ଭାରତୀୟ ସେୟାର ବଜାରରେ ନୂଆ ରେକର୍ଡ: ୫୫ ହଜାର ଅତିକ୍ରମ କଲା ସେନସେକ୍ସ

The Sakala Picture
Published On

ମୁମ୍ବାଇ: ଭାରତୀୟ ସେୟାର ମାର୍କେଟରେ ନୂଆ ରେକର୍ଡ କରିଛି ସେନସେକ୍ସ । ପ୍ରଥମ ଥର ପାଇଁ ୫୫ ହଜାର ଅତିକ୍ରମ କରିଛି ସେନସେକ୍ସ । ଯାହା ଫଳରେ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ନିଫ୍ଟି ବି ପାର୍ ହୋଇଛି ୧୬ ହଜାର ୪୦୦ । ବିଏସଇ ଓ ନିଫ୍ଟିରେ ଏହି ଉଲ୍ଲେଖନୀୟ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଖେଳିଛି । ଆଜି ଷ୍ଟକମାର୍କେଟ ଖୋଲିବା ମାତ୍ରେ ବଡ ବଡ କମ୍ପାନୀଙ୍କ ସେୟାର କିଣାବିକା […]

ମୁମ୍ବାଇ: ଭାରତୀୟ ସେୟାର ମାର୍କେଟରେ ନୂଆ ରେକର୍ଡ କରିଛି ସେନସେକ୍ସ । ପ୍ରଥମ ଥର ପାଇଁ ୫୫ ହଜାର ଅତିକ୍ରମ କରିଛି ସେନସେକ୍ସ । ଯାହା ଫଳରେ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ନିଫ୍ଟି ବି ପାର୍ ହୋଇଛି ୧୬ ହଜାର ୪୦୦ ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ବିଏସଇ ଓ ନିଫ୍ଟିରେ ଏହି ଉଲ୍ଲେଖନୀୟ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଖେଳିଛି । ଆଜି ଷ୍ଟକମାର୍କେଟ ଖୋଲିବା ମାତ୍ରେ ବଡ ବଡ କମ୍ପାନୀଙ୍କ ସେୟାର କିଣାବିକା ଜୋର ଧରିଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଜଗତ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୬ ପ୍ରତିଶତ ଥିବାବେଳେ ଜୁଲାଇରେ ଏହି ହାର ୫.୫୯ ପ୍ରତିଶତକୁ ଖସିଥିଲା ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

ଫଳସ୍ୱରୂପ ଷ୍ଟକ ବଜାରରେ ସୂଚକାଙ୍କ ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ସଂକଟ ସତ୍ୱେ ଷ୍ଟକ ମାର୍କେଟର ଏହି ଅଭିବୃଦ୍ଧି ଅର୍ଥନୀତି ଲାଗି ଶୁଭ ସୂଚନା ପ୍ରଦାନ କରିଛି । ଆଜି ବିଭିନ୍ନ ବ୍ୟାଙ୍କ ସମେତ ଷ୍ଟିଲ, ମେଡିସିନ, ମୋବାଇଲ ସେବାପ୍ରଦାନକାରୀ କମ୍ପାନୀଙ୍କ ସେୟାର ଅଧିକ କିଣାବିକା ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

13 Aug 2021 By The Sakala

ଭାରତୀୟ ସେୟାର ବଜାରରେ ନୂଆ ରେକର୍ଡ: ୫୫ ହଜାର ଅତିକ୍ରମ କଲା ସେନସେକ୍ସ

ମୁମ୍ବାଇ: ଭାରତୀୟ ସେୟାର ମାର୍କେଟରେ ନୂଆ ରେକର୍ଡ କରିଛି ସେନସେକ୍ସ । ପ୍ରଥମ ଥର ପାଇଁ ୫୫ ହଜାର ଅତିକ୍ରମ କରିଛି ସେନସେକ୍ସ । ଯାହା ଫଳରେ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ନିଫ୍ଟି ବି ପାର୍ ହୋଇଛି ୧୬ ହଜାର ୪୦୦ ।

ବିଏସଇ ଓ ନିଫ୍ଟିରେ ଏହି ଉଲ୍ଲେଖନୀୟ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଖେଳିଛି । ଆଜି ଷ୍ଟକମାର୍କେଟ ଖୋଲିବା ମାତ୍ରେ ବଡ ବଡ କମ୍ପାନୀଙ୍କ ସେୟାର କିଣାବିକା ଜୋର ଧରିଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଜଗତ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୬ ପ୍ରତିଶତ ଥିବାବେଳେ ଜୁଲାଇରେ ଏହି ହାର ୫.୫୯ ପ୍ରତିଶତକୁ ଖସିଥିଲା ।

ଫଳସ୍ୱରୂପ ଷ୍ଟକ ବଜାରରେ ସୂଚକାଙ୍କ ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ସଂକଟ ସତ୍ୱେ ଷ୍ଟକ ମାର୍କେଟର ଏହି ଅଭିବୃଦ୍ଧି ଅର୍ଥନୀତି ଲାଗି ଶୁଭ ସୂଚନା ପ୍ରଦାନ କରିଛି । ଆଜି ବିଭିନ୍ନ ବ୍ୟାଙ୍କ ସମେତ ଷ୍ଟିଲ, ମେଡିସିନ, ମୋବାଇଲ ସେବାପ୍ରଦାନକାରୀ କମ୍ପାନୀଙ୍କ ସେୟାର ଅଧିକ କିଣାବିକା ହୋଇଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp