ମନୋରଞ୍ଜନ
ନିଶା ଦ୍ରବ୍ୟ ବିକ୍ରି ଓ ସେବନକୁ ପ୍ରତିହତ କରିବା ପାଇଁ ପୁଲିସର କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନିଶା କାରବାର ବିରୋଧରେ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର, ପିଓପିଡ଼ି ଏବଂ ଟିମ୍- ୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଗତ ୨୦୨୧ ମସିହା ଅଗଷ୍ଟ ମାସରୁ ଆରମ୍ଭ କରାଯାଇଥିବା “ଅପରେସନ ହ୍ଵାଇଟ ସ୍ପାଇଡର” ମାଧ୍ୟମରେ ଚଳିତ ବର୍ଷ […]
ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନିଶା କାରବାର ବିରୋଧରେ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର, ପିଓପିଡ଼ି ଏବଂ ଟିମ୍- ୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଗତ ୨୦୨୧ ମସିହା ଅଗଷ୍ଟ ମାସରୁ ଆରମ୍ଭ କରାଯାଇଥିବା “ଅପରେସନ ହ୍ଵାଇଟ ସ୍ପାଇଡର” ମାଧ୍ୟମରେ ଚଳିତ ବର୍ଷ ୨୦୨୩ ମସିହା ଜୁଲାଇ ମାସରେ ୫ଟି ବେଆଇନ ବ୍ରାଉନସୁଗାର କାରବାର ଜନିତ ମାମଲାରେ ମୋଟ ୮ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ୫୩ଗ୍ରାମ ୪୫ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୧୪,୩୪୦ଟଙ୍କା, ୦୪ଟି ମୋବାଇଲ ଫୋନ ଏବଂ ୦୩ଟି ଦୁଇଚକିଆ ଯାନ ଜବତ କରାଯାଇପାରିଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ୦୯ଗୋଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୧୯ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ୧କୁଇଣ୍ଟାଲ ୭କିଲୋଗ୍ରାମ ୯୦୩ଗ୍ରାମ ଓଜନର ଗଞ୍ଜେଇ, ୧,୬୫,୭୭୯ଟଙ୍କା, ୫ଟି ମୋବାଇଲ ଫୋନ ଏବଂ ଗୋଟିଏ ତିନି ଚକିଆ ଯାନ ଜବତ କରାଯାଇଥିଲା ।