ଅଡୁଆରେ ‘ଲାଇଗର’ର ନିର୍ମାତା; ଚଳଚ୍ଚିତ୍ରରେ ବିଦେଶୀ ପାଣ୍ଠି ଲାଗିଥିବା ସନ୍ଦେହରେ ନିର୍ମାତା-ନିର୍ଦ୍ଦେଶକଙ୍କୁ ୧୨ ଘଣ୍ଟା ଜେରା

The Sakala Picture
Published On

ନୂଆଦିଲ୍ଲୀ: ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ‘ଲାଇଗର’ ଚଳଚ୍ଚିତ୍ରରେ ବିଦେଶୀ ପାଣ୍ଠି ଲାଗିଥିବା ସନ୍ଦେହ କରାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ଏବଂ ନିର୍ମାତା ଚାର୍ମି କୌରଙ୍କୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଛି। ଉଭୟଙ୍କୁ ଅର୍ଥ ଲଗାଣକାରୀଙ୍କ ବିଷୟରେ ପଚରାଉଚୁରା କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ର ନିର୍ମାଣ ଲାଗି ବିଦେଶରୁ ଟଙ୍କା ମଗା ଯାଇଥିଲା। ଏପରି କରି ସେମାନେ ୧୯୯୯ର ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ […]

ନୂଆଦିଲ୍ଲୀ: ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ‘ଲାଇଗର’ ଚଳଚ୍ଚିତ୍ରରେ ବିଦେଶୀ ପାଣ୍ଠି ଲାଗିଥିବା ସନ୍ଦେହ କରାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ଏବଂ ନିର୍ମାତା ଚାର୍ମି କୌରଙ୍କୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଛି। ଉଭୟଙ୍କୁ ଅର୍ଥ ଲଗାଣକାରୀଙ୍କ ବିଷୟରେ ପଚରାଉଚୁରା କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ର ନିର୍ମାଣ ଲାଗି ବିଦେଶରୁ ଟଙ୍କା ମଗା ଯାଇଥିଲା। ଏପରି କରି ସେମାନେ ୧୯୯୯ର ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରିଥିଲେ। ଏଜେନ୍ସି ଅର୍ଥ ଲଗାଣକାରୀ କମ୍ପାନୀ ତଥା ବ୍ୟକ୍ତିଙ୍କ ନାମ ଜାଣିବାକୁ ଚାହୁଁଛି। ଚଳଚ୍ଚିତ୍ର ପାଇଁ କୌଣସି ବିଦେଶୀ ରାଷ୍ଟ୍ର ଅର୍ଥ ବିନିଯୋଗ କରିଛି ବୋଲି ଇଡିକୁ ପକ୍କା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା

କିଛି ରାଜନେତା ନିଜ କଳା ଧନକୁ ଲୁଚାଇବା ପାଇଁ ଫିଲ୍ମର ଅର୍ଥ ଲଗାଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଲାଇଗର ବକ୍ସ ଅଫିସରେ ମଧ୍ୟ କମାଲ୍‌ କରିପାରି ନ ଥିଲା। ପ୍ରାୟ ଶହେ କୋଟି ଟଙ୍କା ବିନିଯୋଗରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ତେବେ ଏହା ମାତ୍ର ୬୬ କୋଟି ଟଙ୍କା ଆୟ କରିଥିଲା। ଦେବରକୋଣ୍ଡା ଏବଂ ଅନନ୍ୟାଙ୍କ ବ୍ୟତୀତ ରମ୍ୟା କ୍ରୀଷ୍ଣନ, ମକରନ୍ଦ ଦେଶପାଣ୍ଡେ, ରୋନିତ ରୟ, ବିଶୁ ରେଡ୍ଡୀ, ଚଙ୍କି ପାଣ୍ଡେ ପ୍ରମୁଖ ଅଭିନୟ କରିଥିଲେ।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

19 Nov 2022 By The Sakala

ଅଡୁଆରେ ‘ଲାଇଗର’ର ନିର୍ମାତା; ଚଳଚ୍ଚିତ୍ରରେ ବିଦେଶୀ ପାଣ୍ଠି ଲାଗିଥିବା ସନ୍ଦେହରେ ନିର୍ମାତା-ନିର୍ଦ୍ଦେଶକଙ୍କୁ ୧୨ ଘଣ୍ଟା ଜେରା

ନୂଆଦିଲ୍ଲୀ: ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ‘ଲାଇଗର’ ଚଳଚ୍ଚିତ୍ରରେ ବିଦେଶୀ ପାଣ୍ଠି ଲାଗିଥିବା ସନ୍ଦେହ କରାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ଏବଂ ନିର୍ମାତା ଚାର୍ମି କୌରଙ୍କୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଛି। ଉଭୟଙ୍କୁ ଅର୍ଥ ଲଗାଣକାରୀଙ୍କ ବିଷୟରେ ପଚରାଉଚୁରା କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ର ନିର୍ମାଣ ଲାଗି ବିଦେଶରୁ ଟଙ୍କା ମଗା ଯାଇଥିଲା। ଏପରି କରି ସେମାନେ ୧୯୯୯ର ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରିଥିଲେ। ଏଜେନ୍ସି ଅର୍ଥ ଲଗାଣକାରୀ କମ୍ପାନୀ ତଥା ବ୍ୟକ୍ତିଙ୍କ ନାମ ଜାଣିବାକୁ ଚାହୁଁଛି। ଚଳଚ୍ଚିତ୍ର ପାଇଁ କୌଣସି ବିଦେଶୀ ରାଷ୍ଟ୍ର ଅର୍ଥ ବିନିଯୋଗ କରିଛି ବୋଲି ଇଡିକୁ ପକ୍କା ସୂଚନା ମିଳିଛି।

କିଛି ରାଜନେତା ନିଜ କଳା ଧନକୁ ଲୁଚାଇବା ପାଇଁ ଫିଲ୍ମର ଅର୍ଥ ଲଗାଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଲାଇଗର ବକ୍ସ ଅଫିସରେ ମଧ୍ୟ କମାଲ୍‌ କରିପାରି ନ ଥିଲା। ପ୍ରାୟ ଶହେ କୋଟି ଟଙ୍କା ବିନିଯୋଗରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ତେବେ ଏହା ମାତ୍ର ୬୬ କୋଟି ଟଙ୍କା ଆୟ କରିଥିଲା। ଦେବରକୋଣ୍ଡା ଏବଂ ଅନନ୍ୟାଙ୍କ ବ୍ୟତୀତ ରମ୍ୟା କ୍ରୀଷ୍ଣନ, ମକରନ୍ଦ ଦେଶପାଣ୍ଡେ, ରୋନିତ ରୟ, ବିଶୁ ରେଡ୍ଡୀ, ଚଙ୍କି ପାଣ୍ଡେ ପ୍ରମୁଖ ଅଭିନୟ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର