ପୁଣି ଚର୍ଚ୍ଚାରେ କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରାଙ୍କ ଯୋଡ଼ି

The Sakala Picture
Published On

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ବଲିଉଡ୍‌ର ବହୁ ନାମୀଦାମୀ ହସ୍ତୀ ଯୋଗ ଦେଇଥିଲେ। ଇଦ୍‌ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା। କାରଣ ନିକଟରେ ଉଭୟଙ୍କର ବ୍ରେକ୍‌ଅପ୍‌ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଇଦ୍‌ ପାର୍ଟିରେ ଦୁହେଁ ଏକାଠି ଆସି ଏହି ଖବରକୁ ଗୁଜବ ବୋଲି ପ୍ରମାଣ କରି ଦେଇଛନ୍ତି। ପାର୍ଟିରେ କିଆରା ଏକ ଇଣ୍ଡୋ-ୱେଷ୍ଟର୍ଣ୍ଣ ଗାଉନ୍‌ ପିନ୍ଧିଥିଲେ। […]

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ବଲିଉଡ୍‌ର ବହୁ ନାମୀଦାମୀ ହସ୍ତୀ ଯୋଗ ଦେଇଥିଲେ। ଇଦ୍‌ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା। କାରଣ ନିକଟରେ ଉଭୟଙ୍କର ବ୍ରେକ୍‌ଅପ୍‌ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଇଦ୍‌ ପାର୍ଟିରେ ଦୁହେଁ ଏକାଠି ଆସି ଏହି ଖବରକୁ ଗୁଜବ ବୋଲି ପ୍ରମାଣ କରି ଦେଇଛନ୍ତି। ପାର୍ଟିରେ କିଆରା ଏକ ଇଣ୍ଡୋ-ୱେଷ୍ଟର୍ଣ୍ଣ ଗାଉନ୍‌ ପିନ୍ଧିଥିଲେ। ସିଦ୍ଧାର୍ଥ ମଧ୍ୟ ଫେସନେବୁଲ୍‌ ଲୁକ୍‌ରେ ନଜର ଆସିଥିଲେ। ସିଦ୍ଧାର୍ଥ ଏକ କଳା ରଙ୍ଗର କୁର୍ତ୍ତା ପିନ୍ଧିଥିଲେ। ଅର୍ପିତାଙ୍କ ଇଦ୍‌ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ କିଆରା ଫଟୋଗ୍ରାଫର୍‌ମାନଙ୍କୁ ପୋଜ୍‌ ଦେଉଥିବା ସମୟରେ ସିଦ୍ଧାର୍ଥଙ୍କ ପାଇଁ ଅପେକ୍ଷା କରୁଥିବାର ଦେଖାଯାଇଥିଲା। ଏହି ସମୟରେ ସିଦ୍ଧାର୍ଥ ଆସିବାରୁ ଉଭୟ ସେଠାରୁ ଚାଲି ଯାଇଛନ୍ତି। କିନ୍ତୁ ଉଭୟ ଏକାଠି ପୋଜ୍‌ ଦେବାକୁ ମନା କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ ମଧ୍ୟରେ ‘ମିଶନ୍‌ ମଜନୁ’ , ‘ଥ୍ୟାଙ୍କ ଗଡ୍‌’, ‘ଯୋଦ୍ଧା’ ଓ ‘ଭାରତୀୟ ବାୟୁସେନା’ ଆଦି ରହିଛି। ସେହିଭଳି କିଆରା ‘ଯୁଗ ଯୁଗ ଜିୟୋ’, ‘ଗୋବିନ୍ଦା ନାମ ମେରା’, ‘ଭୁଲ୍‌ଭୁଲୈୟା-୨’ରେ ନଜର ଆସିବେ। ‘ଭୁଲ୍‌ଭୁଲୈୟା-୨’ ଟ୍ରେଲର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଛି। ‘ଭୁଲ୍‌ଭୁଲୈୟା-୨’ ସିନେମା ହଲ୍‌ରେ ମେ’ ୨୦ରେ ରିଲିଜ୍‌ ହେବ।

ଆହୁରି ପଢ଼ନ୍ତୁ: ସେନ୍ସର ବୋର୍ଡ ଅଟକାଇଛି 'ଜନ ନାୟଗନ': ବିତରକଙ୍କୁ ଟଙ୍କା ଫେରାଇବାକୁ ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଲେ ବିଜୟ

06 May 2022 By The Sakala

ପୁଣି ଚର୍ଚ୍ଚାରେ କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରାଙ୍କ ଯୋଡ଼ି

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ବଲିଉଡ୍‌ର ବହୁ ନାମୀଦାମୀ ହସ୍ତୀ ଯୋଗ ଦେଇଥିଲେ। ଇଦ୍‌ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା। କାରଣ ନିକଟରେ ଉଭୟଙ୍କର ବ୍ରେକ୍‌ଅପ୍‌ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଇଦ୍‌ ପାର୍ଟିରେ ଦୁହେଁ ଏକାଠି ଆସି ଏହି ଖବରକୁ ଗୁଜବ ବୋଲି ପ୍ରମାଣ କରି ଦେଇଛନ୍ତି। ପାର୍ଟିରେ କିଆରା ଏକ ଇଣ୍ଡୋ-ୱେଷ୍ଟର୍ଣ୍ଣ ଗାଉନ୍‌ ପିନ୍ଧିଥିଲେ। ସିଦ୍ଧାର୍ଥ ମଧ୍ୟ ଫେସନେବୁଲ୍‌ ଲୁକ୍‌ରେ ନଜର ଆସିଥିଲେ। ସିଦ୍ଧାର୍ଥ ଏକ କଳା ରଙ୍ଗର କୁର୍ତ୍ତା ପିନ୍ଧିଥିଲେ। ଅର୍ପିତାଙ୍କ ଇଦ୍‌ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ କିଆରା ଫଟୋଗ୍ରାଫର୍‌ମାନଙ୍କୁ ପୋଜ୍‌ ଦେଉଥିବା ସମୟରେ ସିଦ୍ଧାର୍ଥଙ୍କ ପାଇଁ ଅପେକ୍ଷା କରୁଥିବାର ଦେଖାଯାଇଥିଲା। ଏହି ସମୟରେ ସିଦ୍ଧାର୍ଥ ଆସିବାରୁ ଉଭୟ ସେଠାରୁ ଚାଲି ଯାଇଛନ୍ତି। କିନ୍ତୁ ଉଭୟ ଏକାଠି ପୋଜ୍‌ ଦେବାକୁ ମନା କରି ଦେଇଥିଲେ।

ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ ମଧ୍ୟରେ ‘ମିଶନ୍‌ ମଜନୁ’ , ‘ଥ୍ୟାଙ୍କ ଗଡ୍‌’, ‘ଯୋଦ୍ଧା’ ଓ ‘ଭାରତୀୟ ବାୟୁସେନା’ ଆଦି ରହିଛି। ସେହିଭଳି କିଆରା ‘ଯୁଗ ଯୁଗ ଜିୟୋ’, ‘ଗୋବିନ୍ଦା ନାମ ମେରା’, ‘ଭୁଲ୍‌ଭୁଲୈୟା-୨’ରେ ନଜର ଆସିବେ। ‘ଭୁଲ୍‌ଭୁଲୈୟା-୨’ ଟ୍ରେଲର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଛି। ‘ଭୁଲ୍‌ଭୁଲୈୟା-୨’ ସିନେମା ହଲ୍‌ରେ ମେ’ ୨୦ରେ ରିଲିଜ୍‌ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର