ଠକେଇ ଘଟଣାର ପର୍ଦ୍ଦାଫାସ୍: ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଚାଲିଥିଲା ଠକେଇ, ବଡ଼ ବଡ଼ ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ୍

The Sakala Picture
Published On

ଭୁବନେଶ୍ୱର: ଏକ ବଡ଼ ଠକେଇ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ । ମାମଲାରେ ପୁଲିସ ମୋଟ ୯ ଜଣଙ୍କୁ ଗିରଫ କରିଛି । ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଏହି ଠକେଇ ଚାଲିଥିଲା ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ଆଇନତଃ ବୈଧ କରି ଡବଲ୍ କରି ଆକାଉଣ୍ଟରେ କ୍ରେଡିଟ୍ ମଧ୍ୟ କରୁଥିଲେ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ପ୍ରଶାନ୍ତ ପଣ୍ଡା ନାମକ […]

ଭୁବନେଶ୍ୱର: ଏକ ବଡ଼ ଠକେଇ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ । ମାମଲାରେ ପୁଲିସ ମୋଟ ୯ ଜଣଙ୍କୁ ଗିରଫ କରିଛି । ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଏହି ଠକେଇ ଚାଲିଥିଲା ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ଆଇନତଃ ବୈଧ କରି ଡବଲ୍ କରି ଆକାଉଣ୍ଟରେ କ୍ରେଡିଟ୍ ମଧ୍ୟ କରୁଥିଲେ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ପ୍ରଶାନ୍ତ ପଣ୍ଡା ନାମକ ବ୍ୟକ୍ତି ଅଙ୍ଗାଡ଼ିଆ ଠକେଇର ମାଷ୍ଟର ମାଇଣ୍ଡ । ପୁଲିସ ପ୍ରଶାନ୍ତ ପଣ୍ଡା ସହିତ ମୋଟ ୯ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ କମିଶନରେଟ୍ ପୋଲିସର ୩ କର୍ମଚାରୀ ମଧ୍ୟ ଅଛନ୍ତି । ଅଙ୍ଗାଡ଼ିଆ ସ୍କିମରେ ଟଙ୍କା ଡବଲ୍ ହେବାର ଲୋଭ ଦେଖାଇ ପ୍ରଶାନ୍ତ ପଣ୍ଡା ଓ ତାଙ୍କ ସହଯୋଗୀ ବ୍ୟବସାୟୀ କମଲ୍ ଶାହଙ୍କୁ ଟାର୍ଗେଟ୍ କରିଥିଲେ । କମଲ୍ କୋଟିଏ ଟଙ୍କା କ୍ୟାସ୍ ଦେଲେ ସେମାନେ ଏହାକୁ ଆକାଉଣ୍ଟରେ ଦେଢ଼ କୋଟି କରି ଦେବା ସହ ସମସ୍ତ କାଗଜପତ୍ର ଦେବେ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ସେହି ଅନୁସାରେ ଅଢ଼େଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ କରି ବ୍ୟବସାୟୀ କମଲ୍ ଶାହ ଆସିଥିଲେ । ଠକ ଅଙ୍ଗାଡ଼ିଆ ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ପଣ୍ଡା ଷଡ଼ଯନ୍ତ୍ର ରଚିଥିଲେ । କମଲଙ୍କ ଉପରେ ରେଡ୍ କରି ଟଙ୍କା ନେଇ ଖସିଯିବାକୁ ବସିଥିଲେ । କରଞ୍ଜିଆର ବ୍ୟବସାୟୀ କମଲ ଶାହଙ୍କୁ ପୋଲିସ ପଚରାଉଚରା କରିବା ପରେ ଅଙ୍ଗାଡ଼ିଆ ଅନଲାଇନ୍ ଠକେଇ ବାବାଦରେ ଜଣାପଡ଼ିଛି । ପୋଲିସ ଗଣିଲା ପରେ ୩୧ଟି ବଣ୍ଡଲ୍ ମିଳିଥିଲା । ତଦନ୍ତ ପରେ ରେଡରେ ସାମିଲ୍ ଥିବା ପୋଲିସଙ୍କ ଠାରୁ ୯ଟି ୯ଟି ବଣ୍ଡଲ ମିଳିଛି । ଗୋଟିଏ ବଣ୍ଡଲରେ ୫୦ ହଜାର ଟଙ୍କା କମ ଥିବା ଡିସିପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ମାମଲାରେ ମହେଶ୍ୱର ସାହୁ, ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ପାଢ଼ୀ, ରାଜ ରାୟ ବାହାଦୂର, ଅଭିଶେକ ସେଠୀଙ୍କ ସହ ଭୁବନେଶ୍ୱର କମିଶନରେଟ୍ ପୋଲିସର ଦିଲ୍ଲୀପ ମଲ୍ଲିକ, ସନ୍ଦୀପ୍ତ ପୃଷ୍ଟି ଓ କଟକ କମିଶନରେଟ ପୋଲିସର ପ୍ରଫୁଲ୍ଲ କୁମାର ଭୂୟାଁଙ୍କୁ ଗିରଫ କରାଯାଇଛି । ରାକେଟର ମୁଖ୍ୟ ପ୍ରଶାନ୍ତ ପଣ୍ଡା ମଧ୍ୟ ଧରାପଡ଼ିଛନ୍ତି । ଏଥିରେ ଜଡ଼ିତ ବହୁତ ଲୋକ ଫେରାର୍ ଅଛନ୍ତି । ଭୁବନେଶ୍ୱରର ସହ ବାହାରା ରାଜ୍ୟର ଲୋକ ସାମିଲ୍ ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଠକେଇ ମାମଲାର ତଦନ୍ତ ଜାରି ରହିଛି । ଦରକାର ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି । ଅଙ୍ଗାଡ଼ିଆ ସ୍କିମ୍ ମାଧ୍ୟମରେ ଠକେଇ କରାଯାଉଥିଲା । ଏଗ୍ରିମେଣ୍ଟ ପେପର୍ସ ଦେଖାଇ ଠକିବାକୁ ଚେଷ୍ଟା କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ନେଇ ଆଇନତଃ ଉପାୟରେ ଆୟକର ଦେଇ କାରବାର କରୁଥିଲେ ।

28 Apr 2021 By The Sakala

ଠକେଇ ଘଟଣାର ପର୍ଦ୍ଦାଫାସ୍: ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଚାଲିଥିଲା ଠକେଇ, ବଡ଼ ବଡ଼ ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: ଏକ ବଡ଼ ଠକେଇ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ । ମାମଲାରେ ପୁଲିସ ମୋଟ ୯ ଜଣଙ୍କୁ ଗିରଫ କରିଛି । ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଏହି ଠକେଇ ଚାଲିଥିଲା ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ଆଇନତଃ ବୈଧ କରି ଡବଲ୍ କରି ଆକାଉଣ୍ଟରେ କ୍ରେଡିଟ୍ ମଧ୍ୟ କରୁଥିଲେ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ପ୍ରଶାନ୍ତ ପଣ୍ଡା ନାମକ ବ୍ୟକ୍ତି ଅଙ୍ଗାଡ଼ିଆ ଠକେଇର ମାଷ୍ଟର ମାଇଣ୍ଡ । ପୁଲିସ ପ୍ରଶାନ୍ତ ପଣ୍ଡା ସହିତ ମୋଟ ୯ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ କମିଶନରେଟ୍ ପୋଲିସର ୩ କର୍ମଚାରୀ ମଧ୍ୟ ଅଛନ୍ତି । ଅଙ୍ଗାଡ଼ିଆ ସ୍କିମରେ ଟଙ୍କା ଡବଲ୍ ହେବାର ଲୋଭ ଦେଖାଇ ପ୍ରଶାନ୍ତ ପଣ୍ଡା ଓ ତାଙ୍କ ସହଯୋଗୀ ବ୍ୟବସାୟୀ କମଲ୍ ଶାହଙ୍କୁ ଟାର୍ଗେଟ୍ କରିଥିଲେ । କମଲ୍ କୋଟିଏ ଟଙ୍କା କ୍ୟାସ୍ ଦେଲେ ସେମାନେ ଏହାକୁ ଆକାଉଣ୍ଟରେ ଦେଢ଼ କୋଟି କରି ଦେବା ସହ ସମସ୍ତ କାଗଜପତ୍ର ଦେବେ ବୋଲି କହିଥିଲେ ।

ସେହି ଅନୁସାରେ ଅଢ଼େଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ କରି ବ୍ୟବସାୟୀ କମଲ୍ ଶାହ ଆସିଥିଲେ । ଠକ ଅଙ୍ଗାଡ଼ିଆ ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ପଣ୍ଡା ଷଡ଼ଯନ୍ତ୍ର ରଚିଥିଲେ । କମଲଙ୍କ ଉପରେ ରେଡ୍ କରି ଟଙ୍କା ନେଇ ଖସିଯିବାକୁ ବସିଥିଲେ । କରଞ୍ଜିଆର ବ୍ୟବସାୟୀ କମଲ ଶାହଙ୍କୁ ପୋଲିସ ପଚରାଉଚରା କରିବା ପରେ ଅଙ୍ଗାଡ଼ିଆ ଅନଲାଇନ୍ ଠକେଇ ବାବାଦରେ ଜଣାପଡ଼ିଛି । ପୋଲିସ ଗଣିଲା ପରେ ୩୧ଟି ବଣ୍ଡଲ୍ ମିଳିଥିଲା । ତଦନ୍ତ ପରେ ରେଡରେ ସାମିଲ୍ ଥିବା ପୋଲିସଙ୍କ ଠାରୁ ୯ଟି ୯ଟି ବଣ୍ଡଲ ମିଳିଛି । ଗୋଟିଏ ବଣ୍ଡଲରେ ୫୦ ହଜାର ଟଙ୍କା କମ ଥିବା ଡିସିପି ସୂଚନା ଦେଇଛନ୍ତି ।

ମାମଲାରେ ମହେଶ୍ୱର ସାହୁ, ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ପାଢ଼ୀ, ରାଜ ରାୟ ବାହାଦୂର, ଅଭିଶେକ ସେଠୀଙ୍କ ସହ ଭୁବନେଶ୍ୱର କମିଶନରେଟ୍ ପୋଲିସର ଦିଲ୍ଲୀପ ମଲ୍ଲିକ, ସନ୍ଦୀପ୍ତ ପୃଷ୍ଟି ଓ କଟକ କମିଶନରେଟ ପୋଲିସର ପ୍ରଫୁଲ୍ଲ କୁମାର ଭୂୟାଁଙ୍କୁ ଗିରଫ କରାଯାଇଛି । ରାକେଟର ମୁଖ୍ୟ ପ୍ରଶାନ୍ତ ପଣ୍ଡା ମଧ୍ୟ ଧରାପଡ଼ିଛନ୍ତି । ଏଥିରେ ଜଡ଼ିତ ବହୁତ ଲୋକ ଫେରାର୍ ଅଛନ୍ତି । ଭୁବନେଶ୍ୱରର ସହ ବାହାରା ରାଜ୍ୟର ଲୋକ ସାମିଲ୍ ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଠକେଇ ମାମଲାର ତଦନ୍ତ ଜାରି ରହିଛି । ଦରକାର ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି । ଅଙ୍ଗାଡ଼ିଆ ସ୍କିମ୍ ମାଧ୍ୟମରେ ଠକେଇ କରାଯାଉଥିଲା । ଏଗ୍ରିମେଣ୍ଟ ପେପର୍ସ ଦେଖାଇ ଠକିବାକୁ ଚେଷ୍ଟା କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ନେଇ ଆଇନତଃ ଉପାୟରେ ଆୟକର ଦେଇ କାରବାର କରୁଥିଲେ ।

https://www.thesakala.in/crime/commissionerate-police-arrested-9-in-angadia-scheme/article-1871
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର