କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବର ଆତ୍ମସମର୍ପଣ

The Sakala Picture
Published On

ଭୁବନେଶ୍ୱର / କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ତାର ସହଯୋଗୀ ୟାକୁବ ଖାଁ ଓରଫ ସଲ୍ଲୁ ଆଜି ଆତ୍ମସମର୍ପଣ କରିଛି। ଚାଉଳିଆଗଞ୍ଜ ଥାନାରେ ସହଯୋଗୀ ୟାକୁବ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ହାଇଦର ପାଇଁ ମେଡିକାଲକୁ ବିରିୟାନି ଆଣିଥିଲା ୟାକୁବ। ହାଇଦରକୁ ଫେରାର କରିବାରେ ୟାକୁବର ହାତଥିବା ପୁଲିସ ସନ୍ଦେହ କରିଛି। ହାଇଦରର ସହଯୋଗୀକୁ ଗଣମାଧ୍ଯମ ଆଗରେ ମୁହଁ ଖୋଲିବାକୁ ଦିଆଯାଇନାହିଁ, ପୁଲିସ ସାଧା ପୋଷାକରେ ପୂର୍ବରୁ ପ୍ରସ୍ତୁତ ଥିଲା। ୟାକୁବ ପହଞ୍ଚିବା କ୍ଷଣି ତାକୁ […]

ଭୁବନେଶ୍ୱର / କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ତାର ସହଯୋଗୀ ୟାକୁବ ଖାଁ ଓରଫ ସଲ୍ଲୁ ଆଜି ଆତ୍ମସମର୍ପଣ କରିଛି। ଚାଉଳିଆଗଞ୍ଜ ଥାନାରେ ସହଯୋଗୀ ୟାକୁବ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ହାଇଦର ପାଇଁ ମେଡିକାଲକୁ ବିରିୟାନି ଆଣିଥିଲା ୟାକୁବ। ହାଇଦରକୁ ଫେରାର କରିବାରେ ୟାକୁବର ହାତଥିବା ପୁଲିସ ସନ୍ଦେହ କରିଛି। ହାଇଦରର ସହଯୋଗୀକୁ ଗଣମାଧ୍ଯମ ଆଗରେ ମୁହଁ ଖୋଲିବାକୁ ଦିଆଯାଇନାହିଁ, ପୁଲିସ ସାଧା ପୋଷାକରେ ପୂର୍ବରୁ ପ୍ରସ୍ତୁତ ଥିଲା। ୟାକୁବ ପହଞ୍ଚିବା କ୍ଷଣି ତାକୁ ଥନା ଭିତରକୁ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ପୂର୍ବତନ ସେନା ମୁଖ୍ୟଙ୍କ ପୁସ୍ତକକୁ ନେଇ ସଂସଦରେ ହଙ୍ଗାମା: ମୁହାଁମୁହିଁ ହେଲେ ରାହୁଲ-ଅମିତ ଶାହ-ରାଜନାଥ

ସୂଚନା ଅନୁଯାୟୀ, ୨୪ ଘଣ୍ଟା ବିତିସାରିଲାଣି; ହେଲେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାରେ କମିସନରେଟ ପୁଲିସ ବିଫଳ ହୋଇଛି। କଟକ ସହରରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ବର ଓ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ପୁଲିସ ଚଢ଼ଉ ଜୋରଦାର କରିଛି। ରବିବାର ଡିଜିପି ପୁଲିସ, କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଅପରେସନ ହାଇଦର ସମ୍ପର୍କରେ ଆଲୋଚନା କରିଛନ୍ତି। କେମିତି ଫେରାର ହୋଇଗଲା ସେ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେମିତି ଧରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ,କେନ୍ଦ୍ରାଞ୍ଚଳ ଆଇଜି ଏବଂ କ୍ରାଇମ୍‍ବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠୱା ପ୍ରମୁଖ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: Union Budget 2026: ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ୫୩,୪୭,୩୧୫ କୋଟିର ବଜେଟ

ସୂଚନା ଅନୁସାରେ ହାଇଦରକୁ ଧରିବା ପାଇଁ ୬ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯିବା ସହିତ କଟକ, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ଆଲର୍ଟ କରାଯାଇଛି। ବିଶେଷ କରି ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ କଲିକତାକୁ ହାଇଦର ପଳାଇଯିବାର ସମ୍ଭାବନା ଅଧିକ ରହିଛି। ତେଣୁ ପୁଲିସ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳ ଉପରେ ମଧ୍ୟ କଡ଼ା ନଜର ରହିଛି। ସବୁ ଜିଲ୍ଲାର ଏସ୍‍ପି, କମିସନରେଟ ପୁଲିସର ଡିସିପି,ଏସ୍‍ଟିଏଫ ୟୁନିଟ୍‍ ଉଦ୍ୟମ ଜାରି ରଖିଛନ୍ତି। ରେଲୱେ ଷ୍ଟେସନ,ବସ୍‍ଷ୍ଟାଣ୍ଡ,ବିମାନବନ୍ଦର ଏବଂ ରାଜପଥ ଉପରେ ପୁଲିସର କଡା ନଜର ରହିଛି। ଏହି ସବୁ ଅଞ୍ଚଳରେ ସାଦା ପୋଷାକଧାରୀ ପୁଲିସ ଜଗି ରହିଛନ୍ତି। ଷ୍ଟେସନକୁ ଆସୁଥିବା ଯାତ୍ରୀମାନଙ୍କୁ ହାଇଦରର ଫଟୋ ଦେଖାଇ ପଚରାଉଚରା ଚାଲିଛି।

ଆହୁରି ପଢ଼ନ୍ତୁ: ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ଅପିଲ୍

ଅନ୍ୟପକ୍ଷେ କଟକରେ ହିଁ ହାଇଦର ଲୁଚିଥିବା କମିସନରେଟ୍‍ ପୁଲିସ ଅନୁମାନ କରୁଛି। କାରଣ ଫେରାର ହେବାର ଖୁବ୍‍ କମ ସମୟ ମଧ୍ୟରେ ପୁଲିସ ପୂରା ସହରରକୁ ନାକାବନ୍ଦୀ କରିଥିଲା। ଏପରିକି ସହରକୁ ସଂଯୋଗ କରୁଥିବା ସମସ୍ତ ପଥରେ ଯାନବାହନ ଗୁଡିକୁ ତନତନ କରି ଯାଞ୍ଚ କରିଥିଲା। ହାଇଦର ସହର ବହାରକୁ ଯାଇଥିଲେ ପୁଲିସ ହାତରେ ଧରା ପଡ଼ିଥାନ୍ତା। ତେଣୁ ସେ କଟକରେ ହିଁ କେଉଁ ସହଯୋଗୀଙ୍କ ଘରେ ଆତ୍ମଗୋପନ କରିଥିବା ଅନୁମାନ କରୁଛି ପୁଲିସ। କଟକ ପୁଲିସ ବିଗତ ଦିନରେ ବନ୍ଧା ହୋଇଥିବା ହାଇଦରର ସହଯୋଗୀଙ୍କ ଚିଠା ପ୍ରସ୍ତୁତ କରି ସେମାନଙ୍କ ଘରେ ଚଢାଉ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ନିଜ ଜନ୍ମମାଟି କେନ୍ଦ୍ରପଡ଼ାକୁ ସୁରକ୍ଷିତ ମଣି ହାଇଦର ସେଠାକୁ ଚାଲିଯାଇଥାଇପାରେ ବୋଲି ପୁଲିସ ଅନୁମାନ କରିଛି। ତେଣୁ ସେଠାରେ କେନ୍ଦ୍ରାପଡ଼ା ପୁଲିସ ବିଭିନ୍ନ ରାସ୍ତା ସିଲ୍ କରି ଯାଞ୍ଚ କରୁଛି।
କ୍ରାଇମ୍‍ବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠୱା କହିଛନ୍ତି ଯେ ଶନିବାର ରାତିଠୁ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ସମସ୍ତ ପଦେକ୍ଷପ ନେଇଛି। ସବୁ ଜିଲ୍ଲା ଏସ୍‍ପି, କମିସନରେଟ ପୁଲିସର ଡିସିପି, ଏସ୍‍ଟିଏଫ ୟୁନିଟ ଧରିବା ପାଇଁ ଚଢଉ ଜାରି ରଖିଛନ୍ତି। ଅପରପକ୍ଷେ ହସ୍ପିଟାଲର ନର୍ସଙ୍କ ବୟାନ ରେକର୍ଡ କରାଯାଇଛି। ସୀମାନ୍ତ ଅଞ୍ଚଳ ଓ ରେଳପଥ ଉପରେ ନଜର ରଖାଯାଇଛି। ଧଳା ଗାଡ଼ିରେ ହାଇଦର ଫେରାର ହୋଇଥିବା ନେଇ ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି। ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ତଦନ୍ତ କରାଯାଉଛି। ହାଇଦରକୁ ସହଯୋଗ କରିବାରେ କେଉଁମାନଙ୍କ ହାତ ରହିଛି,ସେନେଇ ତଦନ୍ତ କରାଯାଉଛି।

ହାଇଦର ଫେରାର ହେବା ନେଇ ଜାଣିଥିଲା ଜେଲ ବିଭାଗ
ହାଇଦର ଫେରାର ହେବା ନେଇ ଜେଲ ବିଭାଗ ପୂର୍ବରୁ ଏନେଇ ଅବଗତ ଥିଲେ। ହେଲେ ଜଣେ ବ୍ୟକ୍ତିଙ୍କ ଚିଠିକୁ ସେମାନେ ଗୁରୁତ୍ବର ସହ ନେଇନଥିଲେ। ସମ୍ବଲପୁର ଜେଲରେ ଥିବା ନେଇ ଫେରାର ପାଇଁ ବ୍ଲୁ-ପ୍ରିଣ୍ଟ କରୁଥିଲା ହାଇଦର। ଏନେଇ ସମ୍ବଲପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ପୁହାଣ ନାମକ ବ୍ୟକ୍ତି ଜେଲ ଡିଜିଙ୍କୁ ମାର୍ଚ୍ଚ ୧୫ରେ ଏକ ଚିଠି ଲେଖିଥିଲେ। ଜେଲ ଡିଜି ଚିଠି ପାଇବା ପରେ ସମ୍ବଲପୁର ଯାଇଥିଲେ। କିନ୍ତୁ ଏନେଇ କୌଣସି ବ୍ୟବସ୍ଥା ଗ୍ରହଣ କରିନଥିଲେ। ଏହାର କିଛି ଦିନ ପରେ ମଧ୍ୟ କୌଣସି ବ୍ୟବସ୍ଥା ଗ୍ରହଣ କରାନଯିବାରୁ କୃଷ୍ଣଚନ୍ଦ୍ର ଜେଲ ଆଇଜି, ଜିଲ୍ଲାପାଳଙ୍କୁ ଜଣାଇଥିଲେ। ହେଲେ ପୂର୍ବଭଳି ସମସ୍ତେ ଜାଣିଶୁଣି ଚୁପ୍‍ ବସିଥିଲେ। ତେଣୁ ହାଇଦର ଫେରାର ହେବା ନେଇ ଜେଲ ବିଭାଗର ସମସ୍ତ ଅଧିକାରୀ ଜାଣିଥିବା ଅଭିଯୋଗ ହେଉଛି। ତେଣୁ ଏହି ଚିଠି ନେଇ ତଦନ୍ତ କରାଗଲେ ସବୁ ସ୍ପଷ୍ଟହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp