ବ୍ରହ୍ମପୁର ସହରରେ ଯେଉଁଠି ଚଢାଉ କଲେ ମିଳୁଛି ନକଲି ଗୁଟ୍‍ଖା

The Sakala Picture
Published On

ବ୍ରହ୍ମପୁର: ଚଳିତ ମାସ ୩ ତାରିଖରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତିଭାସନ କାଳୁପାତ୍ର ସାହି ସ୍ଥିତ ଏକ ନକଲି ଗୁଟ୍‍ଖା ଗେ।।ଦାମ୍‍ ଉପରେ ଚଢାଉ କରିବା ପରେ ପୁଲିସ ପକ୍ଷରୁ ମଧ୍ୟ ଚଢାଉ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ତହସିଲଦାର ସିପକ ପାତ୍ରଙ୍କ ଏତଲାକ୍ରମେ ୬ଜଣ ନକଲି ଗୁଟ୍‍ଖା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିବା ପରେ ଆଜି ପୁଣି ବଡବଜାର ଥାନା ଅନ୍ତର୍ଗତ ନୀଳକଣ୍ଠନଗରର ପଙ୍କଜ ଚୌଧୁରୀଙ୍କ ଘର ଉପରେ ଚଢାଉ ହୋଇଛି। ତାଙ୍କ ଘରୁ […]

ବ୍ରହ୍ମପୁର: ଚଳିତ ମାସ ୩ ତାରିଖରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତିଭାସନ କାଳୁପାତ୍ର ସାହି ସ୍ଥିତ ଏକ ନକଲି ଗୁଟ୍‍ଖା ଗେ।।ଦାମ୍‍ ଉପରେ ଚଢାଉ କରିବା ପରେ ପୁଲିସ ପକ୍ଷରୁ ମଧ୍ୟ ଚଢାଉ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ତହସିଲଦାର ସିପକ ପାତ୍ରଙ୍କ ଏତଲାକ୍ରମେ ୬ଜଣ ନକଲି ଗୁଟ୍‍ଖା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିବା ପରେ ଆଜି ପୁଣି ବଡବଜାର ଥାନା ଅନ୍ତର୍ଗତ ନୀଳକଣ୍ଠନଗରର ପଙ୍କଜ ଚୌଧୁରୀଙ୍କ ଘର ଉପରେ ଚଢାଉ ହୋଇଛି। ତାଙ୍କ ଘରୁ ୭ଲକ୍ଷରୁ ୮ଲକ୍ଷ ଟଙ୍କାର ନକଲି ଗୁଟ୍‍ଖା ଜବତ କରାଯାଇଥିବା ବେଳେ ସେ ବିନା ଟ୍ରେଡ୍‍ ଲାଇସେନ୍ସରେ ବ୍ୟବସାୟ କରୁଥିବା ପୁଲିସ ଜାଣିବାକୁ ପାଇଛି। ପଙ୍କଜ ଫେରାର ନାରୁ ସାହୁର ମୁଖ୍ୟ ସହଯୋଗୀ ବୋଲି ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଫେରାର ନାରୁଙ୍କ ନକଲି ଗୁଟ୍‍ଖା ମୁଖ୍ୟତଃ କଟକ, ନୟାଗଡ଼ ଏବଂ ଭୁବନେଶ୍ୱର ଆଦି ଅଞ୍ଚଳକୁ ଯାଉଥିବା ବେଳେ ପଙ୍କଜ ମଧ୍ୟ ତାଙ୍କଠାରୁ ମାଲ ଉଠାଇ ବିଭିନ୍ନ ଜିଲ୍ଲାକୁ ପଠାଉଥିଲେ। ଗତ କିଛି ଦିନ ହେଲା ପୁଲିସ ନାରୁଙ୍କୁ ଗିରଫ କରିବା ପାଇଁ ତା’ର ବିଭିନ୍ନ ଆଡ୍ଡା ଉପରେ ଚଢାଉ ବେଳେ କିଛି ସହଯୋଗୀଙ୍କ ଘରେ ତାଙ୍କ ମାଲ୍‍ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ଉକ୍ତ ଘରୁ ମାଲ ଗୁଡିକ ବିଭିନ୍ନ ଜିଲ୍ଲାକୁ ଟ୍ରକ୍‍ଯୋଗେ ଯାଉଥିବା ପୁଲିସ ଜାଣି ଗତକାଲି ରାତିରେ ଚଢାଉ କରିଥିଲା। ଚଢାଉ ବେଳେ ପୁଲିସ ଅନେକ ଅସଲି ବ୍ରାଣ୍ଡରେ ନକଲି ଗୁଟ୍‍ଖା ପ୍ରସ୍ତୁତ କରୁଥିବା ସହ କିଛି କଞ୍ଚାମାଲ ମଧ୍ୟ ଜବତ କରିଥିଲା। ଏହି ଘଟଣାରେ ପୁଲିସ ପଙ୍କଜଙ୍କୁ ଗିରଫ କରି ପଚରା ଉଚରା ବେଳେ ତାଙ୍କଠାରୁ ପୁଲିସ ନାରୁଙ୍କ ଅନ୍ୟ ସହଯୋଗୀମାନଙ୍କ ନାମ ପାଇଛି। ଅତି ଶୀଘ୍ର ସେମାନଙ୍କ ଘର ଏବଂ ଗୋଦାମ୍‍ ଉପରେ ମଧ୍ୟ ଚଢାଉ ହେବ ବୋଲି ଜଣାପଡ଼ିଛି। ଏଥିସହ ପୁଲିସ ବଡବଜାର ଥାନା ଅଧିନରେ ଥିବା ଅନେକ ପାନ ଦୋକାନ ଉପରେ ଚଢାଉ କରି ସେମାନଙ୍କଠାରୁ ବିପୁଳ ପରିମାଣର ଗୁଟ୍‍ଖା ଜବତ କରିଛି। ସେମାନଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି। ବର୍ତ୍ତମାନ ପୁଲିସ ନକଲି ଗୁଟ୍‍ଖା ବ୍ୟବସାୟ ଉପରେ ରୋକ୍‍ ଲଗାଇବା ପାଇଁ ବଡ ବଡ ବ୍ୟବସାୟୀଙ୍କ ଗୋଦାମ୍‍ ଉପରେ ଚଢାଉ କରୁଥିବା ବେଳେ ଅନ୍ୟପଟେ ଗୁଟ୍‍ଖା ବିକ୍ରି କରୁଥିବା ପାନ ଦୋକାନ ଉପରେ ମଧ୍ୟ ଚଢାଉ ଆରମ୍ଭ ହୋଇଛି। ଫେରାର ନାରୁଙ୍କୁ ଗିରଫ କରିବା ପାଇଁ ଦୁଇ ଦୁଇଟି ଟିମ୍‍ ଗଠନ ହୋଇ ପୁଲିସ ପକ୍ଷରୁ ସମସ୍ତ ଚେଷ୍ଟା କରାଯାଉଥିଲେ ମଧ୍ୟ ସେ ଅଳ୍ପକେ ବର୍ତ୍ତି ଯାଉଛି। ମୋବାଇଲ୍‍ ଏବଂ ଖବରୀମାନଙ୍କଠାରୁ ତଥ୍ୟ ନେଇ ପୁଲିସ ନାରୁଙ୍କ ନିକଟତର ହେଲେ ମଧ୍ୟ ତାକୁ ଧରିବାରେ ସକ୍ଷମ ହୋଇପାରୁନାହିଁ। ବର୍ତ୍ତମାନ ପୁଲିସର ନକଲି ଗୁଟ୍‍ଖା ସମ୍ପୂର୍ଣ୍ଣ ବନ୍ଦ ଅଭିଯାନ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଛି। ପୁଲିସର ଏହି ଚଢାଉ ଆରମ୍ଭ ହେବା ପରେ ଏବେ ନକଲି ଗୁଟ୍‍ଖା ବ୍ୟବସାୟୀଙ୍କ ମନରେ ଆତଙ୍କ ସୃଷ୍ଟି ହେବା ସହ ବହୁ ନକଲି ଗୁଟ୍‍ଖା ବ୍ୟବସାୟୀ ଏବେ ସହର ଛାଡି ଚାଲିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

11 Aug 2021 By The Sakala

https://www.thesakala.in/crime/duplicate-gutkha-seized-from-berhampur/article-4550
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର