ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କରିବାରୁ ପୁଅକୁ ପିଟିପିଟି ମାରିଦେଲେ ବାପା....

Madhusudan Das Picture
Published On

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ଅତି ଅଭାବନୀୟ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ପବିତ୍ର ଶ୍ରାବଣ ମାସରେ ଘରେ ମଟନ୍ ରାନ୍ଧିବାକୁ ଦାବି କରିବାରୁ ଜଣେ ବାପା ନିଜର ୩୦ ବର୍ଷୀୟ ପୁଅକୁ ପିଟିପିଟି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ମୃତକଙ୍କ ବାପା ଓ ମାଆଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପୋଲିସର ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ନାମ ମହେଶ ଗାଏକ୍‌ୱାଡ଼। ସମଗ୍ର ଭାରତବର୍ଷରେ ହିନ୍ଦୁ ପରିବାରଗୁଡ଼ିକ ଭଗବାନ ଶିବଙ୍କ ଆରାଧନାର ମାସ 'ଶ୍ରାବଣ'ରେ ଆମିଷ ଖାଇବାରୁ ଦୂରେଇ ରହିଥାନ୍ତି। ମହେଶଙ୍କ ପରିବାର ମଧ୍ୟ ଘରେ ଏହି ନିୟମ କଠୋର ଭାବେ ପାଳନ କରୁଥିଲେ। ତେବେ ମହେଶ ଏହି କଟକଣା ନମାନି ଘରେ ମଟନ୍ ଖାଇବାକୁ ଜିଦ୍ ଧରିଥିଲେ। ଏହି କଥାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇ ହାତାହାତି ପରିସ୍ଥିତି ସୃଷ୍ଟି କରିଥିଲା।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ରାଗରେ ଜର୍ଜରିତ ହୋଇ ବାପା ନିଜ ପୁଅକୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଆଘାତ ଲାଗିବା କାରଣରୁ ମହେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଘଟଣା ପରେ ନିଜ ସ୍ୱାମୀଙ୍କୁ ପୋଲିସ କବଳରୁ ବଞ୍ଚାଇବା ପାଇଁ ମହେଶଙ୍କ ମାଆ ରକ୍ତଭିଜା ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ସେ ସମସ୍ତ ଚିହ୍ନ ଲିଭାଇବାକୁ ଚେଷ୍ଟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ମୃତ୍ୟୁର କାରଣ ଏବଂ ପରିସ୍ଥିତିକୁ ନେଇ ସନ୍ଦେହ ହେବାରୁ ୱାର୍ଜେ ମାଲୱାଡି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ସମୟରେ ପରିବାର ଲୋକଙ୍କ ବୟାନରେ ବ୍ୟାପକ ଅସଙ୍ଗତି ଦେଖାଦେବାରୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା। ବର୍ତ୍ତମାନ ଉଭୟ ବାପା ଓ ମାଆଙ୍କୁ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ସେମାନଙ୍କୁ ପୋଲିସ ହେପାଜତରେ ରଖାଯାଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର