ଅଥୟ କଲେଣି ଅଦୃଶ୍ୟ ଅପରାଧୀ; ଫେବୃଆରୀରେ ନେଇଗଲେ ୧.୩୯ କୋଟି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଗତବର୍ଷ ତୁଳନାରେ ଏବର୍ଷ ସାଇବର୍‍ ଠକେଇ ବଢ଼଼ିଛି। ସାଇବର୍‍ ଥାନା କାର୍ଯ୍ୟକ୍ଷମ ହେବା ପରେ ଠକେଇ ଅଭିଯୋଗ ମଧ୍ୟ ବୃଦ୍ଧି ହୋଇଛି। ବର୍ଷ ଆରମ୍ଭରୁ ରେକର୍ଡ ଭାଙ୍ଗୁଛି ସାଇବର୍‍ ଠକେଇ ପରିମାଣ। ପୁଲିସ ରେକର୍ଡ ମୁତାବକ ୨୦୨୧ ମସିହା ଭଳି ୨୦୨୨ରେ ବି ସ୍ମାର୍ଟସିଟରେ ଜମତରା ଗ୍ୟାଙ୍ଗ୍‍ ଉତ୍ପାତ କରିଛନ୍ତି। ଗତ ଜାନୁଆରୀ ମାସ ତୁଳନାରେ କମ୍‍ ଲୋକଙ୍କ ଠାରୁ ଠକେଇ ହୋଇଥିଲେ ମଧ୍ୟ ଠକେଇ ଅର୍ଥର ପରିମାଣ ଅଧିକ ରହିଛି। ଫେବୃଆରୀ ମାସରେ […]

ଭୁବନେଶ୍ୱର: ରାଜଧାନୀରେ ଗତବର୍ଷ ତୁଳନାରେ ଏବର୍ଷ ସାଇବର୍‍ ଠକେଇ ବଢ଼଼ିଛି। ସାଇବର୍‍ ଥାନା କାର୍ଯ୍ୟକ୍ଷମ ହେବା ପରେ ଠକେଇ ଅଭିଯୋଗ ମଧ୍ୟ ବୃଦ୍ଧି ହୋଇଛି। ବର୍ଷ ଆରମ୍ଭରୁ ରେକର୍ଡ ଭାଙ୍ଗୁଛି ସାଇବର୍‍ ଠକେଇ ପରିମାଣ। ପୁଲିସ ରେକର୍ଡ ମୁତାବକ ୨୦୨୧ ମସିହା ଭଳି ୨୦୨୨ରେ ବି ସ୍ମାର୍ଟସିଟରେ ଜମତରା ଗ୍ୟାଙ୍ଗ୍‍ ଉତ୍ପାତ କରିଛନ୍ତି। ଗତ ଜାନୁଆରୀ ମାସ ତୁଳନାରେ କମ୍‍ ଲୋକଙ୍କ ଠାରୁ ଠକେଇ ହୋଇଥିଲେ ମଧ୍ୟ ଠକେଇ ଅର୍ଥର ପରିମାଣ ଅଧିକ ରହିଛି। ଫେବୃଆରୀ ମାସରେ ୧ କୋଟି ୩୯ ଲକ୍ଷ ୬୦ହଜାର ୪୭୯ ଟଙ୍କା ସାଇବର୍‍ ଠକ ନେଇଯାଇଛନ୍ତି। ପୁଲିସ ହେଲ୍ପଡେସ୍କକୁ ସାରାରାଜ୍ୟରୁ ୨୮୮ଟି ସାଇବରଜନିତ କଲ୍‍ ଆସିଛି। ସେଥିରୁ ରାଜଧାନୀରୁ କେବଳ ୨୫୪ଟି କଲ୍‍ ଆସିଛି। ତଦ୍‍ମଧ୍ୟରୁ ୯୪ଟି ୟୁପିଆଇ ଠକେଇ ଅଭିଯୋଗ ଆସିଥିବା ବେଳେ କ୍ରେଡିଟ କାର୍ଡ/ଡେବିଟ୍‍ କାର୍ଡ କ୍ଷେତ୍ରରେ ୯୭ଟି ଠକେଇ ଅଭିଯୋଗ ହୋଇଛି। ସେହିଭଳି ୬୩ଟି ଅନ୍ୟାନ୍ୟ ଠକେଇ ଅଭିଯୋଗ ହୋଇଛି। ଗୋଲଡେନ୍‍ ପିରିୟଡ (ଠକେଇ ଘଣ୍ଟାଏ) ଭିତରେ ଅଭିଯୋଗ ହେବାରୁ ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା ଠକେଇ ଶିକାର ବ୍ୟକ୍ତି ଫେରସ୍ତ କରାଯାଇଥିବା ବେଳେ ୧୨ ଲକ୍ଷ ୭୩ହଜାର ୪୮୩ ଟଙ୍କା ବ୍ଲକ କରାଯାଇଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ସେଇଭଳି ସାଇବର ସେଫ୍‍ ପୋର୍ଟାଲରେ ୨୧ଟି ମୋବାଇଲ ନମ୍ବରକୁ ବ୍ଲକ କରିଦିଆଯିବା ସହ ୬ଟି ମାମଲା ରୁଜୁ କରି ତଦନ୍ତ କରାଯାଉଛି। ଗତବର୍ଷ ପ୍ରତ୍ୟେକ ମାସ ଠକେଇ ପରିମାଣ କୋଟିଏ ଛୁଇଁ ନ ଥିଲା ବେଳେ ଦୁଇମାସ ହେବ ଏହା ଦୁଇଗୁଣିତ ହୋଇଥିବାରୁ କମିସନରେଟ୍‍ ପୁଲିସ ପାଇଁ ଏବେ ଚିନ୍ତା ବଢ଼଼ିଯାଇଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ବିଗତବର୍ଷ ତୁଳନାରେ ଜାନୁଆରୀରେ ଅଧିକ ଟଙ୍କା ଠକେଇ ହୋଇଛି। ଠକେଇରୁ ବର୍ତ୍ତିବା ଲାଗି ସଚେତନତା ଜରୁରୀ। ତେଣୁ ମୋବାଇଲ ଫୋନ୍‍କୁ ଆସୁଥିବା ଏନିଡେସ୍କ ଆପ୍ଲିକେସନ୍‍ ସହିତ କୌଣସି ଅଜଣା ଲିଙ୍କରେ କ୍ଲିକ ନ କରିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ରାଜଧାନୀର ଯେ କୌଣସି ବ୍ୟକ୍ତି ସାଇବର୍‍ ଠକେଇର ଶିକାର ହେଲେ ହେଲ୍ପଡେସ୍କ ନମ୍ୱର ୭୪୪୦୦୦୬୭୦୯ରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

୨୦୨୧ରେ ୮କୋଟି ଠକେଇ

ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିବାରୁ କମିସନରେଟ୍‍ ପୁଲିସ ଖୋଲିଥିଲା ହେଲ୍ପଡେସ୍କ। ତେବେ ୨୦୨୧ ମସିହାରେ ରାଜଧାନୀରୁ ୮କୋଟି ୬ଲକ୍ଷ ୮୧ହଜାର ୭୮୩ ଟଙ୍କା ଠକେଇ ହୋଇଥିଲା। ଏଥିରେ ୧୩ଜଣଙ୍କୁ ଗିରଫ କରିବା ସହ ୧୩୨ଟି ମାମଲା ରୁଜୁକରି ତଦନ୍ତ କରାଯାଉଛି। ସେହିପରି ୨୦୨୨ ମସିହାରୁ ରାଜଧାନୀରୁ ୧ କୋଟି ୩୧ ଲକ୍ଷ ୨୫ହଜାର ୩୦ ଟଙ୍କା ସାଇବର୍‍ ଠକେଇ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଦିଲ୍ଲୀ ଓ ପଶ୍ଚିମବଙ୍ଗ ସୀମାନ୍ତରୁ ଆସୁଛି ଫୋନ୍‌ କଲ୍‍

ଭୁବନେଶ୍ୱରକୁ ଦିଲ୍ଲୀ ଓ କୋଲକାତା ସୀମାରେଖାରୁ ଅଧିକ ଠକେଇ କଲ୍‍ ଆସୁଛି। ଏଥିସହିତ ଝାଡ଼ଖଣ୍ଡ ପଞ୍ଜାବ, ରାଜସ୍ଥାନ, ଗୁରୁଗାଁଓ ଓ ବେଙ୍ଗାଲୁରୁରୁ ଅଧିକ କଲ୍‍ ଆସୁଛି। ଦିଲ୍ଲୀ/ଏନ୍‍ସିଆର୍‍ରୁ ନିଯୁକ୍ତି ଠକେଇ, ଉତ୍ତର ରାଜସ୍ଥାନରୁ ନକଲି ସରକାର ୱେବ୍‍ସାଇଡ୍‍, ମେୱାଟ ଟ୍ରାଇ ଜଙ୍କସନ୍‍ରୁ ୱଏଲ୍‍ଏକ୍ସ ଜନିତ କ୍ୟୁଆର୍‍ କୋଡ୍‍ ଠକେଇ, ପଶ୍ଚିମ ଉତ୍ତରପ୍ରଦେଶରୁ ସୋସିଆଲ ମିଡିଆ ଠକେଇ, ପୂର୍ବ ଉତ୍ତରପ୍ରଦେଶ ଓ ବିହାରରୁ ନକଲି ବାଣିଜ୍ୟିକ ୱେବସାଇଟ୍‍, ଝାଡ଼ଖଣ୍ଡ (ଜମତରା) ଓ ପଶ୍ଚିମବଙ୍ଗରୁ କେୱାଇସି ଓ ୟୁଡିଆଇ ଠକେଇ ସମ୍ପର୍କିତ କଲ୍‍ ଅଧିକ ଆସୁଥିବା ସୂଚନା ମିଳିଛି। ସେହିପରି ଟ୍ରାଇ-ଜଙ୍କସନ ବା ତିନିଟି ରାଜ୍ୟର ସୀମାରେଖାର ଜଙ୍ଗଲରେ ରହି ଠକ ଅଧିକ କଲ୍‍ କରୁଛନ୍ତି। ରାଜସ୍ଥାନ ଭରତପୁର; ହରିୟାଣାର ମେୱାଟ ଓ ଉତ୍ତରପ୍ରଦେଶର ମଥୁରା। ସେଭଳି ଆଉ ଏକ ଟ୍ରାଇ-ଜଙ୍କସନ ବା ସୀମାରେଖା ହେଲା ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର