ପୁଅର ତଣ୍ଟିକାଟି ସାବତ ମା’ର ଆତ୍ମହତ୍ୟା !

The Sakala Picture
Published On

କଟକ: କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପାରିବାରିକ କଳହର କରୁଣ ପରିଣତିର ଚିତ୍ର ଦେଖିବାକୁ ମିଳିଛି। ୨ ବର୍ଷର ଛୁଆର ତଣ୍ଟି କାଟି ସାବତ ମା’ ଝୁଲି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି। ମହିଳାଜଣକ ଉକ୍ତ ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି। ଏହାସହ ତଦନ୍ତ […]

କଟକ: କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପାରିବାରିକ କଳହର କରୁଣ ପରିଣତିର ଚିତ୍ର ଦେଖିବାକୁ ମିଳିଛି। ୨ ବର୍ଷର ଛୁଆର ତଣ୍ଟି କାଟି ସାବତ ମା’ ଝୁଲି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି। ମହିଳାଜଣକ ଉକ୍ତ ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି। ଏହାସହ ତଦନ୍ତ ଜାରି ରଖିଛି ପୁଲିସ। ତେବେ ଘଟଣା ପଛର କାରଣ ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ସନ୍ତୋଷ ଖୁଣ୍ଟିଆଙ୍କ ସ୍ତ୍ରୀ ଶିଳ୍ପୀ ଖୁଣ୍ଟିଆ । ସ୍ୱାମୀ-ସ୍ତ୍ରୀ ଉଭୟ ପେଶାରେ ଇଞ୍ଜିନିୟର। ସନ୍ତୋଷଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଶିଳ୍ପୀ। ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ଥିଲା। ତାଙ୍କ ପୁତ୍ରର ନାମ ଶିବାନ ବୋଲି ସୂଚନା ମିଳିଛି।  ପୂର୍ବରୁ ଏହି ଦମ୍ପତିଙ୍କ କଳହ ନେଇ ଥାନାରେ ମାମଲା ହୋଇଥିଲା। ସେଠାରେ ସମସ୍ୟାର ସମାଧାନ ହୋଇଥିଲା। ସାବତ ମା’ ଓ ଛୁଆ ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ହଟି ନ ଥିବା ବେଳେ ଉଭୟ ପରିବାର ପରସ୍ପର ଉପରେ ଦୋଷାରୋପ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

 

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର