ଷ୍ଟାର୍‌ଡମ୍‌ ଚାଲିଯିବାର ଯନ୍ତ୍ରଣାକୁ ସହି ପାରି ନଥିଲେ ରାଜେଶ ଖାନ୍ନା

The Sakala Picture
Published On

ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍‌ ଥିଲେ ଦିବଂଗତ ଅଭିନେତା ରାଜେଶ ଖାନ୍ନା। ୧୯୬୦ ଓ ୭୦ ଦଶକରେ ରାଜେଶ ଖାନ୍ନାଙ୍କ ନାଁ ହିଁ ଚଳଚ୍ଚିତ୍ର ସଫଳତାର ଏକ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଉଥିଲା। ଯୁବତୀମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏତେ ଥିଲା ଯେ, ତାଙ୍କ ପାଖକୁ ରକ୍ତରେ ଲେଖା ପ୍ରେମପତ୍ର ଆସୁଥିଲା। ସେହି ସମୟରେ କେତେକ ଯୁବତୀ ମଧ୍ୟ ତାଙ୍କ ଫଟୋକୁ ବିବାହ ମଧ୍ୟ କରିନେଇଥିଲେ। ରାଜେଶଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା,ଯେତେେବଳେ ତାଙ୍କ ଷ୍ଟାର୍‌ଡମ୍‌ […]

ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍‌ ଥିଲେ ଦିବଂଗତ ଅଭିନେତା ରାଜେଶ ଖାନ୍ନା। ୧୯୬୦ ଓ ୭୦ ଦଶକରେ ରାଜେଶ ଖାନ୍ନାଙ୍କ ନାଁ ହିଁ ଚଳଚ୍ଚିତ୍ର ସଫଳତାର ଏକ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଉଥିଲା। ଯୁବତୀମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏତେ ଥିଲା ଯେ, ତାଙ୍କ ପାଖକୁ ରକ୍ତରେ ଲେଖା ପ୍ରେମପତ୍ର ଆସୁଥିଲା। ସେହି ସମୟରେ କେତେକ ଯୁବତୀ ମଧ୍ୟ ତାଙ୍କ ଫଟୋକୁ ବିବାହ ମଧ୍ୟ କରିନେଇଥିଲେ। ରାଜେଶଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା,ଯେତେେବଳେ ତାଙ୍କ ଷ୍ଟାର୍‌ଡମ୍‌ କମିବାକୁ ଲାଗିଲା। ଏହାପରେ ସେ ଆଉ ଇଣ୍ଡଷ୍ଟ୍ରୀରେ ପୂର୍ବ ଭଳି ନିଜ ସଫଳତାକୁ ଦୋହରାଇ ପାରି ନଥିଲେ। ନିକଟରେ ବଲିଉଡ୍‌ର ଭେଟେରାନ୍ ଅଭିନେତା

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ପ୍ରେମ୍‌ ଚୋପ୍ରା ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ରାଜେଶଙ୍କ ଜୀବନର ଉତ୍ଥାନପତନ ଉପରେ ଆଲୋଚନା କରିଥିଲେ। ପ୍ରେମ୍‌ ଚୋପ୍ରା ଓ ରାଜେଶ ଖାନ୍ନା ଏକାଠି ୧୯ଟି ଫିଲ୍ମରେ କାମ କରିଥିଲେ। ତନ୍ମଧ୍ୟରେ ‘ପ୍ରେମ୍‌ ନଗର’, ‘ଡୋଲି’, ‘କଟିପତଙ୍ଗ’ ‘ଦୋ ରାସ୍ତେ’, ‘ଦାଗ’, ‘ଅଜନବି’ ଆଦି ଫିଲ୍ମଗୁଡ଼ିକ ରହିଥିଲା। ପ୍ରେମ୍‌ଙ୍କ କହିବା ଅନୁସାରେ,‘ ସେ ରାଜେଶଙ୍କ ସହ କାମ କରି ଅନେକ କିଛି ଶିଖୀଛନ୍ତି। ସମୟ ଥିଲା, େଯତେେବଳେ ରାଜେଶ ଫିଲ୍ମ ସାଇନ୍‌ କରିବା ପାଇଁ ପ୍ରଯୋଜକମାନେ ଲମ୍ବା ଲାଇନ୍‌ ଲଗାଉ ଥିଲେ। ସେ ବହୁତ ଭାବପ୍ରବଣ ଥିଲେ। କିଛି କାରଣକୁ ନେଇ ସବୁବେଳେ ବ୍ୟତିବ୍ୟସ୍ତ ରହୁଥିଲେ। ଏଥିପାଇଁ ତାଙ୍କ କ୍ୟାରିୟର୍‌ ତଳକୁ ଚାଲିଯାଇଥିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ରାଜେଶଙ୍କ କ୍ୟାରିୟର ପତନ ସମୟରେ ସେ ମାନିବାକୁ ପ୍ରସ୍ତୁତ ନଥିଲେ ଯେ, ଲଗାତାର ତାଙ୍କ ଫିଲ୍ମଗୁଡ଼ିକ ଫ୍ଲପ୍‌ ହେଉଛି। ଯେଉଁ ମଣିଷ ତିନିବର୍ଷ ମଧ୍ୟରେ ଲଗାତାର ୧୫ଟି ହିଟ୍‌ ଫିଲ୍ମ ଦେଇଛନ୍ତି ତାଙ୍କ ଫିଲ୍ମ ଫ୍ଲପ୍‌ ହେଉଛି ବୋଲି ସେ ବା କିପରି ମାନି ନେବେ ! ଏହି ସମୟରେ ତାଙ୍କୁ କିଛି ଏଭଳି ଫିଲ୍ମ ମିଳିଥିଲା, ଯେଉଁଥିପାଇଁ ସେ ଆଦୌ ଫିଟ୍‌ ନଥିଲେ। ଯେଉଁ ଫିଲ୍ମଗୁଡ଼ିକ ରାଜେଶଙ୍କ ହାତରୁ ଚାଲିଯାଉଥିଲା, ତାହା ଅମିତାଭ ବଚ୍ଚନଙ୍କ ହାତକୁ ଚାଲିଯାଉଥିଲା। ଅମିତାଭ ମଧ୍ୟ ସେଥିରେ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ସେତେବେଳେ ଅମିତାଭ କେତେଗୁଡ଼ିଏ ଫିଲ୍ମରେ ସାଇଡ୍ ହିରୋ ଭାବେ ମଧ୍ୟ ନଜର ଆସିଥିଲେ। କିନ୍ତୁ ରାଜେଶ ସବୁବେଳେ ହିରୋ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ଏହାପରେ ସେ ଅନେକଗୁଡ଼ିକ ଫିଲ୍ମରେ କାମ କରିବା ପାଇଁ ମନା କରି ଦେଇଥିଲେ। ଦେଖୁଦେଖୁ ରାଜେଶଙ୍କ ଷ୍ଟାରଡମ୍‌ କମିବାକୁ ଲାଗିଲା। ସେତେବେଳେ ସେ ଚାହିଁଥିଲେ ତାଙ୍କ ପ୍ରସିଦ୍ଧିକୁ ବଜାୟ ରଖୀପାରିଥାନ୍ତେ କିନ୍ତୁ ସେ ଧୀରେ ଧୀରେ ନିରାଶ ହେବାକୁ ଲାଗିଲେ। ଯଦି ଆପଣ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ତେବେ କାମ ନ ମିଳିବା କଥା ବି ଆପଣଙ୍କୁ ସହ୍ୟ କରିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏପରି ସମୟ ଆସିଥାଏ, ଯେତେେବଳେ ସେ ତଳକୁ ଖସିଥାଏ’।

ଏଠାରେ ପ୍ରକାଶ ଥାଉ କି, ରାଜେଶ ଏକ ସମୟରେ ବଲିଉଡ୍‌ର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତା ଥିଲେ। ୧୯୭୦ରୁ ୧୯୮୭ ପର୍ଯ୍ୟନ୍ତ ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ବେଶ୍ ଭଲ ବ୍ୟବସାୟ କରିଥିଲା। ଏହାପରେ ତାଙ୍କ କ୍ୟାରିୟରରେ ଅବନତି ଦେଖାଗଲା । ସେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଧୀରେ ଧୀରେ ଦୂରେଇ ଗଲେ। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ୨୦୧୨ରେ ତାଙ୍କର ମୃତ୍ୟୁ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp