ବାଲେଶ୍ଵର ଓ ଜଳେଶ୍ଵରରେ ପୁଲିସ୍ ଚଢାଉ: ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

The Sakala Picture
Published On

ବାଲେଶ୍ଵର/ଜଳେଶ୍ଵର: ବାଲେଶ୍ଵରରେ ପୂର୍ବାଞ୍ଚଳ ପୁଲିସ ଆଇଜି ଭାବେ ହିମାଂଶୁ ଲାଲ ଦାୟିତ୍ଵ ନେବା ପରେ ବ୍ରାଉନସୁଗର କାରବାରକୁ ନେଇ ପୁଲିସ କଡ଼ା ଆଭିମୁଖ୍ୟ ପୋଷଣ କରୁଛି। ଆଜି ବାଲେଶ୍ବର ଓ ଜଳେଶ୍ଵରରେ ପୁଲିସ ପୃଥକ ପୃଥକ ଭାବେ ଚଢ଼ାଉ କରି ୧୫୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ମୋଟ ୪ ଜଣକୁ ଗିରଫ କରିଛି। ବାଲେଶ୍ଵରସ୍ଥ ସହଦେବଖୁଣ୍ଟା ପୁଲିସ ଆଜି ସ୍ଥାନୀୟ ହରିପୁର ଛକରୁ ୧୦୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୩ ଜଣକୁ […]

ବାଲେଶ୍ଵର/ଜଳେଶ୍ଵର: ବାଲେଶ୍ଵରରେ ପୂର୍ବାଞ୍ଚଳ ପୁଲିସ ଆଇଜି ଭାବେ ହିମାଂଶୁ ଲାଲ ଦାୟିତ୍ଵ ନେବା ପରେ ବ୍ରାଉନସୁଗର କାରବାରକୁ ନେଇ ପୁଲିସ କଡ଼ା ଆଭିମୁଖ୍ୟ ପୋଷଣ କରୁଛି। ଆଜି ବାଲେଶ୍ବର ଓ ଜଳେଶ୍ଵରରେ ପୁଲିସ ପୃଥକ ପୃଥକ ଭାବେ ଚଢ଼ାଉ କରି ୧୫୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ମୋଟ ୪ ଜଣକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ବାଲେଶ୍ଵରସ୍ଥ ସହଦେବଖୁଣ୍ଟା ପୁଲିସ ଆଜି ସ୍ଥାନୀୟ ହରିପୁର ଛକରୁ ୧୦୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୩ ଜଣକୁ ଗିରଫ କରିଛି।ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧.୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ପ୍ରକାଶଯୋଗ୍ୟ ଯେ, ସହଦେବ ଖୁଣ୍ଟା ଥାନା ଅର୍ଡର ବଜାର ମସଜିଦ ଲେନ ଅଞ୍ଚଳର ଏସକେ ରିଜାବୁଲ ଙ୍କ ପୁତ୍ର ଏସକେ କାଲୁ(୨୭) ନିକଟରୁ ଜଗତସିଂହପୁର ସଦର ଥାନା ଅଧିନସ୍ଥ ଗୌଦୁନି ପଡିଆ,ପଦ୍ମପୁର ଗାଁର ଭୂବନାନନ୍ଦ ମଲ୍ଲୀକଙ୍କ ପୁତ୍ର ପ୍ରତାପ କୁମାର (୩୨) ଓ କଟକ ଜିଲ୍ଲା ନିଆଳି ଥାନା ବରିସନ ଗାଁର ଯୋଗେନ୍ଦ୍ର ମଲ୍ଲିକଙ୍କ ପୁତ୍ର ପପୁ ଓରଫ ସୌମ୍ୟରଞ୍ଜନ (୧୯) ଆଜି ବ୍ରାଉନସୁଗର ନେବାକୁ ଆସୁଥିବାର ପୁଲିସକୁ ଆଗୁଆ ସୂଚନା ମିଳିଥିଲା। ଖବର ପାଇ ସହଦେବ ଖୁଣ୍ଟା ଥାନା ଏସଆଇ ବିରଞ୍ଚି ସାହୁଙ୍କ ନେତୃତ୍ୱରେ ଏକ ଟିମ ହରିପୁର ଛକ ନିକଟରେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ୧୦୧ ଗ୍ରାମ ବ୍ରାଉନସୁଗର ସହ (ଓଡି୦୨ବିଆର୬୨୨୫) ନମ୍ବରର କେଟିଏମ ମୋଟର ସାଇକେଲ, ନଗଦ ୨୩୦୦୦ ଟଙ୍କା ଓ ୩ ଟି ମୋବାଇଲ ଜବତ ହୋଇଥିବାର ଜଣା ପଡ଼ିଛି। ଘଟଣାରେ ଉପରୋକ୍ତ ୩ ଜଣକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନାଁ ରେ ସହଦେବ ଖୁଣ୍ଟା ଥାନାରେ ୧୯୨ ନମ୍ବରର ଏକ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ସେହିପରି ଜଳେଶ୍ଵର ଥାନା ପଥରପୁରା ଗାଁର ସେକ ୟାକୁବର ଘରେ ଆଜି ଥାନାଧିକାରୀ ପର୍ଶୁରାମ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା। ଚଢ଼ାଉ ସମୟରେ ୟାକୁବ ନିକଟରୁ ୫୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।ଜବତ ବ୍ରାଉନସୁଗରର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଏହା ବ୍ୟତୀତ ୟାକୁବ ଠାରୁ ଓଡି୦୧ଏଏଚ-୪୯୫୧ ନମ୍ବରର ଏକ ବାଇକ ମଧ୍ୟ ଜବତ ହୋଇଛି।

13 Jul 2021 By The Sakala

ବାଲେଶ୍ଵର ଓ ଜଳେଶ୍ଵରରେ ପୁଲିସ୍ ଚଢାଉ: ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

ବାଲେଶ୍ଵର/ଜଳେଶ୍ଵର: ବାଲେଶ୍ଵରରେ ପୂର୍ବାଞ୍ଚଳ ପୁଲିସ ଆଇଜି ଭାବେ ହିମାଂଶୁ ଲାଲ ଦାୟିତ୍ଵ ନେବା ପରେ ବ୍ରାଉନସୁଗର କାରବାରକୁ ନେଇ ପୁଲିସ କଡ଼ା ଆଭିମୁଖ୍ୟ ପୋଷଣ କରୁଛି। ଆଜି ବାଲେଶ୍ବର ଓ ଜଳେଶ୍ଵରରେ ପୁଲିସ ପୃଥକ ପୃଥକ ଭାବେ ଚଢ଼ାଉ କରି ୧୫୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ମୋଟ ୪ ଜଣକୁ ଗିରଫ କରିଛି।

ବାଲେଶ୍ଵରସ୍ଥ ସହଦେବଖୁଣ୍ଟା ପୁଲିସ ଆଜି ସ୍ଥାନୀୟ ହରିପୁର ଛକରୁ ୧୦୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୩ ଜଣକୁ ଗିରଫ କରିଛି।ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧.୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

ପ୍ରକାଶଯୋଗ୍ୟ ଯେ, ସହଦେବ ଖୁଣ୍ଟା ଥାନା ଅର୍ଡର ବଜାର ମସଜିଦ ଲେନ ଅଞ୍ଚଳର ଏସକେ ରିଜାବୁଲ ଙ୍କ ପୁତ୍ର ଏସକେ କାଲୁ(୨୭) ନିକଟରୁ ଜଗତସିଂହପୁର ସଦର ଥାନା ଅଧିନସ୍ଥ ଗୌଦୁନି ପଡିଆ,ପଦ୍ମପୁର ଗାଁର ଭୂବନାନନ୍ଦ ମଲ୍ଲୀକଙ୍କ ପୁତ୍ର ପ୍ରତାପ କୁମାର (୩୨) ଓ କଟକ ଜିଲ୍ଲା ନିଆଳି ଥାନା ବରିସନ ଗାଁର ଯୋଗେନ୍ଦ୍ର ମଲ୍ଲିକଙ୍କ ପୁତ୍ର ପପୁ ଓରଫ ସୌମ୍ୟରଞ୍ଜନ (୧୯) ଆଜି ବ୍ରାଉନସୁଗର ନେବାକୁ ଆସୁଥିବାର ପୁଲିସକୁ ଆଗୁଆ ସୂଚନା ମିଳିଥିଲା। ଖବର ପାଇ ସହଦେବ ଖୁଣ୍ଟା ଥାନା ଏସଆଇ ବିରଞ୍ଚି ସାହୁଙ୍କ ନେତୃତ୍ୱରେ ଏକ ଟିମ ହରିପୁର ଛକ ନିକଟରେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ୧୦୧ ଗ୍ରାମ ବ୍ରାଉନସୁଗର ସହ (ଓଡି୦୨ବିଆର୬୨୨୫) ନମ୍ବରର କେଟିଏମ ମୋଟର ସାଇକେଲ, ନଗଦ ୨୩୦୦୦ ଟଙ୍କା ଓ ୩ ଟି ମୋବାଇଲ ଜବତ ହୋଇଥିବାର ଜଣା ପଡ଼ିଛି। ଘଟଣାରେ ଉପରୋକ୍ତ ୩ ଜଣକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନାଁ ରେ ସହଦେବ ଖୁଣ୍ଟା ଥାନାରେ ୧୯୨ ନମ୍ବରର ଏକ ମାମଲା ରୁଜୁ ହୋଇଛି।

ସେହିପରି ଜଳେଶ୍ଵର ଥାନା ପଥରପୁରା ଗାଁର ସେକ ୟାକୁବର ଘରେ ଆଜି ଥାନାଧିକାରୀ ପର୍ଶୁରାମ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା। ଚଢ଼ାଉ ସମୟରେ ୟାକୁବ ନିକଟରୁ ୫୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।ଜବତ ବ୍ରାଉନସୁଗରର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଏହା ବ୍ୟତୀତ ୟାକୁବ ଠାରୁ ଓଡି୦୧ଏଏଚ-୪୯୫୧ ନମ୍ବରର ଏକ ବାଇକ ମଧ୍ୟ ଜବତ ହୋଇଛି।

https://www.thesakala.in/crime/brown-sugar-seized-4-arrested/article-3738
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର