ମୁହଁ ଖୋଲିଲେ ମମିତାଙ୍କ ପରିବାର, ନିଜକୁ ଦଣ୍ଡଦେଇ ଗୋବିନ୍ଦ ନିଜ ଅପରାଧ ସ୍ୱୀକାର କରିଛି
ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ଜେଲରେ ଆତ୍ମହତ୍ୟା କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର ଲାଗି ନେବା ନିମନ୍ତେ ଜେଲ କର୍ମଚାରୀମାନେ ତାଙ୍କ କୋଠରୀରେ ପହଞ୍ଚିବା ବେଳେ ସେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିବା ଦେଖା ଯାଇଥିଲା। ଜେଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ କଣ୍ଟାବାଞ୍ଝି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ଏହି […]
ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ଜେଲରେ ଆତ୍ମହତ୍ୟା କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର ଲାଗି ନେବା ନିମନ୍ତେ ଜେଲ କର୍ମଚାରୀମାନେ ତାଙ୍କ କୋଠରୀରେ ପହଞ୍ଚିବା ବେଳେ ସେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିବା ଦେଖା ଯାଇଥିଲା। ଜେଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ କଣ୍ଟାବାଞ୍ଝି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଗୋବିନ୍ଦ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ପୁଲିସ ଡ଼ିଜି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ରେଞ୍ଜ ଜେଲ ଆଇଜି କଣ୍ଟାବାଞ୍ଝି ଜେଲ ପରିଦର୍ଶନ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସେହିପରି ଡ଼ିଜିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ୧୦ ଜଣିଆ ଅଧିକାରୀ ଦଳ କଣ୍ଟାବାଞ୍ଝି ଜେଲରେ ପହଞ୍ଚିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ କଣ୍ଟାବାଞ୍ଝି ଉପ କାରାଗାର ୱାର୍ଡ଼ର ଅକ୍ଷୟ ମହାନ୍ତିଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ରିପୋର୍ଟ ମିଳିବା ପରେ ଅନ୍ୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ତେବେ ଗୋବିନ୍ଦର ଆତ୍ମହତ୍ୟା ପରେ ମମିତା ମେହେରଙ୍କ ପରିବାର ଲୋକ ମୁହଁ ଖୋଲିଛନ୍ତି। ମମିତାଙ୍କ ମାଆ ତୁଳସୀ ମେହେର କହିଛନ୍ତି ଯେ ଆମେ ଚାହୁଁଥିଲୁ ମମିତାର ଯେମିତି ଛଟପଟ ହୋଇ ଜୀବନ ଗଲା, ଗୋବିନ୍ଦର ମଧ୍ୟ ସେମିତି ଜୀବନ ଯାଉ। ଗୋବିନ୍ଦ ଆତ୍ମହତ୍ୟା କରିଛି। ଭଗବାନ ତାକୁ ଦଣ୍ଡ ଦେଇଛନ୍ତି।
ଅନ୍ୟପଟେ ମମିତାଙ୍କ ବଡ଼ବାପା କୌଶିକ ମେହର କହିଛନ୍ତି ଯେ ଆମ ଝିଅ ମମିତା ହତ୍ୟା ଘଟଣାରେ ଗୋବିନ୍ଦ ମୁଖ୍ୟ ନାୟକ। ଷଡ଼ଯନ୍ତ୍ର କରି ସେ ମମିତାକୁ ହତ୍ୟା କରିଥିଲା। ତାକୁ ଦଣ୍ଡ ଦେବା ପାଇଁ ଆମେ ପୁଲିସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲୁ, ସରକାରଙ୍କୁ ଅନୁରୋଧ କରିଥିଲୁ, ଭଗବାନଙ୍କୁ ପ୍ରାର୍ଥର୍ନା କରୁଥିଲୁ। ସେ ଦଣ୍ଡ ପାଇବା ଏକ ପ୍ରକାର ନିଶ୍ଚିତ ଥିଲା। ମାତ୍ର ଆଇନରେ ଦଣ୍ଡ ପାଇବା ପୂର୍ବରୁ ସେ ନିଜକୁ ନିଜେ ଦଣ୍ଡ ଦେଇ ନିଜର ଅପରାଧ ସ୍ୱୀକାର କରିଛି। ଏହି ମାମଲାରେ ଆଉ କିଛି ବ୍ୟକ୍ତି ମଧ୍ୟ ଅଭିଯୁକ୍ତ ଅଛନ୍ତି। ଆଇନ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବ ବୋଲି ଆମେ ଆଶାବାଦୀ ବୋଲି କହିଛନ୍ତି ମମିତାଙ୍କ ବଡ଼ବାପା କୌଶିକ ମେହର।
ସେ କହିଛନ୍ତି ଯେ ମମିତା ନିଖୋଜ ହେବା ଠାରୁ ଗୋବିନ୍ଦ ସାହୁ ଗିରଫ ହେବା ପର୍ଯ୍ୟନ୍ତ ପ୍ରଶାସନ, ପୁଲିସ, ଗଣମାଧ୍ୟମ, ସ୍ଥାନୀୟ ଲୋକଙ୍କ ଅନେକ ସହଯୋଗ ରହିଥିଲା। ଫଳରେ ଗୋବିନ୍ଦ ସାହୁ ଭଳି ଏକ ହତ୍ୟାକାରୀ ଶେଷରେ ଗିରଫ ହୋଇଥିଲା। ଗିରଫ ହେବା ପରେ ଅଦାଲତରେ ସାକ୍ଷ୍ୟ ଦେଇଥିବା ସମସ୍ତ ସାକ୍ଷୀ ଗୋବିନ୍ଦ ବିରୋଧରେ ଦେଇଥିଲେ। ଏପରିକି ତାଙ୍କ ଗାଁ ଲୋକ ମଧ୍ୟ ଗୋବିନ୍ଦ ବିରୋଧରେ ଯାଇଥିଲେ। ଗୋବିନ୍ଦର କିଛି ସମର୍ଥକ ସାକ୍ଷୀ ମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ। ତଥାପି ଆଇନ ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଥିଲା। କିନ୍ତୁ ଆଇନ ଫାଶୀଦଣ୍ଡ ଦେବା ପୂର୍ବରୁ ଭଗବାନ ନିଜେ ଆତ୍ମହତ୍ୟା ରୂପରେ ଦଣ୍ଡ ଦେଇଛନ୍ତି। ଆତ୍ମହତ୍ୟା କରି ଗୋବିନ୍ଦ ନିଜେ କରିଥିବା ଭୁଲକୁ ସ୍ୱୀକାର କରିଥିବା ତାହାର ଆତ୍ମହତ୍ୟା ଘଟଣାରୁ ସ୍ପଷ୍ଟ ହୋଇଛି। ନ୍ୟାୟ ବ୍ୟବସ୍ଥା ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ନିଶ୍ଚିତ ଦଣ୍ଡ ପାଇବେ ବୋଲି କୌଶିକ କହିଛନ୍ତି।