ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

Suryakanta Picture
Published On

ରାଜଧାନୀ ଦିଲ୍ଲୀରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି, ଯାହା ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ଦିଲ୍ଲୀର ରୋହିଣୀ ସେକ୍ଟର-୩ ଅଞ୍ଚଳରେ ଘଟିଥିବା ବୃଦ୍ଧ ରାକେଶ ଖାନ୍ନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ମାତ୍ର କିଛି ଟଙ୍କା ଏବଂ ସୁନା ଅଳଙ୍କାର ଲୋଭରେ ନିଜ ସମ୍ପର୍କୀୟ ଝିଆରୀ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

୮୦ ଲକ୍ଷ ଟଙ୍କାର ସୁନା ପାଇଁ ରଚିଥିଲେ ଷଡ଼ଯନ୍ତ୍ର

ସୂଚନା ଅନୁଯାୟୀ, ମୃତ ରାକେଶ ଖାନ୍ନା ନିକଟରେ ନିଜର ଏକ ଫ୍ଲାଟକୁ ୮୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ଏବଂ ସେହି ଟଙ୍କାରେ ସେ ବହୁତ ସୁନା ଅଳଙ୍କାର କିଣି ଘରେ ରଖିଥିଲେ। ଏହି କଥା ତାଙ୍କ ଶଳାଙ୍କ ଝିଅ (ସମ୍ପର୍କୀୟ ଝିଆରୀ) ସିମରନ୍‌ ଜାଣିବାକୁ ପାଇଥିଲା। ସୁନା ହଡ଼ପ କରିବା ଲୋଭରେ ସିମରନ୍ ନିଜର ଜିମ୍ ମାଲିକ ପ୍ରେମିକ ହିମାଂଶୁ ଏବଂ ଅନ୍ୟ ଦୁଇ ସହଯୋଗୀ ଚିରାଗପାରସଙ୍କ ସହ ମିଶି ରାକେଶଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ମାଉସୀଙ୍କୁ ମେଳା ବୁଲାଇବାକୁ ପଠାଇ କଲେ ହତ୍ୟା

ହତ୍ୟାକାଣ୍ଡକୁ ରୂପରେଖ ଦେବା ପାଇଁ ସିମରନ୍ ବହୁତ ଚାଲାକିର ସହ ନିଜ ମାଉସୀ ଏବଂ ଘରର ଅନ୍ୟ ସଦସ୍ୟଙ୍କୁ ମେଳା ବୁଲାଇବାକୁ ବାହାରକୁ ପଠାଇ ଦେଇଥିଲା, ଯାହା ଫଳରେ ମଉସା ରାକେଶ ଘରେ ଏକୁଟିଆ ରହିବେ। ପରିବାର ଲୋକେ ଘରୁ ବାହାରିବା ମାତ୍ରେ ସିମରନ୍ ଘରର ସେଣ୍ଟ୍ରାଲ୍ ଲକ୍ ଖୋଲି ଦେଇଥିଲା। ଏହାପରେ ପୂର୍ବ ଯୋଜନା ମୁତାବକ ଚିରାଗ ଏବଂ ପାରସ ଘର ଭିତରକୁ ପଶି ଏକୁଟିଆ ଥିବା ବୃଦ୍ଧ ରାକେଶଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେହି ସମୟରେ ସିମରନ୍ ଓ ତା'ର ପ୍ରେମିକ ହିମାଂଶୁ ଘର ବାହାରେ ଜଗି ରହିଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ମିଳିଲା ମାତ୍ର ଦେଢ଼ ଲକ୍ଷର ଗହଣା

ଏତେ ବଡ଼ ଷଡ଼ଯନ୍ତ୍ର ରଚିବା ଏବଂ ହତ୍ୟା କରିବା ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। କାରଣ ରାକେଶ ଖାନ୍ନା ନିଜର ଅଧିକାଂଶ ବହୁମୂଲ୍ୟ ଗହଣା ଏବଂ ସୁନା ପୂର୍ବରୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖିଦେଇଥିଲେ, ଯାହାର ଟେର୍ ସିମରନ୍‌କୁ ମିଳିପାରି ନଥିଲା। ଫଳରେ ଅଭିଯୁକ୍ତମାନେ ମାତ୍ର ୧.୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେବାରେ ସକ୍ଷମ ହୋଇଥିଲେ। ପୋଲିସ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ସମସ୍ତ ଗହଣା ଜବତ କରିଛି। ସେମାନଙ୍କ ବିରୋଧରେ ସମ୍ପୃକ୍ତ ଦଫାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp