ସାରା, ଜାହ୍ନବୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା

The Sakala Picture
Published On

ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ତାଙ୍କର ଫିଲ୍ମ ‘ଡ୍ରିମ୍‌ ଗାର୍ଲ-୨’କୁ ନେଇ ବେଶ୍‌ ଆଶାବାଦୀ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ଦେଖାଯିବେ ଆୟୁଷ୍ମାନ୍‌ ଖୁରାନା। ଇତିମଧ୍ୟରେ ଅନନ୍ୟା ଏକ ମଲ୍ଟି ଷ୍ଟାର୍‌ ଫିଲ୍ମରେ କାମ କରିବା ପାଇଁ ଇଚ୍ଛା ରଖିଛନ୍ତି। ଫିଲ୍ମଟି ମହିଳାମାନଙ୍କୁ ନେଇ ହେବା ପାଇଁ ସେ ଚାହାନ୍ତି। ତେବେ ଏଭଳି ଏକ ଫିଲ୍ମରେ ସେ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କ ସହ କାମ କରିବା ପାଇଁ ଚାହିଁବେ ବୋଲି […]

ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ତାଙ୍କର ଫିଲ୍ମ ‘ଡ୍ରିମ୍‌ ଗାର୍ଲ-୨’କୁ ନେଇ ବେଶ୍‌ ଆଶାବାଦୀ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ଦେଖାଯିବେ ଆୟୁଷ୍ମାନ୍‌ ଖୁରାନା। ଇତିମଧ୍ୟରେ ଅନନ୍ୟା ଏକ ମଲ୍ଟି ଷ୍ଟାର୍‌ ଫିଲ୍ମରେ କାମ କରିବା ପାଇଁ ଇଚ୍ଛା ରଖିଛନ୍ତି। ଫିଲ୍ମଟି ମହିଳାମାନଙ୍କୁ ନେଇ ହେବା ପାଇଁ ସେ ଚାହାନ୍ତି। ତେବେ ଏଭଳି ଏକ ଫିଲ୍ମରେ ସେ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କ ସହ କାମ କରିବା ପାଇଁ ଚାହିଁବେ ବୋଲି କହିଛନ୍ତି। ଏବେ ବଲିଉଡ୍‌ରେ ମଲ୍ଟି ଷ୍ଟାର୍‌ ଫିଲ୍ମ ଏକ ଟ୍ରେଣ୍ଡ୍‌ ହୋଇଛି। ‘ବୀରେ ଦ ୱେଡିଂ’ ଫିଲ୍ମରେ କରିନା କପୁର, ସୋନମ୍‌ କପୁର, ସ୍ବରା ଭାସ୍କର ଏକାଠି କାମ କରିଥିଲେ। ଫରହାନ୍‌ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ରେ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ୍‌ ଏବଂ ଆଲିଆ ଭଟ୍ଟ ଏକାଠି କାମ କରିବେ। ଇତିମଧ୍ୟରେ ‘ବୀରେ ଦ ୱେଡି’ର ପ୍ରଯୋଜିକା ରିଆ କପୁର, କରିନା, ତବୁ ଏବଂ କ୍ରୀତି ସାନନ୍‌କୁ ନେଇ ଏକ ଫିଲ୍ମ କରିବେ ବୋଲି ଘୋଷଣା କରିସାରିଲେଣି। ଏଠାରେ ପ୍ରକାଶ ଥାଉ କି, ଅନନ୍ୟା ଏବେ ‘ଡ୍ରିମ୍‌ ଗାର୍ଲ-୨’ ସହ ‘ଖୋ ଗଏ ହମ୍‌ କହାଁ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp