ନିଶା ମାୟାରେ ଯୁବପିଢ଼ି ବାୟା: ପୁଲିସକୁ ଚକମା ଦେବା ପାଇଁ ନୂଆ କୋଡଓ୍ବାର୍ଡ ଆପଣାଇଛନ୍ତି ବେପାରୀ

The Sakala Picture
Published On

ଭୁବନେଶ୍ବର: ବ୍ରାଉନ୍‌ସୁଗର ମାୟାଜାଲରେ ଯୁବପିଢ଼ି। ଗଞ୍ଜେଇ, ମଦ, ଡେନଡ୍ରାଇଟ୍‌ ଭଳି ନିଶା ବଦଳରେ ବ୍ରାଉନ୍‌ସୁଗର ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ।ବ୍ରାଉନ୍‌ସୁଗର ମାୟାଜାଲରେ ଫସି ପଥଭ୍ରଷ୍ଟ ହେଉଛନ୍ତି ଯୁବସମାଜ। ବ୍ରାଉନ୍‌ସୁଗରର ଦାମ୍ ଅଧିକ ହୋଇଥିଲେ ମଧ୍ୟ ଏହାର ବେଶ୍ ଚାହିଦା ରହିଛି। ପାଠପଢୁଆ ଛାତ୍ରଛାତ୍ରୀ ବିଶେଷକରି ଇଞ୍ଜନିୟରିଂ ପଢୁଥିବା ପିଲା ଏହାକୁ ଅଧିକ ସେବନ କରୁଛନ୍ତି। ସେପଟେ ବ୍ରାଉନ୍ ସୁଗର ବେପାର ଅଧିକ ଲାଭଦାୟକ ହୋଇଥିବାରୁ ଏଥୁରେ ମଧ୍ୟ ଯୁବପିଢ଼ିଙ୍କୁ ସାମିଲ୍ କରାଯାଉଛି। ନିଶାମାଫିଆ ଯୁବପିଢ଼ିଙ୍କୁ ଢାଲ କରି […]

ଭୁବନେଶ୍ବର: ବ୍ରାଉନ୍‌ସୁଗର ମାୟାଜାଲରେ ଯୁବପିଢ଼ି। ଗଞ୍ଜେଇ, ମଦ, ଡେନଡ୍ରାଇଟ୍‌ ଭଳି ନିଶା ବଦଳରେ ବ୍ରାଉନ୍‌ସୁଗର ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ।ବ୍ରାଉନ୍‌ସୁଗର ମାୟାଜାଲରେ ଫସି ପଥଭ୍ରଷ୍ଟ ହେଉଛନ୍ତି ଯୁବସମାଜ। ବ୍ରାଉନ୍‌ସୁଗରର ଦାମ୍ ଅଧିକ ହୋଇଥିଲେ ମଧ୍ୟ ଏହାର ବେଶ୍ ଚାହିଦା ରହିଛି। ପାଠପଢୁଆ ଛାତ୍ରଛାତ୍ରୀ ବିଶେଷକରି ଇଞ୍ଜନିୟରିଂ ପଢୁଥିବା ପିଲା ଏହାକୁ ଅଧିକ ସେବନ କରୁଛନ୍ତି। ସେପଟେ ବ୍ରାଉନ୍ ସୁଗର ବେପାର ଅଧିକ ଲାଭଦାୟକ ହୋଇଥିବାରୁ ଏଥୁରେ ମଧ୍ୟ ଯୁବପିଢ଼ିଙ୍କୁ ସାମିଲ୍ କରାଯାଉଛି। ନିଶାମାଫିଆ ଯୁବପିଢ଼ିଙ୍କୁ ଢାଲ କରି ବେପାର  ସାମ୍ରାଜ୍ୟ ବଢ଼ାଉଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ରାଜଧାନୀରେ ଏକାଧିକ ଇଞ୍ଜିନିୟରିଂ ଓ ଅଧିକ ଯୁବବର୍ଗ ରହୁଛନ୍ତି। ତେଣୁ ରାଜଧାନୀକୁ ନିଶାମାଫିଆ କାରବାର ଲାଗି ସୁରକ୍ଷିତ ସ୍ଥାନ ଭାବେ ବାଛିଛନ୍ତି। ବାଲେଶ୍ବରରୁ ଖୋର୍ଦ୍ଧା ଓ ରାଜଧାନୀକୁ ଆସୁଛି ବ୍ରାଉନ୍‌ସୁଗର। ସେପଟେ ରାଜଧାନୀରେ ବ୍ରାଉନ୍‌ସୁଗର କାରବାରକୁ ପରିଚାଳନା କରୁଥିବ ନିଶାବେପାରୀଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ ତେବେ ଆନ୍ତର୍ଜାତିକ ଡ୍ରଗ୍ମ ଦିବସ ଆସିଲେ ବସ୍ତି ଓ କଲେଜଗୁଡ଼ିକରେ ସଚେତନ କରିବା ଉପରେ ବିଭିନ୍ନ ସଂସ୍ଥା ଗୁରୁତ୍ବ ଦେଉଛି। ବ୍ରାଉନ୍‌ସୁଗର ଭୟାବହତା ବିଷୟରେ କୁହାଯାଉଛି। କିନ୍ତୁ ଉକ୍ତ ଦିନ ଯାଇ ରାତି ଆସିଲେ ଯଥା ପୂର୍ବ ତଥା ପରଂ ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସେହିପରି କରୋନା କାଳରେ ରାଜଧାନୀରେ ବ୍ରାଉନସୁଗର ଅଧିକ କାରବାର ହେଉଛି। ଜାନୁଆରୀ ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ୬୩୦ ଗ୍ରାମ ବ୍ରାଉନସୁଗର, ମାର୍ଚ୍ଚରେ ୧୧.୨୦ ଗ୍ରାମ, ଏପ୍ରିଲରେ ୧୧୪ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୁଲିସ। ଅନ୍ୟପକ୍ଷରେ ଚଳିତ ବର୍ଷ ଅଦ୍ୟାବଧି ସାରା ଓଡ଼ିଶାରୁ ଜବତ ହେଲାଣି ୧୬ କେଜି ବ୍ରାଉନସୁଗର। ତେବେ ରାଜ୍ୟରେ ଧଳାଜହର କାରାବାର ବଢୁଥିବାରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ)କୁ ଅଧିକ ଶକ୍ତିଶାଳୀ କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

କାରବା ନୂଆ କୋଡଓ୍ବାର୍ଡ ‘ରସୁଣ’

ନୂଆ କୋର୍ଡରେ ଚାଲୁଛି ବେପାର। ଧଳାଜହର କହିବା ମାତ୍ରେ ନିଶା ମିଳିଯାଉଥିଲା। ମାତ୍ର ବ୍ରାଉନ୍‌ସୁଗର ବା ଧଳାଜହର କହିବା ପରେ ପୁଲିସ ନିଶାବେପାରୀଙ୍କୁ ଧରିଦେଉଛି। ତେବେ ପୁଲିସକୁ ଚକ୍‌ମା ଦେଇ ପୁରୁଣାକୁ ବାଦ୍ ଦେଇ ନୂଆକୁ ଆପଣାଇଛନ୍ତି ବେପାରୀ। ଏବେ ରସୁଣ କହିଲେ ମିଳୁଛି ବ୍ରାଉନ୍‌ସୁଗର। ଗୁଡ଼ି, ପତା, ପାଓ, ସିମ୍‌କାର୍ଡ କହି ଏସବୁକୁ ବିକ୍ରି କରାଯାଉଛି। ନୂଆ ନୂଆ କୋର୍ଡ ଯୋଗୁଁ ପୁଲିସ ବେପାରୀଙ୍କ ଠାବ କରିବା ସମ୍ଭବ ହୋଇପାରୁନି।

27 Jun 2021 By The Sakala

ନିଶା ମାୟାରେ ଯୁବପିଢ଼ି ବାୟା: ପୁଲିସକୁ ଚକମା ଦେବା ପାଇଁ ନୂଆ କୋଡଓ୍ବାର୍ଡ ଆପଣାଇଛନ୍ତି ବେପାରୀ

ଭୁବନେଶ୍ବର: ବ୍ରାଉନ୍‌ସୁଗର ମାୟାଜାଲରେ ଯୁବପିଢ଼ି। ଗଞ୍ଜେଇ, ମଦ, ଡେନଡ୍ରାଇଟ୍‌ ଭଳି ନିଶା ବଦଳରେ ବ୍ରାଉନ୍‌ସୁଗର ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ।ବ୍ରାଉନ୍‌ସୁଗର ମାୟାଜାଲରେ ଫସି ପଥଭ୍ରଷ୍ଟ ହେଉଛନ୍ତି ଯୁବସମାଜ। ବ୍ରାଉନ୍‌ସୁଗରର ଦାମ୍ ଅଧିକ ହୋଇଥିଲେ ମଧ୍ୟ ଏହାର ବେଶ୍ ଚାହିଦା ରହିଛି। ପାଠପଢୁଆ ଛାତ୍ରଛାତ୍ରୀ ବିଶେଷକରି ଇଞ୍ଜନିୟରିଂ ପଢୁଥିବା ପିଲା ଏହାକୁ ଅଧିକ ସେବନ କରୁଛନ୍ତି। ସେପଟେ ବ୍ରାଉନ୍ ସୁଗର ବେପାର ଅଧିକ ଲାଭଦାୟକ ହୋଇଥିବାରୁ ଏଥୁରେ ମଧ୍ୟ ଯୁବପିଢ଼ିଙ୍କୁ ସାମିଲ୍ କରାଯାଉଛି। ନିଶାମାଫିଆ ଯୁବପିଢ଼ିଙ୍କୁ ଢାଲ କରି ବେପାର  ସାମ୍ରାଜ୍ୟ ବଢ଼ାଉଛନ୍ତି।

ରାଜଧାନୀରେ ଏକାଧିକ ଇଞ୍ଜିନିୟରିଂ ଓ ଅଧିକ ଯୁବବର୍ଗ ରହୁଛନ୍ତି। ତେଣୁ ରାଜଧାନୀକୁ ନିଶାମାଫିଆ କାରବାର ଲାଗି ସୁରକ୍ଷିତ ସ୍ଥାନ ଭାବେ ବାଛିଛନ୍ତି। ବାଲେଶ୍ବରରୁ ଖୋର୍ଦ୍ଧା ଓ ରାଜଧାନୀକୁ ଆସୁଛି ବ୍ରାଉନ୍‌ସୁଗର। ସେପଟେ ରାଜଧାନୀରେ ବ୍ରାଉନ୍‌ସୁଗର କାରବାରକୁ ପରିଚାଳନା କରୁଥିବ ନିଶାବେପାରୀଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ ତେବେ ଆନ୍ତର୍ଜାତିକ ଡ୍ରଗ୍ମ ଦିବସ ଆସିଲେ ବସ୍ତି ଓ କଲେଜଗୁଡ଼ିକରେ ସଚେତନ କରିବା ଉପରେ ବିଭିନ୍ନ ସଂସ୍ଥା ଗୁରୁତ୍ବ ଦେଉଛି। ବ୍ରାଉନ୍‌ସୁଗର ଭୟାବହତା ବିଷୟରେ କୁହାଯାଉଛି। କିନ୍ତୁ ଉକ୍ତ ଦିନ ଯାଇ ରାତି ଆସିଲେ ଯଥା ପୂର୍ବ ତଥା ପରଂ ।

ସେହିପରି କରୋନା କାଳରେ ରାଜଧାନୀରେ ବ୍ରାଉନସୁଗର ଅଧିକ କାରବାର ହେଉଛି। ଜାନୁଆରୀ ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ୬୩୦ ଗ୍ରାମ ବ୍ରାଉନସୁଗର, ମାର୍ଚ୍ଚରେ ୧୧.୨୦ ଗ୍ରାମ, ଏପ୍ରିଲରେ ୧୧୪ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୁଲିସ। ଅନ୍ୟପକ୍ଷରେ ଚଳିତ ବର୍ଷ ଅଦ୍ୟାବଧି ସାରା ଓଡ଼ିଶାରୁ ଜବତ ହେଲାଣି ୧୬ କେଜି ବ୍ରାଉନସୁଗର। ତେବେ ରାଜ୍ୟରେ ଧଳାଜହର କାରାବାର ବଢୁଥିବାରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ)କୁ ଅଧିକ ଶକ୍ତିଶାଳୀ କରାଯାଇଛି।

କାରବା ନୂଆ କୋଡଓ୍ବାର୍ଡ ‘ରସୁଣ’

ନୂଆ କୋର୍ଡରେ ଚାଲୁଛି ବେପାର। ଧଳାଜହର କହିବା ମାତ୍ରେ ନିଶା ମିଳିଯାଉଥିଲା। ମାତ୍ର ବ୍ରାଉନ୍‌ସୁଗର ବା ଧଳାଜହର କହିବା ପରେ ପୁଲିସ ନିଶାବେପାରୀଙ୍କୁ ଧରିଦେଉଛି। ତେବେ ପୁଲିସକୁ ଚକ୍‌ମା ଦେଇ ପୁରୁଣାକୁ ବାଦ୍ ଦେଇ ନୂଆକୁ ଆପଣାଇଛନ୍ତି ବେପାରୀ। ଏବେ ରସୁଣ କହିଲେ ମିଳୁଛି ବ୍ରାଉନ୍‌ସୁଗର। ଗୁଡ଼ି, ପତା, ପାଓ, ସିମ୍‌କାର୍ଡ କହି ଏସବୁକୁ ବିକ୍ରି କରାଯାଉଛି। ନୂଆ ନୂଆ କୋର୍ଡ ଯୋଗୁଁ ପୁଲିସ ବେପାରୀଙ୍କ ଠାବ କରିବା ସମ୍ଭବ ହୋଇପାରୁନି।

https://www.thesakala.in/crime/young-people-in-drug-addiction/article-3268
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର