ରିଜର୍ଭ ବ୍ୟାଙ୍କର ଉଦ୍‌ବେଗ: ଠକେଇ ପାଇଁ ବ୍ୟବହାର ହେଉଛି ଲକ୍ଷାଧିକ ବ୍ୟାଙ୍କ ଆକାଉଣ୍ଟ

The Sakala Picture
Published On

ମୁମ୍ବଇ: ଦେଶର ବିଭିନ୍ନ ବ୍ୟାଙ୍କରେ ଲକ୍ଷାଧିକ ଆକାଉଣ୍ଟ ରହିଛି ଯାହା ମାଧ୍ୟମରେ ଋଣ ଠକେଇ କରାଯାଉଥିବା ଖବର ସାମ୍ନାକୁ ଆସିଛି। ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅବଗତ ହେବା ପରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଏହି ବିଷୟକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିନେଇ ପ୍ରୟାସ ଆରମ୍ଭ କରିଛି। ନିକଟରେ ବିଭିନ୍ନ ବ୍ୟାଙ୍କ ଏବଂ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କ ମୁଖ୍ୟ ବିତ୍ତୀୟ ଅଧିକାରୀ ଏବଂ ଇଣ୍ଟରନାଲ ଅଡିଟରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା […]

ମୁମ୍ବଇ: ଦେଶର ବିଭିନ୍ନ ବ୍ୟାଙ୍କରେ ଲକ୍ଷାଧିକ ଆକାଉଣ୍ଟ ରହିଛି ଯାହା ମାଧ୍ୟମରେ ଋଣ ଠକେଇ କରାଯାଉଥିବା ଖବର ସାମ୍ନାକୁ ଆସିଛି। ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅବଗତ ହେବା ପରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଏହି ବିଷୟକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିନେଇ ପ୍ରୟାସ ଆରମ୍ଭ କରିଛି। ନିକଟରେ ବିଭିନ୍ନ ବ୍ୟାଙ୍କ ଏବଂ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କ ମୁଖ୍ୟ ବିତ୍ତୀୟ ଅଧିକାରୀ ଏବଂ ଇଣ୍ଟରନାଲ ଅଡିଟରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ବିଷୟରେ ଜାଣିବାକୁ ପାଇଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଦେଶର ବିଭିନ୍ନ ବ୍ୟାଙ୍କରେ ରହିଥିବା ଲକ୍ଷାଧିକ ଆକାଉଣ୍ଟ କେବଳ ଠକେଇ କାରବାର କିମ୍ବା ଋଣ ‘ ଏଭର ଗ୍ରିନିଂ’ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏଭରଗ୍ରିନିଂ ହେଉଛି ଏକ ପ୍ରକ୍ରିୟା ଯାହାକି ଋଣଗ୍ରହୀତାଙ୍କୁ ମୂଳ ବାବଦ କିସ୍ତି ବଦଳରେ କେବଳ ସୁଧ ପୈଠ କରିବାକୁ ସୁଯୋଗ ଦେଇଥାଏ। ଯଦି ଜଣେ କୌଣସି ବ୍ୟାଙ୍କରୁ ଋଣ ନିଅନ୍ତି ତେବେ ଋଣ ପରିଶୋଧ ଅବଧି ଅନୁସାରେ ତାଙ୍କୁ ଠିକଣା ସମୟରେ ମୂଳଧନ ସହିତ ସୁଧ ଦେବାକୁ ପଡ଼ିଥାଏ। କିନ୍ତୁ ଏଭରଗ୍ରୀନ୍‌ ଲୋନ କ୍ଷେତ୍ରରେ ଋଣ ଗ୍ରହୀତା କେବଳ ସୁଧ ପୈଠ କରି ମୂଳଧନ ପରିଶୋଧ କରିନଥାଆନ୍ତି। ଯାହାକି ବ୍ୟାଙ୍କିଙ୍ଗ କ୍ଷେତ୍ର ପରିଚାଳନା ପାଇଁ ଚିନ୍ତାର ବିଷୟ ବୋଲି ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ସ୍ବାମୀନାଥନ ଜେ କହିଛନ୍ତି। ବିଭିନ୍ନ ବ୍ୟାଙ୍କରେ ଏଭଳି ଲକ୍ଷ ଲକ୍ଷ ଆକାଉଣ୍ଟ ମାଧ୍ୟମରେ ଠକେଇ କାରବାର କରାଯିବା ସହିତ ଏଭରଗ୍ରୀନ ଲୋନ୍‌କୁ ପ୍ରଶୟ ଦିଆଯାଉଛି ବୋଲି ସେ କହିଛନ୍ତି। ବିଭିନ୍ନ ବ୍ୟାଙ୍କର ଆଭ୍ୟନ୍ତରୀଣ ଅଡିଟ୍କୁ ନେଇ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଅଡିଟର ଏବଂ ମୁଖ୍ୟ ବିତ୍ତୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ବେଳେ ଏଭଳି ବିଷୟ ସାମ୍ନାକୁ ଆସିଥିବାରୁ ଏହାର ତୁରନ୍ତ ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

11 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp