସିହ୍ନା ଅଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ନିକଟରେ ଆୟୁଷ୍ମାନ୍‌ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏହାର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ସେୟାର କରିଥିଲେ। ଟ୍ରିମଡ୍ ହେୟାରକଟ୍‌, ଦାଢ଼ି ଓ ଆଇବ୍ରୋରେ କଟାକଟା ଷ୍ଟାଇଲ ଆୟୁଷ୍ମାନଙ୍କୁ ଏକ ଭିନ୍ନ ଲୁକ୍‌ ପ୍ରଦାନ କରିଛି। ପରଦାରେ ଆୟୁଷ୍ମାନଙ୍କ ବିପକ୍ଷରେ କିଏ ନାୟିକା ସାଜିବେ ସେ ନେଇ ଏଯାବତ୍‌ ଔପଚାରିକ ଭାବେ କିଛି କୁହାଯାଇ ନାହିଁ। ‘ଅନେକ’ ବ୍ୟତୀତ ଆୟୁଷ୍ମାନ ‘ଡକ୍ଟର ଜି’ରେ ମଧ୍ୟ ଅଭିନୟ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp