ଫେରିଲା ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ ତଦନ୍ତ: ମୁଖ୍ୟ ପରିଚାଳକଙ୍କ ଦୁଇ ଭାଇକୁ ଜଳେଶ୍ଵରରୁ ଉଠାଇନେଲା ସିବିଆଇ

The Sakala Picture
Published On

ବାଲେଶ୍ଵର/ଜଳେଶ୍ଵର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ ଇଣ୍ଟରନ୍ୟାସନାଲର ତଦନ୍ତ କରୁଥିବା ସିବିଆଇ ଆଜି ଜଳେଶ୍ୱରକୁ ଫେରିଛି। ସିବିଆଇର ଡିଏସପି ଅଶୋକ କୁମାରଙ୍କ ନେତୃତ୍ବରେ ଏକ ୧୨ ଜଣିଆ ଟିମ୍ ଆଜି ପୂର୍ବାହ୍ନ ୧୧ ଟାରେ ଜଳେଶ୍ଵରରେ ପହଞ୍ଚିବା ସହ ସ୍ଥାନୀୟ ବଡବଜାର ଛକରୁ ଗ୍ରୀନ-ରେର ଦୁଇ ନିର୍ଦ୍ଦେଶକ ତଥା କମ୍ପାନୀର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନର ଦୁଇ ଭାଇକୁ ଉଠାଇ ନେଇଛି। ଅଢେଇ ବର୍ଷ ଧରି ଫାଇଲ ଭିତରେ ରହିଯାଇଥିବା ପରି ମନେ […]

ବାଲେଶ୍ଵର/ଜଳେଶ୍ଵର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ ଇଣ୍ଟରନ୍ୟାସନାଲର ତଦନ୍ତ କରୁଥିବା ସିବିଆଇ ଆଜି ଜଳେଶ୍ୱରକୁ ଫେରିଛି। ସିବିଆଇର ଡିଏସପି ଅଶୋକ କୁମାରଙ୍କ ନେତୃତ୍ବରେ ଏକ ୧୨ ଜଣିଆ ଟିମ୍ ଆଜି ପୂର୍ବାହ୍ନ ୧୧ ଟାରେ ଜଳେଶ୍ଵରରେ ପହଞ୍ଚିବା ସହ ସ୍ଥାନୀୟ ବଡବଜାର ଛକରୁ ଗ୍ରୀନ-ରେର ଦୁଇ ନିର୍ଦ୍ଦେଶକ ତଥା କମ୍ପାନୀର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନର ଦୁଇ ଭାଇକୁ ଉଠାଇ ନେଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

ଅଢେଇ ବର୍ଷ ଧରି ଫାଇଲ ଭିତରେ ରହିଯାଇଥିବା ପରି ମନେ ହେଉଥିବା ଗ୍ରୀନ-ରେ ତଦନ୍ତ ପାଇଁ ସିବିଆଇ ପୁଣି ଜଳେଶ୍ୱର କୁ ଆସିବା ଜମାକାରୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ସିବିଆଇ ଉଠାଇ ନେଇଥିବା ମୀର ସହିରୁଦ୍ଦିନର ଦୁଇ ଭାଇ ହେଉଛନ୍ତି
କାଲୁ ଓରଫ ମୀର ସୈମତ ଓ ମୀର ଜମିରୁଦ୍ଦିନକୁ।କାଲୁ ଓ ଜମିରୁଦ୍ଦିନ ଗ୍ରୀନ-ରେ ଇଣ୍ଟରନ୍ୟାସନାଲର ନିର୍ଦ୍ଦେଶକ ଭାବେ କାର୍ଯ୍ଯ କରିଥିବାରୁ ସେମାନଙ୍କୁ ସିବିଆଇ ଉଠାଇନେବା ତଦନ୍ତକାରୀ ସଂସ୍ଥା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଇଛି।  ସମଗ୍ର ଦେଶରେ ୨୦୦୦ କୋଟି ଟଙ୍କାର ଠକେଇରେ ଲିପ୍ତଥିବା ଗ୍ରୀନ-ର ର ବହୁ କଳା କାରନାମାର ଗୁମର ପର୍ଦ୍ଦାଫାଶ କରିବାରେ ସିବିଆଇ ସଫଳ ହେବ ବୋଲି ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ପ୍ରକାଶଯୋଗ୍ୟ ଯେ, କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨୦୧୩ ମସିହାରେ ବିଭିନ୍ନ ସ୍ଥାନରେ ଥିବା କମ୍ପାନୀର କାର୍ଯ୍ଯାଳୟକୁ ସିଲ କରିବା ପରେ ମୁଖ୍ୟ ପରିଚାଳକ ଗୋରା ଭାରତରୁ ଖସି ନାଇଜେରିଆ ପଳେଇଥିଲା। ତେବେ ୨୦୧୭ ମସିହା ଫେବୃଆରୀ ମାସରେ ଗୋରା ନାଇଜେରିଆରୁ ପୁଣି କୋଲକାତା ଫେରିଥିବାର ସିବିଆଇ ଜାଣିବା ପରେ ସେଠାରୁ ତାକୁ ଗିରଫ କରିଥିଲା।  କିନ୍ତୁ ସେ ନାଇଜେରିଆ ଥିବା ସମୟରେ ହାଓ୍ବଲା ଦଲାଲଙ୍କ ଜରିଆରେ ଗ୍ରୀନ-ରେ ର ଜମାକାରୀଙ୍କ ଟଙ୍କା ଅସତ ଉପାୟରେ ଭାରତରୁ ଦୁବାଇ ଓ ପରେ ନାଇଜେରିଆକୁ ବିପୁଳ ପରିମାଣରେ ଟଙ୍କା ଟ୍ରାନ୍ସଫର ହୋଇଥିଲା। କୋଲକାତାରୁ ଗିରଫ ହେବା ପରେ ଏସବୁ ରହସ୍ୟ ଭେଦ କରିବା ପାଇଁ ଗୋରାକୁ ଭୁବନେଶ୍ୱର ଅଣାଯାଇ ତଦନ୍ତ କରାଯାଇଥିବା ବେଳେ ତାର ପରିବାର ଲୋକଙ୍କୁ ମଧ୍ୟ ସିବିଆଇ ଅଫିସକୁ ଡକାଯାଇ ଜେରା କରାଯାଇଥିଲା।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ମ୍ୟୁନିସିପାଲଟି ଅଧିନସ୍ଥ ଶାସନବାଡ ଗ୍ରାମର ମୀର ସହିରୁଦ୍ଦିନ ୨୦୦୪ ମସିହାରେ ଜଳେଶ୍ଵର ରେ ଗ୍ରୀନ-ରେ ଇଣ୍ଟରନ୍ୟାସନାଲ ଅଫିସ ଖୋଲି ବ୍ୟବସାୟ ଆରମ୍ଭ କରିଥିଲା। ୨୦୧୩ ବେଳକୁ ଓଡ଼ିଶା ସମେତ ପାଖାପାଖି ୧୩ ଟି ରାଜ୍ୟରେ ଗ୍ରୀନ-ରେ ନାମରେ ବ୍ୟବସାୟୀକ ଶାଖା ଖୋଲାଯାଇଥିଲା। ଅଧିକ ଲାଭର ଲୋଭ ଦେଖାଇ ଦେଶର ୧୦୮ ଟି ଶାଖା ଜରିଆରେ ୫ ଲକ୍ଷ ଜମାକାରୀଙ୍କ ଠାରୁ ୨୦୦୦ କୋଟି ଟଙ୍କା କମ୍ପାନୀ ଠକି ନେଇଥିଲା। ସେଥିମଧ୍ୟରୁ କେବଳ ଓଡ଼ିଶାରେ ୪୧ ଟି ଶାଖା ଅଧିନରେ ଦେଡ ଲକ୍ଷ ଜମାକାରୀଙ୍କ ୫୦୦ କୋଟି ଟଙ୍କା ଠକେଇ ହୋଇଥିବା କୁହାଯାଇଛି। ଜମାକାରୀଙ୍କ ଏହି ଟଙ୍କାକୁ ଗ୍ରୀନ-ରେ ଔଷଧ, ଗ୍ରୀନ-ରେ ଗାର୍ମେଣ୍ଟସ, ଗ୍ରୀନ-ରେ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀରେ ଲଗାଯାଇଥିଲା। ୨୦୧୩ ମସିହାରେ ବିଭିନ୍ନ ଚିଟଫଣ୍ଡ ସଂସ୍ଥା ଉପରେ ପୁଲିସର ଚଢାଉ ପରେ ଗ୍ରୀନ-ରେ ମଧ୍ୟ ଏହି ତାଲିକାରେ ଥିଲା। ପୁଲିସ ହାତରୁ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ହାତକୁ ଯିବା ପୂର୍ବରୁ ଜଳେଶ୍ଵର ସ୍ଥିତ କର୍ପୋରେଟ କାର୍ଯ୍ଯାଳୟ ସମେତ ରାଜ୍ୟର ୪୧ ଟି ଶାଖା କୁ ସିଲ୍ କରାଯାଇଥିଲା।

ଏସମସ୍ତ ଶାଖା ଗୁଡିକୁ ନେଇ ଗ୍ରୀନ-ରେ ନାମରେ ଥିବା ୪୬ ଟି ବ୍ୟାଙ୍କ ଆକାଉଣ୍ଟ ରୁ ୫୭ ଲକ୍ଷ ୪୧ ହଜାର ୫୪୧ ଟଙ୍କାର ଜମା,ବିଭିନ୍ନ ଶାଖାରୁ ନଗଦ ୧୦ ଲକ୍ଷ ଟଙ୍କା, ୧୦ କେଜି ରୂପା,୨୪୬ ଗ୍ରାମ ସୁନା ଓ କମ୍ପାନୀ ନାମରେ ଥିବା ୨୦.୬୮ ଏକରର ଜମିର କାଗଜପତ୍ରକୁ ଜବତ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗ୍ରୀନ-ର ଚିଟଫଣ୍ଡ କାରବାର ନେଇ ୨୦୧୫ ରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଥମେ ଆୟୁବ ସାହା ନାମକ ଜଣେ ନିର୍ଦ୍ଦେଶକଙ୍କୁ ଛତିଶଗଡ଼ର ରାୟପୁର ରୁ ଗିରଫ କରିଥିଲା। ଏହାପରେ ମୀରା ସହିରୁଦ୍ଦିନକୁ କୋଲକାତାରୁ ଗିରଫ କରାଯାଇଥିଲା।

15 Jul 2021 By The Sakala

ଫେରିଲା ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ ତଦନ୍ତ: ମୁଖ୍ୟ ପରିଚାଳକଙ୍କ ଦୁଇ ଭାଇକୁ ଜଳେଶ୍ଵରରୁ ଉଠାଇନେଲା ସିବିଆଇ

ବାଲେଶ୍ଵର/ଜଳେଶ୍ଵର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଚିଟଫଣ୍ଡ ସଂସ୍ଥା ଗ୍ରୀନ-ରେ ଇଣ୍ଟରନ୍ୟାସନାଲର ତଦନ୍ତ କରୁଥିବା ସିବିଆଇ ଆଜି ଜଳେଶ୍ୱରକୁ ଫେରିଛି। ସିବିଆଇର ଡିଏସପି ଅଶୋକ କୁମାରଙ୍କ ନେତୃତ୍ବରେ ଏକ ୧୨ ଜଣିଆ ଟିମ୍ ଆଜି ପୂର୍ବାହ୍ନ ୧୧ ଟାରେ ଜଳେଶ୍ଵରରେ ପହଞ୍ଚିବା ସହ ସ୍ଥାନୀୟ ବଡବଜାର ଛକରୁ ଗ୍ରୀନ-ରେର ଦୁଇ ନିର୍ଦ୍ଦେଶକ ତଥା କମ୍ପାନୀର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନର ଦୁଇ ଭାଇକୁ ଉଠାଇ ନେଇଛି।

ଅଢେଇ ବର୍ଷ ଧରି ଫାଇଲ ଭିତରେ ରହିଯାଇଥିବା ପରି ମନେ ହେଉଥିବା ଗ୍ରୀନ-ରେ ତଦନ୍ତ ପାଇଁ ସିବିଆଇ ପୁଣି ଜଳେଶ୍ୱର କୁ ଆସିବା ଜମାକାରୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ସିବିଆଇ ଉଠାଇ ନେଇଥିବା ମୀର ସହିରୁଦ୍ଦିନର ଦୁଇ ଭାଇ ହେଉଛନ୍ତି
କାଲୁ ଓରଫ ମୀର ସୈମତ ଓ ମୀର ଜମିରୁଦ୍ଦିନକୁ।କାଲୁ ଓ ଜମିରୁଦ୍ଦିନ ଗ୍ରୀନ-ରେ ଇଣ୍ଟରନ୍ୟାସନାଲର ନିର୍ଦ୍ଦେଶକ ଭାବେ କାର୍ଯ୍ଯ କରିଥିବାରୁ ସେମାନଙ୍କୁ ସିବିଆଇ ଉଠାଇନେବା ତଦନ୍ତକାରୀ ସଂସ୍ଥା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଇଛି।  ସମଗ୍ର ଦେଶରେ ୨୦୦୦ କୋଟି ଟଙ୍କାର ଠକେଇରେ ଲିପ୍ତଥିବା ଗ୍ରୀନ-ର ର ବହୁ କଳା କାରନାମାର ଗୁମର ପର୍ଦ୍ଦାଫାଶ କରିବାରେ ସିବିଆଇ ସଫଳ ହେବ ବୋଲି ଆଲୋଚନା ହେଉଛି।

ପ୍ରକାଶଯୋଗ୍ୟ ଯେ, କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨୦୧୩ ମସିହାରେ ବିଭିନ୍ନ ସ୍ଥାନରେ ଥିବା କମ୍ପାନୀର କାର୍ଯ୍ଯାଳୟକୁ ସିଲ କରିବା ପରେ ମୁଖ୍ୟ ପରିଚାଳକ ଗୋରା ଭାରତରୁ ଖସି ନାଇଜେରିଆ ପଳେଇଥିଲା। ତେବେ ୨୦୧୭ ମସିହା ଫେବୃଆରୀ ମାସରେ ଗୋରା ନାଇଜେରିଆରୁ ପୁଣି କୋଲକାତା ଫେରିଥିବାର ସିବିଆଇ ଜାଣିବା ପରେ ସେଠାରୁ ତାକୁ ଗିରଫ କରିଥିଲା।  କିନ୍ତୁ ସେ ନାଇଜେରିଆ ଥିବା ସମୟରେ ହାଓ୍ବଲା ଦଲାଲଙ୍କ ଜରିଆରେ ଗ୍ରୀନ-ରେ ର ଜମାକାରୀଙ୍କ ଟଙ୍କା ଅସତ ଉପାୟରେ ଭାରତରୁ ଦୁବାଇ ଓ ପରେ ନାଇଜେରିଆକୁ ବିପୁଳ ପରିମାଣରେ ଟଙ୍କା ଟ୍ରାନ୍ସଫର ହୋଇଥିଲା। କୋଲକାତାରୁ ଗିରଫ ହେବା ପରେ ଏସବୁ ରହସ୍ୟ ଭେଦ କରିବା ପାଇଁ ଗୋରାକୁ ଭୁବନେଶ୍ୱର ଅଣାଯାଇ ତଦନ୍ତ କରାଯାଇଥିବା ବେଳେ ତାର ପରିବାର ଲୋକଙ୍କୁ ମଧ୍ୟ ସିବିଆଇ ଅଫିସକୁ ଡକାଯାଇ ଜେରା କରାଯାଇଥିଲା।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ମ୍ୟୁନିସିପାଲଟି ଅଧିନସ୍ଥ ଶାସନବାଡ ଗ୍ରାମର ମୀର ସହିରୁଦ୍ଦିନ ୨୦୦୪ ମସିହାରେ ଜଳେଶ୍ଵର ରେ ଗ୍ରୀନ-ରେ ଇଣ୍ଟରନ୍ୟାସନାଲ ଅଫିସ ଖୋଲି ବ୍ୟବସାୟ ଆରମ୍ଭ କରିଥିଲା। ୨୦୧୩ ବେଳକୁ ଓଡ଼ିଶା ସମେତ ପାଖାପାଖି ୧୩ ଟି ରାଜ୍ୟରେ ଗ୍ରୀନ-ରେ ନାମରେ ବ୍ୟବସାୟୀକ ଶାଖା ଖୋଲାଯାଇଥିଲା। ଅଧିକ ଲାଭର ଲୋଭ ଦେଖାଇ ଦେଶର ୧୦୮ ଟି ଶାଖା ଜରିଆରେ ୫ ଲକ୍ଷ ଜମାକାରୀଙ୍କ ଠାରୁ ୨୦୦୦ କୋଟି ଟଙ୍କା କମ୍ପାନୀ ଠକି ନେଇଥିଲା। ସେଥିମଧ୍ୟରୁ କେବଳ ଓଡ଼ିଶାରେ ୪୧ ଟି ଶାଖା ଅଧିନରେ ଦେଡ ଲକ୍ଷ ଜମାକାରୀଙ୍କ ୫୦୦ କୋଟି ଟଙ୍କା ଠକେଇ ହୋଇଥିବା କୁହାଯାଇଛି। ଜମାକାରୀଙ୍କ ଏହି ଟଙ୍କାକୁ ଗ୍ରୀନ-ରେ ଔଷଧ, ଗ୍ରୀନ-ରେ ଗାର୍ମେଣ୍ଟସ, ଗ୍ରୀନ-ରେ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀରେ ଲଗାଯାଇଥିଲା। ୨୦୧୩ ମସିହାରେ ବିଭିନ୍ନ ଚିଟଫଣ୍ଡ ସଂସ୍ଥା ଉପରେ ପୁଲିସର ଚଢାଉ ପରେ ଗ୍ରୀନ-ରେ ମଧ୍ୟ ଏହି ତାଲିକାରେ ଥିଲା। ପୁଲିସ ହାତରୁ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ହାତକୁ ଯିବା ପୂର୍ବରୁ ଜଳେଶ୍ଵର ସ୍ଥିତ କର୍ପୋରେଟ କାର୍ଯ୍ଯାଳୟ ସମେତ ରାଜ୍ୟର ୪୧ ଟି ଶାଖା କୁ ସିଲ୍ କରାଯାଇଥିଲା।

ଏସମସ୍ତ ଶାଖା ଗୁଡିକୁ ନେଇ ଗ୍ରୀନ-ରେ ନାମରେ ଥିବା ୪୬ ଟି ବ୍ୟାଙ୍କ ଆକାଉଣ୍ଟ ରୁ ୫୭ ଲକ୍ଷ ୪୧ ହଜାର ୫୪୧ ଟଙ୍କାର ଜମା,ବିଭିନ୍ନ ଶାଖାରୁ ନଗଦ ୧୦ ଲକ୍ଷ ଟଙ୍କା, ୧୦ କେଜି ରୂପା,୨୪୬ ଗ୍ରାମ ସୁନା ଓ କମ୍ପାନୀ ନାମରେ ଥିବା ୨୦.୬୮ ଏକରର ଜମିର କାଗଜପତ୍ରକୁ ଜବତ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗ୍ରୀନ-ର ଚିଟଫଣ୍ଡ କାରବାର ନେଇ ୨୦୧୫ ରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଥମେ ଆୟୁବ ସାହା ନାମକ ଜଣେ ନିର୍ଦ୍ଦେଶକଙ୍କୁ ଛତିଶଗଡ଼ର ରାୟପୁର ରୁ ଗିରଫ କରିଥିଲା। ଏହାପରେ ମୀରା ସହିରୁଦ୍ଦିନକୁ କୋଲକାତାରୁ ଗିରଫ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର