‘ଘରେ ଚୁଲ୍‌ବୁଲ୍‌ ପାଣ୍ଡେ ହେଲେ ମାଡ଼ ଖାଇବି’ : ସଲ୍‌ମାନ୍‌

The Sakala Picture
Published On

ବଲିଉଡ୍‌ ସୁପରଷ୍ଟାର ଅଭିନେତା ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ୟୋର୍‌ ମୋଷ୍ଟ ୱାଣ୍ଟେଡ ଭାଇ’ ଇଦ୍‌ ଅବସରରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ୍‌ ଜଣେ ପୋଲିସ୍‌ ଅଫିସର ଭୂମିକାରେ ନଜର ଆସିବେ। ପୂର୍ବରୁ ‘ଗର୍ବ’, ‘ୱାଣ୍ଟେଡ’, ‘ଦବଙ୍ଗ’ ପରି ଅନେକ ହିଟ୍‌ ଫିଲ୍ମରେ ସଲମାନ୍‌ ପୋଲିସ୍‌ ଅଫିସର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଥିଲେ। ପୋଲିସ୍‌ ଅଫିସର୍ ଭୂମିକାରେ ସଲମାନ୍‌ଙ୍କର ସବୁଠୁ ଲୋକପ୍ରିୟ ଚରିତ୍ର ଥିଲା ‘ଚୁଲ୍‌ବୁଲ୍‌ ପାଣ୍ଡେ। ନିକଟରେ […]

ବଲିଉଡ୍‌ ସୁପରଷ୍ଟାର ଅଭିନେତା ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ୟୋର୍‌ ମୋଷ୍ଟ ୱାଣ୍ଟେଡ ଭାଇ’ ଇଦ୍‌ ଅବସରରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ୍‌ ଜଣେ ପୋଲିସ୍‌ ଅଫିସର ଭୂମିକାରେ ନଜର ଆସିବେ। ପୂର୍ବରୁ ‘ଗର୍ବ’, ‘ୱାଣ୍ଟେଡ’, ‘ଦବଙ୍ଗ’ ପରି ଅନେକ ହିଟ୍‌ ଫିଲ୍ମରେ ସଲମାନ୍‌ ପୋଲିସ୍‌ ଅଫିସର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଥିଲେ। ପୋଲିସ୍‌ ଅଫିସର୍ ଭୂମିକାରେ ସଲମାନ୍‌ଙ୍କର ସବୁଠୁ ଲୋକପ୍ରିୟ ଚରିତ୍ର ଥିଲା ‘ଚୁଲ୍‌ବୁଲ୍‌ ପାଣ୍ଡେ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ନିକଟରେ ‘ରାଧେ’ର ପ୍ରମୋସନ୍‌ ସମୟରେ ଚୁଲବୁଲ ପାଣ୍ଡେ ଚରିତ୍ରକୁ ନେଇ ସଲମାନ୍‌ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ଘରେ ସେ ଏହି ଚରିତ୍ରର ପ୍ରୟୋଗ କରନ୍ତି ତାଙ୍କ ବାପାମାଆଙ୍କ ଠାରୁ ମାଡ଼ ଖାଇବେ। ସଲମାନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ପରଦା ଉପରେ କୌଣସି ଚରିତ୍ର ତାଙ୍କୁ ଭଲ ଲାଗେ ସେ ସେହି ଚରତ୍ରକୁ ଘରକୁ ନେଇ ଯିବାକୁ ଇଚ୍ଛା କରନ୍ତି, କିନ୍ତୁ ଘରକୁ ଯିବା ସମୟରେ ଚରିତ୍ରଗୁଡିକୁ ବାହାରେ ହିଁ ଛାଡି ଦେଇ ଯିବାକୁ ହୋଇଥାଏ। କାରଣ ଘରେ ମୋତେ ମୋ ପରିବାର ଚୁଲବୁଲ୍‌ ପାଣ୍ଡେ ଚରିତ୍ରରେ ନୁହେଁ ବରଂ ଜଣେ ଭାଇ ଓ ପୁଅ ଚରିତ୍ରରେ ଦେଖିବାକୁ ଚାହାଁନ୍ତି। ‘ରାଧେ ୟୋର୍ ମୋଷ୍ଟ ୱାଣ୍ଟେଡ ଭାଇ’ରେ ସଲମାନଙ୍କ ସହିତ ଦିଶା ପଟାନୀ, ରଣଦୀପ ହୁଡ୍ଡା ଏବଂ ଜ୍ୟାକି ଶ୍ରଫ୍‌ଙ୍କ ପରି କଳାକାର ନଜର ଆସିବେ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp