ଅନ୍‌ଲାଇନ୍ ସପିଙ୍ଗ୍‌ ପାଇଁ ଦେବାକୁ ପଡ଼ିବ ଅତିରିକ୍ତ ୪୯ ଟଙ୍କା, ଲାଗିବ ଅତିରିକ୍ତ ପ୍ରୋସେସିଂ ଫି’

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଅନଲାଇନ୍ ସପିଙ୍ଗ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଲୋକମାନେ ଏବେ ଘରେ ବସି ଆବଶ୍ୟକ ଜିନିଷ ଅର୍ଡର କରୁଛନ୍ତି। ଅନ୍‌ଲାଇନ୍ ସପିଙ୍ଗ୍‌ରେ ଆମାଜନ ଏବଂ ଫ୍ଲିପକାର୍ଟ ବଡ଼ କମ୍ପାନୀ । କିନ୍ତୁ ଏବେ ଅନଲାଇନ୍‌ରେ ସପିଂ କରୁଥିବା ଲୋକଙ୍କୁ ୪୯ ଟଙ୍କା ଅତିରିକ୍ତ ପ୍ରୋସେସିଂ ଫି’ ଦେବାକୁ ପଡିବ, ଯଦି ସେ ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ (ଆଇବିଡି) ଲାଭ ଉଠାନ୍ତି। ଯଦି ବ୍ୟାଙ୍କ ରିଆତି ୫୦୦ ଟଙ୍କାରୁ ଅଧିକ ହୁଏ ତେବେ ଗ୍ରାହକଙ୍କୁ […]

ନୂଆଦିଲ୍ଲୀ : ଦେଶରେ ଅନଲାଇନ୍ ସପିଙ୍ଗ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଲୋକମାନେ ଏବେ ଘରେ ବସି ଆବଶ୍ୟକ ଜିନିଷ ଅର୍ଡର କରୁଛନ୍ତି। ଅନ୍‌ଲାଇନ୍ ସପିଙ୍ଗ୍‌ରେ ଆମାଜନ ଏବଂ ଫ୍ଲିପକାର୍ଟ ବଡ଼ କମ୍ପାନୀ । କିନ୍ତୁ ଏବେ ଅନଲାଇନ୍‌ରେ ସପିଂ କରୁଥିବା ଲୋକଙ୍କୁ ୪୯ ଟଙ୍କା ଅତିରିକ୍ତ ପ୍ରୋସେସିଂ ଫି’ ଦେବାକୁ ପଡିବ, ଯଦି ସେ ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ (ଆଇବିଡି) ଲାଭ ଉଠାନ୍ତି। ଯଦି ବ୍ୟାଙ୍କ ରିଆତି ୫୦୦ ଟଙ୍କାରୁ ଅଧିକ ହୁଏ ତେବେ ଗ୍ରାହକଙ୍କୁ ଅତିରିକ୍ତ ୪୯ ଟଙ୍କା ଦେବାକୁ ପଡିବ, ଯାହା ତାଙ୍କର ମୋଟ ସଞ୍ଚୟକୁ ପ୍ରଭାବିତ କରିବ। ଏହି ଶୁଳ୍କ ଆମାଜନ ଦ୍ୱାରା ଲାଗୁ କରାଯାଇଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ୫ ଓ ଡିଜେଲ ୩ ଟଙ୍କା ଶସ୍ତା; ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଲା ଏହି ତୈଳ କମ୍ପାନୀ...

ରିପୋର୍ଟ ଅନୁସାରେ, ଏହି ଚାର୍ଜ ଆମାଜନ ପ୍ରାଇମ ସଦସ୍ୟଙ୍କ ଉପରେ ମଧ୍ୟ ଲାଗୁ ହେବ। ଆମାଜନ ଅନୁଯାୟୀ, ବ୍ୟାଙ୍କ ଅଫରଗୁଡ଼ିକର ମ୍ୟାନେଜ, ଏକତ୍ରୀକରଣ ଏବଂ ପ୍ରକ୍ରିୟାକରଣ ଖର୍ଚ୍ଚକୁ ଭରଣା କରିବା ପାଇଁ ଏହି ଶୁଳ୍କ ଆଦାୟ କରାଯାଉଛି । ଯଦି ଜଣେ ଗ୍ରାହକ ୧୦,୦୦୦ ଟଙ୍କାର କ୍ରୟ କରନ୍ତି ଏବଂ ୧୦% ଅର୍ଥାତ୍ ୧୦୦୦ ଟଙ୍କା ବ୍ୟାଙ୍କ ରିଆତି ପାଆନ୍ତି, ତେବେ ତାଙ୍କୁ ୯,୦୦୦ ଟଙ୍କା ପରିବର୍ତ୍ତେ ୯,୦୪୯ ଟଙ୍କା ଦେବାକୁ ପଡିବ। ଫ୍ଲିପକାର୍ଟ ପୂର୍ବରୁ ଏପରି ପ୍ରୋସେସିଂ ଫି’ ନେଉଛି। ଏବେ ଆମାଜନ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛି। ଯଦିଓ ଗ୍ରାହକ ଅର୍ଡର ବାତିଲ କରନ୍ତି କିମ୍ବା ଫେରସ୍ତ କରନ୍ତି, ତଥାପି ୪୯ ଟଙ୍କା ପ୍ରୋସେସିଂ ଫି’ ଫେରସ୍ତ କରାଯିବ ନାହିଁ।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

26 Mar 2025 By The Sakala

ଅନ୍‌ଲାଇନ୍ ସପିଙ୍ଗ୍‌ ପାଇଁ ଦେବାକୁ ପଡ଼ିବ ଅତିରିକ୍ତ ୪୯ ଟଙ୍କା, ଲାଗିବ ଅତିରିକ୍ତ ପ୍ରୋସେସିଂ ଫି’

ନୂଆଦିଲ୍ଲୀ : ଦେଶରେ ଅନଲାଇନ୍ ସପିଙ୍ଗ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଲୋକମାନେ ଏବେ ଘରେ ବସି ଆବଶ୍ୟକ ଜିନିଷ ଅର୍ଡର କରୁଛନ୍ତି। ଅନ୍‌ଲାଇନ୍ ସପିଙ୍ଗ୍‌ରେ ଆମାଜନ ଏବଂ ଫ୍ଲିପକାର୍ଟ ବଡ଼ କମ୍ପାନୀ । କିନ୍ତୁ ଏବେ ଅନଲାଇନ୍‌ରେ ସପିଂ କରୁଥିବା ଲୋକଙ୍କୁ ୪୯ ଟଙ୍କା ଅତିରିକ୍ତ ପ୍ରୋସେସିଂ ଫି’ ଦେବାକୁ ପଡିବ, ଯଦି ସେ ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ (ଆଇବିଡି) ଲାଭ ଉଠାନ୍ତି। ଯଦି ବ୍ୟାଙ୍କ ରିଆତି ୫୦୦ ଟଙ୍କାରୁ ଅଧିକ ହୁଏ ତେବେ ଗ୍ରାହକଙ୍କୁ ଅତିରିକ୍ତ ୪୯ ଟଙ୍କା ଦେବାକୁ ପଡିବ, ଯାହା ତାଙ୍କର ମୋଟ ସଞ୍ଚୟକୁ ପ୍ରଭାବିତ କରିବ। ଏହି ଶୁଳ୍କ ଆମାଜନ ଦ୍ୱାରା ଲାଗୁ କରାଯାଇଛି।

ରିପୋର୍ଟ ଅନୁସାରେ, ଏହି ଚାର୍ଜ ଆମାଜନ ପ୍ରାଇମ ସଦସ୍ୟଙ୍କ ଉପରେ ମଧ୍ୟ ଲାଗୁ ହେବ। ଆମାଜନ ଅନୁଯାୟୀ, ବ୍ୟାଙ୍କ ଅଫରଗୁଡ଼ିକର ମ୍ୟାନେଜ, ଏକତ୍ରୀକରଣ ଏବଂ ପ୍ରକ୍ରିୟାକରଣ ଖର୍ଚ୍ଚକୁ ଭରଣା କରିବା ପାଇଁ ଏହି ଶୁଳ୍କ ଆଦାୟ କରାଯାଉଛି । ଯଦି ଜଣେ ଗ୍ରାହକ ୧୦,୦୦୦ ଟଙ୍କାର କ୍ରୟ କରନ୍ତି ଏବଂ ୧୦% ଅର୍ଥାତ୍ ୧୦୦୦ ଟଙ୍କା ବ୍ୟାଙ୍କ ରିଆତି ପାଆନ୍ତି, ତେବେ ତାଙ୍କୁ ୯,୦୦୦ ଟଙ୍କା ପରିବର୍ତ୍ତେ ୯,୦୪୯ ଟଙ୍କା ଦେବାକୁ ପଡିବ। ଫ୍ଲିପକାର୍ଟ ପୂର୍ବରୁ ଏପରି ପ୍ରୋସେସିଂ ଫି’ ନେଉଛି। ଏବେ ଆମାଜନ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛି। ଯଦିଓ ଗ୍ରାହକ ଅର୍ଡର ବାତିଲ କରନ୍ତି କିମ୍ବା ଫେରସ୍ତ କରନ୍ତି, ତଥାପି ୪୯ ଟଙ୍କା ପ୍ରୋସେସିଂ ଫି’ ଫେରସ୍ତ କରାଯିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp