‘ପଠାନ୍’ ପାଇଁ ଶାହାରୁଖ୍‌ ନେଇଛନ୍ତି ୧୦୦ କୋଟି

The Sakala Picture
Published On

ବଲିଉଡ୍‌ର ବାଦ୍‌ଶାହ ଶାହାରୁଖ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ ଫିଲ୍ମର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହେଇଛି । ହେଲେ ରିଲିଜ୍ ହେବାର କିଛି ସମୟ ଭିତରେ ହିଁ ଏହି ଗୀତକୁ ନେଇ ବିବାଦ ଦେଖାଯାଇଛି । ଏମିତିକି କିଛି ସ୍ଥାନରେ ଏହି ଫିଲ୍ମକୁ ବୟକଟ୍ କରିବାକୁ ନାରା ଦିଆଯାଇଛି। ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ଗୀତ ମାଧ୍ୟମରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ଫିଲ୍ମରେ ଶାହାରୁଖ୍‌ଙ୍କର ଭୂମିକା […]

ବଲିଉଡ୍‌ର ବାଦ୍‌ଶାହ ଶାହାରୁଖ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ ଫିଲ୍ମର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହେଇଛି । ହେଲେ ରିଲିଜ୍ ହେବାର କିଛି ସମୟ ଭିତରେ ହିଁ ଏହି ଗୀତକୁ ନେଇ ବିବାଦ ଦେଖାଯାଇଛି । ଏମିତିକି କିଛି ସ୍ଥାନରେ ଏହି ଫିଲ୍ମକୁ ବୟକଟ୍ କରିବାକୁ ନାରା ଦିଆଯାଇଛି। ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ଗୀତ ମାଧ୍ୟମରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ଫିଲ୍ମରେ ଶାହାରୁଖ୍‌ଙ୍କର ଭୂମିକା ଅଧିକ ରହିଥିବାରୁ ନିର୍ଦ୍ଦେଶକ ଦୀପିକାଙ୍କ ହଟ୍‌ ଲୁକ୍‌ ମାଧ୍ୟମରେ ଦର୍ଶକଙ୍କୁ ସିନେମାହଲ୍‌କୁ ଟାଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ତଥାପି ସୋସିଆଲ ମିଡିଆରେ ଏହି ଗୀତଟି ବେଶ୍ ଭାଇରାଲ୍‌ ହୋଇଛି। କିନ୍ତୁ ଏହି ଗୀତରେ ବାଜି ମାରି ନେଇଛନ୍ତି କିଙ୍ଗ୍‌ ଖାନ୍‌। ଶାହାରୁଖ୍‌ଙ୍କ ସିକ୍ସ ପ୍ୟାକ୍ ଆବ୍ସ ଓ ପୋନିଟେଲ୍‌ ହେୟାରଷ୍ଟାଇଲ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଫିଲ୍ମ ମାଧ୍ୟମରେ ଦୀର୍ଘ ପାଞ୍ଚ ବର୍ଷ ପରେ ସେ ବଡ଼ ପରଦାକୁ ଫେରୁଛନ୍ତି। ସେ ଶେଷଥର ପାଇଁ ‘ଜିରୋ’ରେ ଦେଖାଯାଇଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଏବେ ଶାହାରୁଖ୍‌ଙ୍କ ପ୍ରଶଂସକମାନେ ‘ପଠାନ୍’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ପାଇଁ ଶାହାରୁଖ୍ ସର୍ବାଧିକ ୧୦୦ କୋଟି ନେଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଯାହାକି କୌଣସି ହିନ୍ଦୀ ଫିଲ୍ମର ବଜେଟ୍‌ ସହ ସମାନ। ସେହିଭଳି ଦୀପିକା ୧୫ କୋଟି ନେଇଛନ୍ତି। ଶାହାରୁଖ୍‌ଙ୍କ ସହ ଏଥିରେ ଲିଡ୍‌ ରୋଲ୍‌ରେ ନଜର ଆସିଥିବା ଅଭିନେତା ଜନ୍‌ ଆବ୍ରାହମ୍‌ ୨୦ କୋଟି ନେଇଛନ୍ତି। ତେବେ ‘ପଠାନ୍’ ଆସନ୍ତା ଜାନୁଆରୀ ୨୫ରେ ରିଲିଜ୍‌ ହେବ। କିନ୍ତୁ ରିଲିଜ୍‌ ପୂର୍ବରୁ ସୋସିଆଲ ମିଡିଆରେ ଏହାର ପୋଷ୍ଟର୍‌ ଓ ଗୀତ ଯେଉଁଭଳି ଭାବେ ଭାଇରାଲ ହେବାରେ ଲାଗିଛି, ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ହେବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp