ଗିରଫ ହେଲେ କୁବେର ଯନ୍ତ୍ରୀ ପ୍ରଭାସ ପ୍ରଧାନ: ଠାବ ହେଇଛି ୮୫ ପ୍ଲଟ୍‌‌, ୫ତାଲା ବିଲ୍‌ଡିଂ ଓ ମାର୍କେଟ କମ୍ପ୍ଲେକ୍ସ

The Sakala Picture
Published On

ଭୁବନେଶ୍ୱର: ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ହୋଇଥିଲା । ଗତକାଲି ଭିଜିଲାନ୍ସ ଅଧିକାରୀମାନେ ଅଣ୍ଡାଳି ଅଣ୍ଡାଳି ହାଲିଆ ହୋଇଗଲେ ପଛେ, କିନ୍ତୁ ତାଲିକା ସରୁନଥିଲା। ବାଲେଶ୍ୱର ଜଳସେଚନ ବିଭାଗର କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଏତେ ସ୍ଥାବର ଓ ଅସ୍ଥାବର ସଂପତ୍ତି ଆଖି ଆଗରେ […]

ଭୁବନେଶ୍ୱର: ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ହୋଇଥିଲା । ଗତକାଲି ଭିଜିଲାନ୍ସ ଅଧିକାରୀମାନେ ଅଣ୍ଡାଳି ଅଣ୍ଡାଳି ହାଲିଆ ହୋଇଗଲେ ପଛେ, କିନ୍ତୁ ତାଲିକା ସରୁନଥିଲା। ବାଲେଶ୍ୱର ଜଳସେଚନ ବିଭାଗର କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଏତେ ସ୍ଥାବର ଓ ଅସ୍ଥାବର ସଂପତ୍ତି ଆଖି ଆଗରେ ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ବିଶ୍ବାସ କରିପାରୁନାହାନ୍ତି। ସେ ଜଣେ ଯନ୍ତ୍ରୀ ନା ଇଂରେଜ ଅମଳର କୋଉ ଜମିଦାର। ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବାଲେଶ୍ୱରସ୍ଥିତ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର ସମେତ ବାଲେଶ୍ୱର ଜିଲ୍ଲାର ୭ଟି ସ୍ଥାନରେ ଚଢ଼ଉ କରି ବିପୁଳ ସଂପତ୍ତି ଠାବ କରିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଗତକାଲି ସକାଳେ ଭିଜିଲାନ୍ସର ୭ଟି ଟିମ୍‌ ଏକକାଳୀନ ଭାବେ ବାଲେଶ୍ବର ଜିଲ୍ଲାର ୭ଟି ସ୍ଥାନରେ ଚଢ଼ଉ କରିଥିଲେ। ବାଲେଶ୍ୱର ବଡ଼ବଜାରସ୍ଥିତ ଘର, ବଡ଼ବଜାରରେ ଥିବା ତାଙ୍କର ୫ତାଲା ବହୁତଳ କୋଠା ଏବଂ ମାର୍କେଟ୍‌ କମ୍ପ୍ଲେକ୍ସ, ବାଲିଆପାଳ ମଇଁଷାମୁଣ୍ଡାସ୍ଥିତ ସର୍ମ୍ପକୀୟ ଘର, ବାଲେଶ୍ୱର ଇରିଗେସନ୍‌‌ କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସ, ଜଳେଶ୍ୱର ଶାନ୍ତିଆରେ ଥିବା ତାଙ୍କର ସହଯୋଗୀ ଏବଂ ତାଙ୍କ ଅଫିସ୍‌‌ ଚାମ୍ବରରେ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ଭିଜିଲାନ୍ସ ଅଧିକାରୀ ବାବୁଙ୍କ ସମ୍ପତ୍ତି ଦେଖି ଜଳକା ହୋଇଯାଇଥିଲେ। ଏସବୁ ସଂପତ୍ତି ବାଦ୍‌ ଜଳେଶ୍ୱର ଗୋବରା ଘାଟରେ ତାଙ୍କର ଗୋଟିଏ ନୂଆକରି ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ ହେଉଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।

ଆହୁରି ପଢ଼ନ୍ତୁ: ଶାଢ଼ୀ ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ: ପ୍ରେସର କୁକର ଢାଙ୍କୁଣିରେ ପିଟିବା ପରେ ତଣ୍ଟି ଚିପି ନେଲା ଜୀବନ

ବଡ଼ କଥା ହେଲା, ବାବୁଙ୍କର ରହିଛି ୮୫ଟି ପ୍ଲଟ୍‌‌। ସେଥିମଧ୍ୟରୁ କେବଳ ଜଳେଶ୍ୱରରେ ୮୦ଟି ପ୍ଲଟ୍‌‌ ରହିଛି। ପୁରୀ ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗ ସୁନାକାନିଆରେ ଗୋଟିଏ। ଏହି ସବୁ ପ୍ଲଟ୍‌‌ ପ୍ରଭାସ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି। ବିଭିନ୍ନ ବର୍ଷରେ ଜମି କିଣାଯାଇଥିବା ବେଳେ ଏହାର ବର୍ତ୍ତମାନ ମୂଲ୍ୟ ୨.୦୭ କୋଟି ଟଙ୍କା ହେବ ବୋଲି ଭିଜିଳାନ୍ସ ଆକଳନ କରିଛି। ସେହିପରି ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୧୧ଲକ୍ଷ ୭୦ହଜାର ୯୮୦ ଟଙ୍କା, ଗୋଟିଏ ସୁନା ବିସ୍କୁଟ୍‌‌ ସମେତ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ବ୍ୟାଙ୍କ୍‌‌, ପୋଷ୍ଟାଲ ଏବଂ ଇନ୍ସ୍ୟୁରାନ୍ସ ଶ୍ରୀ ପ୍ରଧାନଙ୍କର ୭୮ଲକ୍ଷ ୨ହଜାର ୭୭୯ ଟଙ୍କା ଜମା ରହିଛି। ତାଙ୍କର ଗୋଟିଏ ଦୁଇ ଚକିଆ ଥିବା ବେଳେ ଗୋଟିଏ ୪ ଚକିଆ ଗାଡ଼ି ରହିଛି। ଆହୁରି ମଧ୍ୟ ଘରର ଆସବାବପତ୍ରର ମୂଲ୍ୟ ୬ଲକ୍ଷ ୬୩ ହଜାର। ଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଏସବୁ ସମ୍ପତ୍ତିର ହିସାବ ମାଗିଥିଲା। କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କ ନାମରେ ଡିଏ ମାମଲା ରୁଜୁ କରାଯିବା ସହ ତାଙ୍କୁ ଅଟକ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜଳସେଚନ ବିଭାଗରେ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି ପ୍ରଭାସ। ସେ ୨୦୦୭ ପର୍ଯ୍ୟନ୍ତ ବାଲେଶ୍ୱର ଜଳସେଚନ ବିଭାଗର ଏସଡିଓ ଥିଲେ। ପରେ ପ୍ରମୋସନ୍‌ ପାଇ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ହୋଇପାରିଥିଲେ। ୨୦୨୦-୨୧ମସିହାରୁ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା। ତେବେ ଟଙ୍କା ନଦେଖିଲେ, ସେ କିଛି କାମ କରୁନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଆହୁରି ମଧ୍ୟ ପ୍ରଭାସ କାମ କରିଦେବା ପାଇଁ ଘରକୁ ମଟନ୍‌‌, ଚୁଙ୍ଗୁଡ଼ି ଏବଂ କଙ୍କଡ଼ା ପଠାଇବାକୁ ଲୋକଙ୍କୁ କହୁଥିଲେ। ତେଣୁ ଦୀର୍ଘ ଦିନ ହେବ ତାଙ୍କ ନାମରେ ଅଭିଯୋଗ ରହିଥିଲା। କିନ୍ତୁ ପ୍ରମାଣ ମିଳୁ ନଥିବାରୁ ଭିଜିଲାନ୍ସ ଚଢ଼ଉ କରିପାରୁନଥିଲା।

03 Aug 2024 By The Sakala

ଗିରଫ ହେଲେ କୁବେର ଯନ୍ତ୍ରୀ ପ୍ରଭାସ ପ୍ରଧାନ: ଠାବ ହେଇଛି ୮୫ ପ୍ଲଟ୍‌‌, ୫ତାଲା ବିଲ୍‌ଡିଂ ଓ ମାର୍କେଟ କମ୍ପ୍ଲେକ୍ସ

ଭୁବନେଶ୍ୱର: ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ହୋଇଥିଲା । ଗତକାଲି ଭିଜିଲାନ୍ସ ଅଧିକାରୀମାନେ ଅଣ୍ଡାଳି ଅଣ୍ଡାଳି ହାଲିଆ ହୋଇଗଲେ ପଛେ, କିନ୍ତୁ ତାଲିକା ସରୁନଥିଲା। ବାଲେଶ୍ୱର ଜଳସେଚନ ବିଭାଗର କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଏତେ ସ୍ଥାବର ଓ ଅସ୍ଥାବର ସଂପତ୍ତି ଆଖି ଆଗରେ ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ବିଶ୍ବାସ କରିପାରୁନାହାନ୍ତି। ସେ ଜଣେ ଯନ୍ତ୍ରୀ ନା ଇଂରେଜ ଅମଳର କୋଉ ଜମିଦାର। ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବାଲେଶ୍ୱରସ୍ଥିତ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର ସମେତ ବାଲେଶ୍ୱର ଜିଲ୍ଲାର ୭ଟି ସ୍ଥାନରେ ଚଢ଼ଉ କରି ବିପୁଳ ସଂପତ୍ତି ଠାବ କରିଛି।

ଗତକାଲି ସକାଳେ ଭିଜିଲାନ୍ସର ୭ଟି ଟିମ୍‌ ଏକକାଳୀନ ଭାବେ ବାଲେଶ୍ବର ଜିଲ୍ଲାର ୭ଟି ସ୍ଥାନରେ ଚଢ଼ଉ କରିଥିଲେ। ବାଲେଶ୍ୱର ବଡ଼ବଜାରସ୍ଥିତ ଘର, ବଡ଼ବଜାରରେ ଥିବା ତାଙ୍କର ୫ତାଲା ବହୁତଳ କୋଠା ଏବଂ ମାର୍କେଟ୍‌ କମ୍ପ୍ଲେକ୍ସ, ବାଲିଆପାଳ ମଇଁଷାମୁଣ୍ଡାସ୍ଥିତ ସର୍ମ୍ପକୀୟ ଘର, ବାଲେଶ୍ୱର ଇରିଗେସନ୍‌‌ କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସ, ଜଳେଶ୍ୱର ଶାନ୍ତିଆରେ ଥିବା ତାଙ୍କର ସହଯୋଗୀ ଏବଂ ତାଙ୍କ ଅଫିସ୍‌‌ ଚାମ୍ବରରେ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ଭିଜିଲାନ୍ସ ଅଧିକାରୀ ବାବୁଙ୍କ ସମ୍ପତ୍ତି ଦେଖି ଜଳକା ହୋଇଯାଇଥିଲେ। ଏସବୁ ସଂପତ୍ତି ବାଦ୍‌ ଜଳେଶ୍ୱର ଗୋବରା ଘାଟରେ ତାଙ୍କର ଗୋଟିଏ ନୂଆକରି ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ ହେଉଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।

ବଡ଼ କଥା ହେଲା, ବାବୁଙ୍କର ରହିଛି ୮୫ଟି ପ୍ଲଟ୍‌‌। ସେଥିମଧ୍ୟରୁ କେବଳ ଜଳେଶ୍ୱରରେ ୮୦ଟି ପ୍ଲଟ୍‌‌ ରହିଛି। ପୁରୀ ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗ ସୁନାକାନିଆରେ ଗୋଟିଏ। ଏହି ସବୁ ପ୍ଲଟ୍‌‌ ପ୍ରଭାସ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି। ବିଭିନ୍ନ ବର୍ଷରେ ଜମି କିଣାଯାଇଥିବା ବେଳେ ଏହାର ବର୍ତ୍ତମାନ ମୂଲ୍ୟ ୨.୦୭ କୋଟି ଟଙ୍କା ହେବ ବୋଲି ଭିଜିଳାନ୍ସ ଆକଳନ କରିଛି। ସେହିପରି ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୧୧ଲକ୍ଷ ୭୦ହଜାର ୯୮୦ ଟଙ୍କା, ଗୋଟିଏ ସୁନା ବିସ୍କୁଟ୍‌‌ ସମେତ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ବ୍ୟାଙ୍କ୍‌‌, ପୋଷ୍ଟାଲ ଏବଂ ଇନ୍ସ୍ୟୁରାନ୍ସ ଶ୍ରୀ ପ୍ରଧାନଙ୍କର ୭୮ଲକ୍ଷ ୨ହଜାର ୭୭୯ ଟଙ୍କା ଜମା ରହିଛି। ତାଙ୍କର ଗୋଟିଏ ଦୁଇ ଚକିଆ ଥିବା ବେଳେ ଗୋଟିଏ ୪ ଚକିଆ ଗାଡ଼ି ରହିଛି। ଆହୁରି ମଧ୍ୟ ଘରର ଆସବାବପତ୍ରର ମୂଲ୍ୟ ୬ଲକ୍ଷ ୬୩ ହଜାର। ଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଏସବୁ ସମ୍ପତ୍ତିର ହିସାବ ମାଗିଥିଲା। କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କ ନାମରେ ଡିଏ ମାମଲା ରୁଜୁ କରାଯିବା ସହ ତାଙ୍କୁ ଅଟକ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜଳସେଚନ ବିଭାଗରେ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି ପ୍ରଭାସ। ସେ ୨୦୦୭ ପର୍ଯ୍ୟନ୍ତ ବାଲେଶ୍ୱର ଜଳସେଚନ ବିଭାଗର ଏସଡିଓ ଥିଲେ। ପରେ ପ୍ରମୋସନ୍‌ ପାଇ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ହୋଇପାରିଥିଲେ। ୨୦୨୦-୨୧ମସିହାରୁ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା। ତେବେ ଟଙ୍କା ନଦେଖିଲେ, ସେ କିଛି କାମ କରୁନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଆହୁରି ମଧ୍ୟ ପ୍ରଭାସ କାମ କରିଦେବା ପାଇଁ ଘରକୁ ମଟନ୍‌‌, ଚୁଙ୍ଗୁଡ଼ି ଏବଂ କଙ୍କଡ଼ା ପଠାଇବାକୁ ଲୋକଙ୍କୁ କହୁଥିଲେ। ତେଣୁ ଦୀର୍ଘ ଦିନ ହେବ ତାଙ୍କ ନାମରେ ଅଭିଯୋଗ ରହିଥିଲା। କିନ୍ତୁ ପ୍ରମାଣ ମିଳୁ ନଥିବାରୁ ଭିଜିଲାନ୍ସ ଚଢ଼ଉ କରିପାରୁନଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର