ଗେଷ୍ଟ ହାଉସ୍‌ ନାଁରେ ବର୍ଷ ବର୍ଷ ଧରି ଚାଲିଥିଲା ସେକ୍ସ ର‍୍ୟାକେଟ୍: କୋର୍ଡ ୱାର୍ଡ କହିବା ପରେ ହିଁ ଖୋଲୁଥିଲା ଗେଷ୍ଟ ହାଉସ୍‌ର ଗେଟ୍‌

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ସହର ଟାଟାବେଞ୍ଜ ଛକ ନିକଟରେ ଥିବା ତୁଲସୀ ଗେଷ୍ଟ ହାଉସ୍‌ରେ ଚାଲିଥିବା ସେକ୍ସ ର‍୍ୟାକେଟ ଘଟଣାରେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏସପି ନିଜେ ଚଢଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଏହା ସହ ସେଠାରେ ଥିବା ୧୦ ଜଣ ଗ୍ରାହକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସେମାନଙ୍କୁ ପଚରା ଉଚରା ପରେ ଏହି ସେକ୍ସ ର‍୍ୟାକେଟର ମୁଖ୍ୟ ପରିଚାଳକ ଆସ୍କା ବଜାର ସାହିର ଗୋପୀ ବେହେରା ବୋଲି ଜଣାପଡିବା […]

ବ୍ରହ୍ମପୁର: ବ୍ରହ୍ମପୁର ସହର ଟାଟାବେଞ୍ଜ ଛକ ନିକଟରେ ଥିବା ତୁଲସୀ ଗେଷ୍ଟ ହାଉସ୍‌ରେ ଚାଲିଥିବା ସେକ୍ସ ର‍୍ୟାକେଟ ଘଟଣାରେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏସପି ନିଜେ ଚଢଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଏହା ସହ ସେଠାରେ ଥିବା ୧୦ ଜଣ ଗ୍ରାହକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସେମାନଙ୍କୁ ପଚରା ଉଚରା ପରେ ଏହି ସେକ୍ସ ର‍୍ୟାକେଟର ମୁଖ୍ୟ ପରିଚାଳକ ଆସ୍କା ବଜାର ସାହିର ଗୋପୀ ବେହେରା ବୋଲି ଜଣାପଡିବା ପରେ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଛି । ସେହିପରି ସଦରଥାନା ଅନ୍ତର୍ଗତ ଭୈରବୀ ନଗର ଅଞ୍ଚଳର ସନ୍ଦିଗ୍ଧ ଦଲାଲ ରାଜେଶ କୁମାର ବିଷୋୟୀ ଓ ୧୦ ଜଣ ଗ୍ରାହକଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ଗ୍ରାହକମାନେ ହେଲେ ନୂଆଗାଁ ଅଞ୍ଚଳର ସୁମନ ସାହୁ(୧୮), ସେହି ଅଞ୍ଚଳର ପ୍ରଫୁଲ୍ଳ ସାହୁ(୧୮), ରାଜା ପ୍ରଧାନ(୧୮), ଚନ୍ଦନ କୁମାର ସାହୁ(୧୯), କେ.ଦିବାକର ରେଡ୍ଡୀ(୨୨), ନିତେଶ ସାହୁ(୧୮), ଏସ.କିରଣ ରେଡ୍ଡୀ(୧୮), ଭାଗିରଥୀ ରେଡ୍ଡୀ(୨୨), ରବି କୁମାର ସାହୁ(୨୬) ଓ କେ.ଶଙ୍କର ଆଚାରି(୪୮) ।  ଗିରଫ ଗ୍ରାହକମାନଙ୍କ ମଧ୍ୟର ଅଧିକାଂଶଙ୍କ ବୟସ ୧୮ ବର୍ଷ ହୋଇଥିବା ସେମାନେ ଚିକିଟି ନୂଅ।।ଗାଁ ଅଞ୍ଚଳ ଓ ଗୋପାଳପୁର ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ଚାଞ୍ଚଲ୍ୟକର ଘଟଣା: ଏସଟିଏଫ୍ ଯବାନଙ୍କ ପତ୍ନୀ ଓ ପୁଅକୁ ୩୨ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକା

ସେହିପରି ଉକ୍ତ ସେକ୍ସ ର‍୍ୟାକେଟ୍‌ରୁ ଉଦ୍ଧାର ଯୁବତୀମାନେ କୋଲକତା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବୟସ ୨୧ ରୁ ୨୫ ବର୍ଷ ମଧ୍ୟରେ ବୋଲି ପୁଲିସ କହିଛି । ଗତକାଲି ଯୁବତୀମାନଙ୍କୁ ସମ୍ପୃକ୍ତ ଗେଷ୍ଟ ହାଉସ୍‌ରୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ସକ୍ଷୀ ସେଣ୍ଟରକୁ ପଠା ଯାଇଥିଲା । ପରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ତଦନ୍ତ ଅଧିକାରୀ ତଥା ଡିଏସପି ସନ୍ତୋଷିନି ଓରାମ୍‌ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆସାନସୋଲର ଶୀତଲପୁରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ସିଆଇଏସଏଫ୍ (CISF) ଯବାନଙ୍କ ନାମରେ ଅଭିଯୋଗ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

ସୂଚନାଯୋଗ୍ୟ ଯେ, ଟାଟାବେଞ୍ଜ ଛକ ତୁଳସୀ ଗେଷ୍ଟ ହାଉସ୍‌ରେ ଦୀର୍ଘ କିଛି ବର୍ଷ ଧରି ସେକ୍ସ ର‍୍ୟାକେଟ୍‌ ଚାଲିଥିଲା । ତେବେ ଏ ନେଇ କାହାରିକୁ ଖବର ମିଳୁନଥିଲା । ଚିହ୍ନା ପରିଚୟ ଲୋକ ଏବଂ କୋଡ୍‌ ୱାର୍ଡ କହିବା ପରେ ହିଁ ଗେଷ୍ଟ ହାଉସ୍‌ର ଗେଟ୍‌ ଗ୍ରାହକଙ୍କ ପାଇଁ ଖୋଲା ଯାଉଥିଲା । ଏହି ଖବର ଗତ ୨/୩ ଦିନ ପୂର୍ବେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍‌ଙ୍କ ନିକଟରେ ପହଞ୍ଚିଥିଲା । କିଛି କନଷ୍ଟେବଳ ଏଥିପାଇଁ ଗତକାଲି ରାତି ୯ଟାରୁ ହିଁ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଛପି ରହି ଗେଷ୍ଟ ହାଉସ୍‌ ଉପରେ ନଜର ରଖିବା ସହ କିଏ କିଏ ଯାଉଛନ୍ତି ତାହା ଉପରେ ତୀକ୍ଷଣ ନଜର ରଖିଥିଲେ । କିଛି ଯୁବକ ଉକ୍ତ ଗେଷ୍ଟ ହାଉସ୍‌କୁ ପର୍ଯ୍ୟାୟକ୍ରମେ ଯିବା ପରେ ଘଟଣା ସମ୍ପର୍କରେ ତୁରନ୍ତ ଏସପି ଶ୍ରୀ ବିବେକ୍‌ ଏମ୍‌ଙ୍କୁ ସୂଚିତ କରାଯାଇଥିଲା । ସେ ତୁରନ୍ତ ବୈଦ୍ୟନାଥପୁର ଥାନା ଓ ଗୋସାଣୀନୂଆଗାଁ ଥାନାକୁ ଖବର ଦେଇଥିଲେ । ଉଭୟ ଥାନା ପୁଲିସ ସହ ଏସପି ନିଜେ ଏକ ବାଇକ୍‌ ଯୋଗେ ସେଠାରେ ପହଞ୍ଚି ତୁଳସୀ ଗେଷ୍ଟ ହାଉସ୍‌ରେ ଚଢଉ ଆରମ୍ଭ କରିଥିଲେ । ରାତି ୧୨ଟା ପର୍ଯ୍ୟନ୍ତ ଏହି ଚଢଉ ଜାରି ରହିଥିଲା ।

ଆହୁରି ପଢ଼ନ୍ତୁ: ବିଜେପି ନେତା ହତ୍ୟା ମାମଲା: ୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ, ୨୦୨୫ ଅକ୍ଟୋବରରେ ରୁଜୁ ହୋଇଥିଲା ଏଫଆଇଆର୍

କିଙ୍ଗପିନ୍‌ ଗୋପୀ ଦୀର୍ଘ ବର୍ଷ ଧରି ସହରରେ ଚଲାଉଥିଲେ ର‍୍ୟାକେଟ
ବ୍ରହ୍ମପୁର ସହରରେ ସେକ୍ସ ର‍୍ୟାକେଟ୍‌ ଦୀର୍ଘ ବର୍ଷ ଧରି ଚାଲିଥିବା ବେଳେ ଗତକାଲି ରାତିରେ ତୁଳସୀ ଗେଷ୍ଟ ହାଉସ୍‌ ଚଢଉରେ ର‍୍ୟାକେଟର କିଙ୍ଗପିନ୍‌ ଆସ୍କା ଅଞ୍ଚଳର ଗୋପୀ ବେହେରାଙ୍କ ନାମ ପୁଲିସ ଜାଣିବାକୁ ପାଇଥିଲା । ଗୋପୀଙ୍କ ନିକଟରେ ରହୁଥିବା ଦଲାଲ ରାଜେଶ ବିଷୋୟୀ ମଧ୍ୟ ଏହି ସେକ୍ସ ର‍୍ୟାକେଟ୍‌ରେ ଥିବା ପୁଲିସ ଜାଣିପାରିଥିଲା । ଉଭୟଙ୍କ ନାମରେ ଗୋସାଣୀନୂଆଗାଁ ଥାନାରେ ପୂର୍ବରୁ ସମାନ ମାମଲା ଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ମଧ୍ୟ ସେକ୍ସ ର‍୍ୟାକେଟ ସମ୍ପୃକ୍ତି ମାମଲା ରହିଛି । ଗୋପୀ ଦୀର୍ଘ ବର୍ଷ ହେଲା ବ୍ରହ୍ମପୁର ସହରରେ ଏହି ବ୍ୟବସାୟ କରି ଆସୁଥିବା ବେଳେ ଅନେକ ଥର ଜେଲ ମଧ୍ୟ ଯାଇଛନ୍ତି ।

କୋଲକତାରୁ ଆସୁଥିଲେ ସୁନ୍ଦରୀ ଯୁବତୀ, ସାପ୍ତାହିକ ୧୫ ହଜାରରେ ଅଣାଯାଉଥିଲା
ଗତକାଲି ସେକ୍ସ ର‍୍ୟାକେଟ୍‌ ଉପରେ ପୁଲିସର ଚଢଉ ପରେ ୩ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିଲା । ଏହି ୩ ଜଣଙ୍କୁ ଗେଷ୍ଟ ହାଉସ୍‌ ପରେ ସହରର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ବୋଲି ଜଣାପଡିଛି । କିଙ୍ଗପିନ୍‌ କୋଲକତା ଅଞ୍ଚଳରୁ ଏହି ବଙ୍ଗୀୟ ଯୁବତୀମାନଙ୍କୁ ସାପ୍ତାହିକ ୧୫ ରୁ୨୦ ହଜାର ଟଙ୍କା ବ୍ୟୟରେ ଆଣୁଥିଲେ । ପରେ ସେମାନଙ୍କୁ ଏଠାର ବିଭିନ୍ନ ଗେଷ୍ଟ ହାଉସ୍‌ ଓ ହୋଟେଲ୍‌ ମାନଙ୍କରେ ରଖି ଦଲାଲ୍‌ମାନଙ୍କ ଦ୍ୱାରା ଗ୍ରାହକ ଯୋଗାଡ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ । ସପ୍ତାହ ପରେ ଏହି ଯୁବତୀମାନଙ୍କୁ କଲିକତା ପଠାଇ ସେଠାରୁ ପୁଣି ଟ୍ରେନ୍‌ ଯୋଗେ ଅନ୍ୟ ଯୁବତୀମାନେ ଏଠାକୁ ଆଣୁୁଥିଲେ । କୋଲକତା ସୋନାଗାଛିର କିଛି ଦଲାଲ୍‌ଙ୍କ ସହ ଗୋପୀଙ୍କ ସିଧାସଳଖ ସମ୍ପର୍କ ରହିଥିବା ସନ୍ଦେହ କରାଯାଉଛି । ଫଳରେ ସେ ଅତି ସହଜରେ ଗୋଟିଏ ଫୋନ୍‌ କଲେରେ ବ୍ରହ୍ମପୁରକୁ ସୁନ୍ଦର ସୁନ୍ଦର ଯୁବତୀ ମଗାଉଥିଲେ । କିଛି ଯୁବତୀଙ୍କୁ ସ୍ଥାନୀୟ କିଛି ବ୍ୟବସାୟୀ ଅଧିକ ଟଙ୍କା ଦେଇ ଏକାଧିକ ଦିନ ପାଇଁ ନେଉଥିବା ଜଣାପଡିଛି । ତୁଳସୀ ଗେଷ୍ଟ ହାଉସ୍‌ରେ ଯୁବତୀମାନେ ରହୁଥିବା ବେଳେ ଗ୍ରାହକମାନଙ୍କୁ ଖୁସି କରାଇବା ପାଇଁ ସେଠାରେ ହିଁ ମଦ ଓ ଖାଇବା ମଧ୍ୟ ପରଷାଯାଉଥିଲା । ଏଥି ନିମନ୍ତେ ଜଣେ ଜଣେ ଗ୍ରାହକଙ୍କଠାରୁ ଥରକେ ୪/୫ ହଜାର ଟଙ୍କା ଗୋପୀ ଆଦାୟ କରୁଥିବା ପୁଲିସ ଜାଣିବାକୁ ପାଇଛି ।

୧୮ ବର୍ଷୀୟ ଯୁବକମାନେ ଗ୍ରାହକ ହୋଇ ଆସିଥିଲେ
ଗତକାଲି ଟାଟାବେଞ୍ଜ ଛକ ନିକଟରେ ଥିବା ତୁଳସୀ ଗେଷ୍ଟ ହାଉସ୍‌ରେ ଚଢଉ ବେଳେ ପୁଲିସ ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ସହ ୧୦ ଜଣ ଗ୍ରାହକଙ୍କୁ ଗିରଫ କରିଥିଲେ । ଗିରଫ ୧୦ ଜଣ ଯୁବକମାନଙ୍କ ମଧ୍ୟରେ ୬ ଜଣ ଯୁବକ ୧୮ ବର୍ଷୀୟ ହୋଇଥିବା ଚିନ୍ତାର କାରଣ ହୋଇଛି । ସ୍ୱଳ୍ପ ବୟସର ଏହି ଯୁବକମାନେ ନୂଅ।।ଗାଁ ଓ ଗୋପାଳପୁର ଅଞ୍ଚଳର ବୋଲି ଜଣାପଡିଛି । ଏହିପରି ସଂସ୍ଥା ଚଲାଉଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

01 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର