ପରକୀୟା ପ୍ରୀତି ପାଇଁ ଗଡୁଛି ମୁଣ୍ଡ: ୨ବର୍ଷରେ ରାଜ୍ୟରେ ଗଲାଣି ୫୦ ଜଣଙ୍କ ଜୀବନ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଗତ କିଛିବର୍ଷ ହେବ ପରକୀୟା ପ୍ରୀତି ପାଇଁ ଏକାଧିକ ମୁଣ୍ଡ ଗଡ଼ିବାରେ ଲାଗିଛି। କେଉଁଠି ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ସ୍ୱାମୀ ହତ୍ୟା କଲାଣି ତ, ଆଉ କେଉଁଠି ସ୍ୱାମୀର ଅଗୋଚରରେ ସ୍ତ୍ରୀ ଅନ୍ୟ ପୁରୁଷକୁ ଭଲ ପାଇ ଆତ୍ମହତ୍ୟା କରୁଛନ୍ତି। ପରକୀୟା ପ୍ରୀତି ପାଇଁ ଗତ ୨ବର୍ଷରେ ରାଜ୍ୟରେ ୫୦ ଜଣଙ୍କ ଜୀବନ ଯାଇଛି। ୨୦୨୧ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ଏନ୍‍ସିଆରବି ରିପୋର୍ଟରୁ ଜଣାପଡ଼ିଛି। […]

ଭୁବନେଶ୍ୱର: ରାଜଧାନୀରେ ଗତ କିଛିବର୍ଷ ହେବ ପରକୀୟା ପ୍ରୀତି ପାଇଁ ଏକାଧିକ ମୁଣ୍ଡ ଗଡ଼ିବାରେ ଲାଗିଛି। କେଉଁଠି ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ସ୍ୱାମୀ ହତ୍ୟା କଲାଣି ତ, ଆଉ କେଉଁଠି ସ୍ୱାମୀର ଅଗୋଚରରେ ସ୍ତ୍ରୀ ଅନ୍ୟ ପୁରୁଷକୁ ଭଲ ପାଇ ଆତ୍ମହତ୍ୟା କରୁଛନ୍ତି। ପରକୀୟା ପ୍ରୀତି ପାଇଁ ଗତ ୨ବର୍ଷରେ ରାଜ୍ୟରେ ୫୦ ଜଣଙ୍କ ଜୀବନ ଯାଇଛି। ୨୦୨୧ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ଏନ୍‍ସିଆରବି ରିପୋର୍ଟରୁ ଜଣାପଡ଼ିଛି। କେବଳ ରାଜ୍ୟରେ ନୁହେଁ ଗତ ୫ବର୍ଷରେ ରାଜଧାନୀରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ପରକୀୟା ପ୍ରୀତି ପାଇଁ କେବଳ ୬୦ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ପର ପୁରୁଷକୁ ପ୍ରେମକରି ଆତ୍ମହତ୍ୟା
ଗତ ୩୦ ତାରିଖରେ ଖାରବେଳ ନଗର ଥାନା ଅଧୀନ ଶାସ୍ତ୍ରୀନଗର    ରେ ଶୁଭଶ୍ରୀ ମହାପାତ୍ର ନାମ୍ନୀ ଜଣେ ମହିଳା ପରକୀୟା ପ୍ରୀତି ପାଇଁ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ତାଙ୍କର ୪ ବର୍ଷର ପୁଅ ଏବଂ ସ୍ୱାମୀ ରହିଥିଲେ ମଧ୍ୟ ସ୍କୁଲ ସମୟର ପ୍ରେମିକ ଚିତ୍ତରଞ୍ଜନ ଜେନାଙ୍କୁ ଭଲ ପାଇ ବସିଥିଲେ। ହେଲେ ଚିତ୍ତରଞ୍ଜନଙ୍କ ବିବାହ ପାଇଁ ନିର୍ବନ୍ଧ ହେବା ପରେ ମାନସିକ ଭାରସାମ୍ୟ ହରାଇ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରେମିକ ଚିତ୍ତରଞ୍ଜନ ଫସିଯିବା ଭୟରେ ଶୁଭଶ୍ରୀଙ୍କ ମୃତଦେହ ତଳକୁ ଓହ୍ଲାଇ ବେକରୁ ଓଢ଼ଣୀ କାଢ଼ିଥିଲେ। ପ୍ରମାଣ ଲୁଚାଇବା ଏବଂ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ଗିରଫ କରିଛି।

ଶାଳୀ ସହ ସମ୍ପର୍କ ପାଇଁ ଡବଲ ମର୍ଡର
ଗତ ଏପ୍ରିଲ ୨୪ ତାରିଖରେ ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ପତ୍ନୀ ଗାୟତ୍ରୀ ସେଠୀ ଓ ଶାଳୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ବିଜୟ କେତନ। ବିବାହର ୧୧ବର୍ଷ ପରେ ବି ବଜୟଙ୍କ ପିଲାଛୁଆ ହେଉ ନ ଥିଲା। ପତ୍ନୀ, ଶାଳୀ ଓ ଶଶୁରଘର ଲୋକେ ବିଜୟଙ୍କ ପୁରୁଷପଣିଆକୁ ଧିକ୍କାର କରୁଥିଲେ। ତେଣୁ ବିଜୟର ଶାଳୀ ସହ ପରକୀୟା ସମ୍ପର୍କ ଗଢ଼ି ଉଠିଥିଲା। ତାଙ୍କ ପିଛା ସେ ଟଙ୍କା ଖର୍ଚ୍ଚ କରିଥିଲା। ସ୍ତ୍ରୀ ଘରେ ନଥିବା ସମୟରେ ସେ ଶାଳୀକୁ ଘରକୁ ଆଣୁଥିଲେ। କିନ୍ତୁ ଏହା ତାଙ୍କ ସ୍ତ୍ରୀ ଜାଣିବାରୁ ୩ଜଣଙ୍କ ମଧ୍ୟ ଝଗଡ଼ା ହୋଇଥିଲା। ଫଳରେ ବିଜୟ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା।

ପଡ଼ୋଶୀ ମହିଳାଙ୍କ ସହ ସମ୍ପର୍କରୁ ଆତ୍ମହତ୍ୟା
ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ଲେନ୍‍-୫ରେ ଥିବା ଏକ ଭଡ଼ା ଘରୁ ଗତ ୨୫ ତାରିଖ ଦିନ ପ୍ରଜ୍ଞା ପରମିତା ଦାସ(୩୩)ନାମକ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ କରିବା ପରେ ଆତ୍ମହତ୍ୟା ପଛରେ ସ୍ୱାମୀଙ୍କ ପରକୀୟା ପ୍ରୀତି ପାଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଜଣେ ପଡ଼ୋଶୀ ମହିଳାଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ରହିଥିବା ପ୍ରଜ୍ଞା ଜାଣିବାକୁ ପାଇ ଏଭଳି କରିଥିବା ପୁଲିସ ଜାଣିବାକୁ ପାଇଥିଲା।

ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମୃତ୍ୟୁ
ଗତ ଫେବୃୟାରୀ ୨ରେ ଓୟୁଏଟି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବାସନ୍ତୀ ଜେନାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ତଦନ୍ତ କରିବା ପରେ ପରକୀୟା ପୀତି ଜଣାପଡ଼ିଥିଲା। ତାଙ୍କ ସ୍ୱାମୀ ମଦ ପିଇ ତାଙ୍କୁ ନିର୍ଯାତନା ଦେବା ସହ ଅନ୍ୟ ମହିଳାଙ୍କ ସହ ପରକୀୟା ସମ୍ପର୍କ ରଖିଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା।

ବିବାହ ପାଇଁ ପ୍ରିୟଙ୍କାକୁ ହତ୍ୟା
୨୦୨୧ ଜୁଲାଇ୨୧ରେ ଭିମଟାଙ୍ଗୀ ଅଞ୍ଚଳରେ ରହୁଥିବା ପ୍ରୟଙ୍କା ପ୍ରିୟଦର୍ଶନୀଙ୍କ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ଛୋଟ ପୁଅ ରହିଥିଲା। ହେଲେ କଲେଜ ସମୟର ପୁରୁଷ ବନ୍ଧୁ ଜଗନ୍ନାଥ ପ୍ରଧାନ ସହ ପ୍ରିୟଙ୍କାଙ୍କ ପ୍ରେମ ସମ୍ପର୍କ ରହିଥିଲା। ଯେଉଁଥିପାଇଁ ଜଗନ୍ନାଥ ତାଙ୍କୁ ବିବାହ କରିବାକୁ ଜିଦ୍‍ କରିଥିଲା। ପ୍ରିୟଙ୍କା ରାଜି ନ ହେବାରୁ ତାଙ୍କୁ ଜଗନ୍ନାଥ ହତ୍ୟା କରିଥିଲା।

05 Sep 2022 By The Sakala

https://www.thesakala.in/crime/50-people-died-in-2-years-of-love-affair/article-14719
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର