ସୁନ୍ଦରପଦା ଆଜାଦ ନଗର ବିସ୍ଫୋରଣ ମାମଲା: ୟୁପିରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା NIA

Madhusudan Das Picture
Published On

ଭୁବନେଶ୍ୱର: ଆଜାଦ ନଗର ବିସ୍ଫୋରଣ ମାମଲାରେ ୟୁପିରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା NIA ।  ଭୁବନେଶ୍ୱରର ସୁନ୍ଦରପଦା ଅନ୍ତର୍ଗତ ଆଜାଦ ନଗରରେ ପ୍ରାୟ ୭ ମାସ ତଳେ ଘଟିଥିବା ଭୟାବହ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ରୋହନ ରଞ୍ଜନ ରାଉତରାୟ ଏବଂ ତାଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଦେଶ ମାଟିରେ ଇତିହାସ ରଚିଲେ ଓଡ଼ିଆ ଧାବକ ଅନିମେଶ କୁଜୁର, ୧୦୦ ମିଟରରେ କଲେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

NIA ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ରୋହନଙ୍କ ଘର ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଏବଂ ସେ ଏହି ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖରେ ଆଜାଦ ନଗର ସ୍ଥିତ ଏକ ଘରେ ଦେଶୀୟ ଜ୍ଞାନକୌଶଳରେ ତିଆରି ବୋମା ବା ଆଇଇଡି (IED) ପ୍ରସ୍ତୁତ କରାଯାଉଥିବା ସମୟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଟ୍ରଲର ବୁଡ଼ି ୯ ମତ୍ସ୍ୟଜୀବୀଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶେହନବାଜ ମଲ୍ଲିକ ଉରଫ ମାଫି ଏବଂ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ଗୁରୁତର ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମାଆଙ୍କର ପ୍ରାଣହାନି ଘଟିଥିଲା। ଏହି ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ତଦନ୍ତ ଭାର ଗ୍ରହଣ କରିବା ପରେ ଏନଆଇଏ ଘଟଣାସ୍ଥଳରେ ଟିକନିଖି ଯାଞ୍ଚ କରିଥିଲା।

ଆହୁରି ପଢ଼ନ୍ତୁ: ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଅଘଟଣ: ୬୦୦ ମିଟର ଖାଲକୁ ଖସି ପଡିଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ତଦନ୍ତ ବେଳେ ଏଜେନ୍ସି ବିପୁଳ ପରିମାଣର ଆରଡିଏକ୍ସ ଜବତ କରିଥିଲା। ଏତେ ପରିମାଣର ବିସ୍ଫୋରକ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବାର ଥିଲା, ତାହାକୁ ନେଇ ସୁରକ୍ଷା ଏଜେନ୍ସିର ଉଦବେଗ ବଢ଼ିଥିଲା।

ବର୍ତ୍ତମାନ ତଦନ୍ତକାରୀ ଦଳ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀର ଉତ୍ସ, ଏହାକୁ ଯୋଗାଇଥିବା ନେଟୱର୍କ ଏବଂ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛନ୍ତି। ଏହି ଘଟଣାର କୌଣସି ବଡ଼ ଅପରାଧିକ କିମ୍ବା ଆତଙ୍କବାଦୀ ଷଡ଼ଯନ୍ତ୍ର ସହିତ ଲିଙ୍କ ରହିଛି କି ନାହିଁ, ସେ ନେଇ ପ୍ରମାଣ ଯୋଗାଡ଼ କରିବାକୁ ଏନଆଇଏ ଏକାଧିକ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରିଛି। ବର୍ତ୍ତମାନ ସୁନ୍ଦରପଦା ବିସ୍ଫୋରଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ଏବଂ ତଦନ୍ତକାରୀ ସଂସ୍ଥା ଏହି ଘଟଣାର ଚେର ଖୋଜିବା ପାଇଁ ବିଭିନ୍ନ ଦିଗରେ ତନାଘନା ଚଳାଇଛି।

08 Jul 2026 By Madhusudan Das

ସୁନ୍ଦରପଦା ଆଜାଦ ନଗର ବିସ୍ଫୋରଣ ମାମଲା: ୟୁପିରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା NIA

ଭୁବନେଶ୍ୱର: ଆଜାଦ ନଗର ବିସ୍ଫୋରଣ ମାମଲାରେ ୟୁପିରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା NIA ।  ଭୁବନେଶ୍ୱରର ସୁନ୍ଦରପଦା ଅନ୍ତର୍ଗତ ଆଜାଦ ନଗରରେ ପ୍ରାୟ ୭ ମାସ ତଳେ ଘଟିଥିବା ଭୟାବହ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ରୋହନ ରଞ୍ଜନ ରାଉତରାୟ ଏବଂ ତାଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି।

NIA ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ରୋହନଙ୍କ ଘର ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଏବଂ ସେ ଏହି ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖରେ ଆଜାଦ ନଗର ସ୍ଥିତ ଏକ ଘରେ ଦେଶୀୟ ଜ୍ଞାନକୌଶଳରେ ତିଆରି ବୋମା ବା ଆଇଇଡି (IED) ପ୍ରସ୍ତୁତ କରାଯାଉଥିବା ସମୟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶେହନବାଜ ମଲ୍ଲିକ ଉରଫ ମାଫି ଏବଂ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ଗୁରୁତର ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମାଆଙ୍କର ପ୍ରାଣହାନି ଘଟିଥିଲା। ଏହି ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ତଦନ୍ତ ଭାର ଗ୍ରହଣ କରିବା ପରେ ଏନଆଇଏ ଘଟଣାସ୍ଥଳରେ ଟିକନିଖି ଯାଞ୍ଚ କରିଥିଲା।

ତଦନ୍ତ ବେଳେ ଏଜେନ୍ସି ବିପୁଳ ପରିମାଣର ଆରଡିଏକ୍ସ ଜବତ କରିଥିଲା। ଏତେ ପରିମାଣର ବିସ୍ଫୋରକ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବାର ଥିଲା, ତାହାକୁ ନେଇ ସୁରକ୍ଷା ଏଜେନ୍ସିର ଉଦବେଗ ବଢ଼ିଥିଲା।

ବର୍ତ୍ତମାନ ତଦନ୍ତକାରୀ ଦଳ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀର ଉତ୍ସ, ଏହାକୁ ଯୋଗାଇଥିବା ନେଟୱର୍କ ଏବଂ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛନ୍ତି। ଏହି ଘଟଣାର କୌଣସି ବଡ଼ ଅପରାଧିକ କିମ୍ବା ଆତଙ୍କବାଦୀ ଷଡ଼ଯନ୍ତ୍ର ସହିତ ଲିଙ୍କ ରହିଛି କି ନାହିଁ, ସେ ନେଇ ପ୍ରମାଣ ଯୋଗାଡ଼ କରିବାକୁ ଏନଆଇଏ ଏକାଧିକ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରିଛି। ବର୍ତ୍ତମାନ ସୁନ୍ଦରପଦା ବିସ୍ଫୋରଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ଏବଂ ତଦନ୍ତକାରୀ ସଂସ୍ଥା ଏହି ଘଟଣାର ଚେର ଖୋଜିବା ପାଇଁ ବିଭିନ୍ନ ଦିଗରେ ତନାଘନା ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର