ବିଶ୍ୱାସରେ ବିଷ ଦେଲା ବନ୍ଧୁ : ଦୋକାନ ପାଇଁ ଟଙ୍କା ନେଲା, ଦୁଷ୍କର୍ମ ବି କଲା

The Sakala Picture
Published On

ଭୁବନେଶ୍ୱର : ବିଶ୍ୱାସରେ ବିଷ ଦେଲା ବନ୍ଧୁ। ବନ୍ଧୁ ସାଜି ସମ୍ପର୍କ ନିବିଡ଼ କରିବା ସହ ଦୋକାନ କରିବା ଲାଗି ଲକ୍ଷଲକ୍ଷ ଟଙ୍କା ନେଲା। ତେବେ ଟଙ୍କା ଫେରାଇବା ବଦଳରେ ବିବାହିତ ମହିଳାଙ୍କୁ ଦୁର୍ଷ୍କମ କଲେ ପୁରୁଷ ବନ୍ଧୁ। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ତେବେ ଥାନାକୁ ଦୌଡ଼ିଦୌଡ଼ି ପୀଡ଼ିତା ଜଣଙ୍କ ନିରାଶ ହେଇଥିଲେ। ତେବେ ବାପୁଜୀନଗର ଯୁବକର ଦୋକାନରେ ଆସି ଟଙ୍କା ମାଗିବାରୁ ମହିଳାଙ୍କୁ ଦୋକାନ ଭିତରେ ହାତଗୋଡ଼ ବାନ୍ଧି ମାଡ଼ ମଧ୍ୟ […]

ଭୁବନେଶ୍ୱର : ବିଶ୍ୱାସରେ ବିଷ ଦେଲା ବନ୍ଧୁ। ବନ୍ଧୁ ସାଜି ସମ୍ପର୍କ ନିବିଡ଼ କରିବା ସହ ଦୋକାନ କରିବା ଲାଗି ଲକ୍ଷଲକ୍ଷ ଟଙ୍କା ନେଲା। ତେବେ ଟଙ୍କା ଫେରାଇବା ବଦଳରେ ବିବାହିତ ମହିଳାଙ୍କୁ ଦୁର୍ଷ୍କମ କଲେ ପୁରୁଷ ବନ୍ଧୁ। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ତେବେ ଥାନାକୁ ଦୌଡ଼ିଦୌଡ଼ି ପୀଡ଼ିତା ଜଣଙ୍କ ନିରାଶ ହେଇଥିଲେ। ତେବେ ବାପୁଜୀନଗର ଯୁବକର ଦୋକାନରେ ଆସି ଟଙ୍କା ମାଗିବାରୁ ମହିଳାଙ୍କୁ ଦୋକାନ ଭିତରେ ହାତଗୋଡ଼ ବାନ୍ଧି ମାଡ଼ ମଧ୍ୟ ମାରିଥିଲା। ତେଣୁ ସେ ଅଢ଼େଇ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା। ତେଣୁ ମଙ୍ଗଳବାର ପୂର୍ବାହ୍ଣରେ ମହିଳାଜଣକ କ୍ୟାପିଟାଲ ଥାନା ଆଗରେ ଧାରଣାରେ ବସିଥିଲେ। ନ୍ୟାୟ ନ ମିଳିବ ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ମହିଳା ଜଣଙ୍କ ଜିଦ୍‍ ଧରିଥିଲେ।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତି ପାଇଁ ସ୍ୱାମୀକୁ ହତ୍ୟା: ପ୍ରେମିକ ସହ ମିଶି ସ୍ତ୍ରୀ ରଚିଲା ଭୟାନକ ଷଡ଼ଯନ୍ତ୍ର

ଅଭିଯୋଗ ଅନୁଯାୟୀ କଟକରୋଡରେ ରହୁଥିବା ମହିଳାଙ୍କ ସହ ବଡ଼ଗଡ଼଼ ଥାନା ଅଞ୍ଚଳର ଜଣେ ଯୁବକଙ୍କ ବନ୍ଧୁତା ହୋଇଥିଲେ। ଯୁବକ ଜଣକ ମହିଳାଙ୍କ ଘରକୁ ଯିବା ଆସିବା କରିନ୍ତି। ତେବେ ଯୁବକ ଜଣକ ଏକ ଦୋକାନ କରିବେ ବୋଲି ମହିଳାଙ୍କ ଠାରୁ ୭ଲକ୍ଷ ଟଙ୍କା ଋଣ ନେଇଥିଲେ। ତେବେ ଉକ୍ତ ଟଙ୍କା ଫେରସ୍ତ କରୁ ନ ଥିଲେ। ଏହାସହ ମହିଳାଙ୍କ ଘରକୁ ଯିବା ଆସିବା କରୁଥିବାରୁ ଏହାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ ମଧ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର