ସୋସିଆଲ ମିଡିଆକୁ ଫେରିଲେ ଆର୍ୟନ୍‌

The Sakala Picture
Published On

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ମୁକୁଳିବା ପରେ ଦୀର୍ଘଦିନର ଅନ୍ତରାଳ ପରେ ସୋସିଆଲ ମିଡିଆକୁ ଫେରିଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କୁ କ୍ଲିନ୍‌ଚିଟ୍ ମିଳିବା ପରେ ପ୍ରଥମ ଥର ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ନିକଟରେ ଆର୍ୟନ୍‌ ଇନ୍‌ଷ୍ଟାରେ ଦୁଇଟି ସୁନ୍ଦର ଫଟୋ ସେୟାର କରିଥିଲେ। ଏଥିରେ ସେ ତାଙ୍କ ଭଉଣୀ ସୁହାନା ଖାନ୍‌ ଓ ଭାଇ ଅବରାମ୍‌ଙ୍କ ସହ ଦେଖାଯାଇଛନ୍ତି। ଆର୍ୟନ୍‌ ଏକ ସବୁଜ […]

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ମୁକୁଳିବା ପରେ ଦୀର୍ଘଦିନର ଅନ୍ତରାଳ ପରେ ସୋସିଆଲ ମିଡିଆକୁ ଫେରିଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କୁ କ୍ଲିନ୍‌ଚିଟ୍ ମିଳିବା ପରେ ପ୍ରଥମ ଥର ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ନିକଟରେ ଆର୍ୟନ୍‌ ଇନ୍‌ଷ୍ଟାରେ ଦୁଇଟି ସୁନ୍ଦର ଫଟୋ ସେୟାର କରିଥିଲେ। ଏଥିରେ ସେ ତାଙ୍କ ଭଉଣୀ ସୁହାନା ଖାନ୍‌ ଓ ଭାଇ ଅବରାମ୍‌ଙ୍କ ସହ ଦେଖାଯାଇଛନ୍ତି। ଆର୍ୟନ୍‌ ଏକ ସବୁଜ ରଙ୍ଗର ଟି-ସାର୍ଟ ସହ ଜ୍ୟାକେଟ୍‌ ପିନ୍ଧିଥିବାର ଦେଖାଯାଇଛି। ଅନ୍ୟପକ୍ଷରେ ସୁହାନା ଡେନିମ୍‌ର ଏକ ସ୍କର୍ଟ ଓ ଟପ୍‌ ପିନ୍ଧିଛନ୍ତି। ଏହି ଫଟୋ ସେୟାର୍‌ କରି ଆର୍ୟନ୍‌ ଲେଖିଛନ୍ତି-ହ୍ୟାଟ୍ରିକ୍‌।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଅନ୍ୟ ଏକ ଫଟୋରେ ଆର୍ୟନ୍‌ ଓ ଅବରାମ୍‌ ନଜର ଆସିଛନ୍ତି। ଏହି ଫଟୋ ଦୁଇଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପକ୍ଷରେ ଶାହାରୁଖ୍‌ ଏହି ଫଟୋରେ ପ୍ରତିକ୍ରିୟା ଦେଇ କହିଛନ୍ତି- ଏ ଫଟୋ ମୋ’ ପାଖରେ କାହିଁକି ନାହିଁ! ଏହି ଫଟୋ ଏବେ ମୋତେ ପଠାଅ। ଏଠାରେ ପ୍ରକାଶ ଥାଉ କି, ୧୫ ଅଗଷ୍ଟ, ୨୦୨୧ରେ ଆର୍ୟନ୍‌ ସୋସିଆଲ ମିଡିଆରେ ଶେଷ ପୋଷ୍ଟ କରିଥିଲେ। ଡ୍ରଗସ୍‌- ଅନ୍-କ୍ରୁଜ୍‌ ମାମଲାରେ ସେ ଗିରଫ ହେବା ପରେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ଏହି ମାମଲାରେ ସେ ୨୧ଦିନ ଜେଲ୍‌ରେ ରହିଥିଲେ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp