ଅର୍ଥନୀତି ସହ ସମାନ ବେଗରେ ବଢ଼ୁଛି ସିଗାରେଟ୍ ଅର୍ଥନୀତି, ଭାରତରେ ୫୭% ମୃତ୍ୟୁ ଘଟଣା ପାଇଁ ସିଗାରେଟ୍ ଦାୟୀ

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ଦେଶ ଦ୍ରୁତ ଗତିରେ ବିକାଶ କରୁଛି। ଖୁବ୍ ଶୀଘ୍ର ଅର୍ଥନୀତି ୫ ଟ୍ରିଲିୟନ୍ ଡଲାର ଛୁଇଁବ ବୋଲି ଆଶା କରାଯାଉଛି। ସେହିପରି ଦେଶର ଅର୍ଥନୀତି ସହ ସମାନ ବେଗରେ ବଢ଼ୁଛି ସିଗାରେଟ୍ ଅର୍ଥନୀତି। କାରଣ ସିଗାରେଟ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଦେଶର ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ମୃତ୍ୟୁ ହାର କ୍ଷେତ୍ରରେ ସିଗାରେଟ ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ବହୁତ ଅଧିକ। ଭାରତରେ ସମୁଦାୟ ମୃତ୍ୟୁର ୫୭ ପ୍ରତିଶତ […]

ନୂଆଦିଲ୍ଲୀ: ସମ୍ପ୍ରତି ଦେଶ ଦ୍ରୁତ ଗତିରେ ବିକାଶ କରୁଛି। ଖୁବ୍ ଶୀଘ୍ର ଅର୍ଥନୀତି ୫ ଟ୍ରିଲିୟନ୍ ଡଲାର ଛୁଇଁବ ବୋଲି ଆଶା କରାଯାଉଛି। ସେହିପରି ଦେଶର ଅର୍ଥନୀତି ସହ ସମାନ ବେଗରେ ବଢ଼ୁଛି ସିଗାରେଟ୍ ଅର୍ଥନୀତି। କାରଣ ସିଗାରେଟ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଦେଶର ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହୋଇଥାଏ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ମୃତ୍ୟୁ ହାର କ୍ଷେତ୍ରରେ ସିଗାରେଟ ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ବହୁତ ଅଧିକ। ଭାରତରେ ସମୁଦାୟ ମୃତ୍ୟୁର ୫୭ ପ୍ରତିଶତ ପାଇଁ ସିଗାରେଟ୍ ଦାୟୀ। ଭାରତ ସରକାର ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧.୦୪ ପ୍ରତିଶତ ଜନ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି। ଯାହାର ଏକ ବଡ଼ ଅଂଶ ତମାଖୁ ସେବନକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ତଥା ବିଭିନ୍ନ ଅଭିଯାନ ଚଳାଇବାରେ ଲାଗିଛି। ତେବେ ସିଗାରେଟ୍ ଅର୍ଥନୀତି ହେତୁ ଜିଡିପି ଉପରେ ଖର୍ଚ୍ଚ ମଧ୍ୟ ସମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶରେ ୩୫-୬୯ ବୟସ ବର୍ଗର ଲୋକମାନେ ଏହି ରୋଗର ଶିକାର ହେଉଛନ୍ତି। ଭାରତ ସରକାର ରୋଜଗାର କରୁଥିବା ପ୍ରତି ୧୦୦ ଟଙ୍କା ପାଇଁ ଉତ୍ପାଦ ଶୁଳ୍କରେ ୮୧୬ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି କୁହାଯାଉଛି। ସେହିପରି ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ କର୍କଟ ରୋଗର ମୋଟ ୨୭% ଘଟଣା ପାଇଁ ସିଗାରେଟ୍ ହିଁ ଦାୟୀ।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

ସିଗାରେଟ୍ ଅର୍ଥନୀତି କଣ?
ସିଗାରେଟ୍ ବ୍ୟବହାର କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ ଉତ୍ପାଦକ ଏବଂ ଦ୍ୱିତୀୟ ବୃହତ ଉପଭୋକ୍ତା। ଅର୍ଥାତ୍ ଭାରତରେ ବହୁମାତ୍ରାରେ ସିଗାରେଟ୍ ଉତ୍ପାଦନ କରାଯାଉଥିବାବେଳେ ଚାହିଦା ପୂରଣ ପାଇଁ ବାହାରୁ ସିଗାରେଟ୍‌ ଆମଦାନୀ କରାଯାଇଥାଏ। ଚଳିତବର୍ଷର ସାଧାରଣ ବଜେଟରେ ସିଗାରେଟ ଉପରେ ୧୬% ଟିକସ ବୃଦ୍ଧି କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଳେ। ଏହି ବଜେଟରେ ସରକାର ପାନ-ମସାଲା, ବିଡି-ସିଗାରେଟ୍‌ ଉପରେ ଜାତୀୟ ବିପର୍ୟ୍ୟୟ କଣ୍ଟିଜେଣ୍ଟ ଡ୍ୟୁଟି (ଏନସିସିଡି)କୁ ମଧ୍ୟ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ ପେଟ୍ରୋଲ ,ଡିଜେଲ ଏବଂ ଇସ୍ପାତ ପରେ କେନ୍ଦ୍ର ସରକାର ସିଗାରେଟ୍‌ରୁ ସର୍ବାଧିକ ଟିକସ ପାଉଛନ୍ତି।

ଚଳିତବର୍ଷର ବଜେଟ୍ ଅଧିବେଶନ ପରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକବର୍ଷରେ ସରକାର ୧୯ ହଜାର କୋଟି ଟଙ୍କା (୧୯,୩୨୮.୮୧) କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା ଟିକସ ସଂଗ୍ରହ କରିଛନ୍ତି। ଯାହା FY ୨୦୨୧ ତୁଳନାରେ ୧୭ ହଜାର (୧୭,୦୭୮.୭୨) କୋଟିରୁ ଅଧିକ ରହିଥିଲା। ସରକାରଙ୍କ ଅନୁଯାୟୀ, ତମାଖୁରୁ ଟିକସ ସଂଗ୍ରହ ଏହା ସହ ଜଡିତ ସଚେତନତା କାର୍ୟ୍ୟକ୍ରମ ଇତ୍ୟାଦି ପାଇଁ ବ୍ୟବହହାର କରାଯାଇଥାଏ। ତେବେ ଚଳିତ ଆର୍ଥିକବର୍ଷର ସାଧାରଣ ବଜେଟ୍‌ ଅର୍ଥାତ୍ ୨୦୨୩-୨୪ରେ କେନ୍ଦ୍ର ଅର୍ଥମନ୍ତ୍ରୀ ସିଗାରେଟ୍ ଉପରେ ଟିକସ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଶେଷରେ ଏହା କୁହାଯାଇପାରେ ଯେ, ଯଦିଓ ସିଗାରେଟ ପାଇଁ ଦେଶର ଅର୍ଥନୀତିରେ ବୃଦ୍ଧି ଘଟାଉଛି କିନ୍ତୁ ଏହା ପାଇଁ ଆମକୁ ଅଧିକ କ୍ଷତି ମଧ୍ୟ ସହିବାକୁ ପଡୁଛି।

14 Dec 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର