ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଗିରଫ ହେଲେ ସୁରକ୍ଷା ଦାୟିତ୍ବରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ

The Sakala Picture
Published On

କଟକ :ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଆଉ ୨ ଜଣ ଗିରଫ ହୋଇଛନ୍ତି। ହାଇଦର ଫେରାର୍ ଦିନ ଡ୍ୟୁଟିରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ୍ ସମେତ ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। ହାଇଦରକୁ ଫେରାର କରାଇବାରେ ଦୁହିଁଙ୍କ ଭୂମିକା ଥିବା ପୁଲିସ କହିଛି । କନେଷ୍ଟବଳ ମହମ୍ମଦ ମୌସିମ୍ ସହ ଜେଲ୍ ୱାର୍ଡର ଶିବ ନାରାୟଣ ନନ୍ଦଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ । ହାଇଦର ଫେରାର୍ ମାମଲାରେ […]

କଟକ :ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଆଉ ୨ ଜଣ ଗିରଫ ହୋଇଛନ୍ତି। ହାଇଦର ଫେରାର୍ ଦିନ ଡ୍ୟୁଟିରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ୍ ସମେତ ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। ହାଇଦରକୁ ଫେରାର କରାଇବାରେ ଦୁହିଁଙ୍କ ଭୂମିକା ଥିବା ପୁଲିସ କହିଛି । କନେଷ୍ଟବଳ ମହମ୍ମଦ ମୌସିମ୍ ସହ ଜେଲ୍ ୱାର୍ଡର ଶିବ ନାରାୟଣ ନନ୍ଦଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ । ହାଇଦର ଫେରାର୍ ମାମଲାରେ ପୁଲିସ ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କଲାଣି ।

ସୂଚନାଯୋଗ୍ୟ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସଙ୍କୁ ଖାଦ୍ୟରେ ନିଶା ଦେଇ ଏପ୍ରିଲ୍ ୧୦ ତାରିଖରେ ଫେରାର ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର । ଫେରାରର ୫ ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା ଓଡିଶା ପୁଲିସର ସ୍ପେଶାଲ ଟିମ୍‌ । ପରେ ତାକୁ ଭୁବନେଶ୍ବର ଅଣାଯାଇଥିଲା । କୋର୍ଟରେ ପୁଲିସ ପକ୍ଷରୁ ୧୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା କିନ୍ତୁ କୋର୍ଟ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥି​‌ଲେ । ହେଲେ ହାଇଦର କରୋନା ଆକ୍ରାନ୍ତ ଜଣାପଡିବା ପରେ ତାକୁ ରିମାଣ୍ଡରେ ଅଣାଯାଇନାହିଁ। ବର୍ତ୍ତମାନ ହାଇଦର ଚୌଦାର ଜେଲ୍‌ରେ ସଙ୍ଗରୋଧରେ ରହିଛି।

20 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର