ଖସିଲା ଅଶୋଧିତ ତେଲ ଦର : ଦେଶରେ କମିବ ପେଟ୍ରୋଲ, ଡିଜେଲ ଦର !

The Sakala Picture
Published On

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି ମିଳିବା ସମ୍ଭାବନା ଦେଖାଦେଇଛି। ଏହାର ମୁଖ୍ୟ କାରଣ ହେଉଛି ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ। ବିଶ୍ବ ତୈଳ ବଜାରକୁ ଏବେ ମାନ୍ଦାବସ୍ଥା ଭୟ ଘାରିଛି। ଏହାର ପ୍ରଭାବରେ ନିକଟରେ ବ୍ୟାରେଲ ପିଛା ୧୨୩ ଡଲାର ଛୁଇଁଥିବା ଆମେରିକାର ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌(ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ଖସିଆସିଛି। ଚାହିଦାରେ ହ୍ରାସ ଯୋଗୁ ବଜାରରେ ମୂଲ୍ୟ […]

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି ମିଳିବା ସମ୍ଭାବନା ଦେଖାଦେଇଛି। ଏହାର ମୁଖ୍ୟ କାରଣ ହେଉଛି ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ। ବିଶ୍ବ ତୈଳ ବଜାରକୁ ଏବେ ମାନ୍ଦାବସ୍ଥା ଭୟ ଘାରିଛି। ଏହାର ପ୍ରଭାବରେ ନିକଟରେ ବ୍ୟାରେଲ ପିଛା ୧୨୩ ଡଲାର ଛୁଇଁଥିବା ଆମେରିକାର ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌(ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ଖସିଆସିଛି। ଚାହିଦାରେ ହ୍ରାସ ଯୋଗୁ ବଜାରରେ ମୂଲ୍ୟ ତୈଳ ଖସିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଇନ୍ଧନ ସଙ୍କଟ ଓ ପଶ୍ଚିମ ଏସିଆ ବିବାଦ: ୨୯ଟି ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଣ ହ୍ରାସ କଲା ଏୟାର ଇଣ୍ଡିଆ

ଅପରପକ୍ଷେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ (ଓପେକ୍‌) ଜୁଲାଇ ଏବଂ ଅଗଷ୍ଟରେ ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଓପେକ୍‌ ଦୈନିକ ତୈଳ ଉତ୍ପାଦନ ୬,୪୮,୦୦୦ ବ୍ୟାରେଲକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଏହାହେଲେ ବଜାରରେ ଆଉ ଚାହିଦା ଯୋଗାଣ ଜନିତ ସ୍ଥିତି ଦେଖିବାକୁ ମିଳିବନାହିଁ। ଫଳରେ ବଜାରରେ ଅଶୋଧିତ ତୈଳ ଅଧିକ ଖସିବ। ବିଶ୍ବ ବଜାରରେ ମୂଲ୍ୟ ଖସୁଥିବାରୁ ଏଭଳି ସ୍ଥିତିରେ ଘରୋଇ ବଜାରରେ ଖୁବ୍‌ ଉଚ୍ଚରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ଘଟିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: NEET-UG ୨୦୨୬ ପୁନଃ ପରୀକ୍ଷା ତାରିଖ ଘୋଷଣା କଲା NTA: ଜୁନ୍ ୨୧ରେ ହେବ ପରୀକ୍ଷା

22 Jun 2022 By The Sakala

ଖସିଲା ଅଶୋଧିତ ତେଲ ଦର : ଦେଶରେ କମିବ ପେଟ୍ରୋଲ, ଡିଜେଲ ଦର !

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି ମିଳିବା ସମ୍ଭାବନା ଦେଖାଦେଇଛି। ଏହାର ମୁଖ୍ୟ କାରଣ ହେଉଛି ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ। ବିଶ୍ବ ତୈଳ ବଜାରକୁ ଏବେ ମାନ୍ଦାବସ୍ଥା ଭୟ ଘାରିଛି। ଏହାର ପ୍ରଭାବରେ ନିକଟରେ ବ୍ୟାରେଲ ପିଛା ୧୨୩ ଡଲାର ଛୁଇଁଥିବା ଆମେରିକାର ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌(ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ଖସିଆସିଛି। ଚାହିଦାରେ ହ୍ରାସ ଯୋଗୁ ବଜାରରେ ମୂଲ୍ୟ ତୈଳ ଖସିବାରେ ଲାଗିଛି।

ଅପରପକ୍ଷେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ (ଓପେକ୍‌) ଜୁଲାଇ ଏବଂ ଅଗଷ୍ଟରେ ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଓପେକ୍‌ ଦୈନିକ ତୈଳ ଉତ୍ପାଦନ ୬,୪୮,୦୦୦ ବ୍ୟାରେଲକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଏହାହେଲେ ବଜାରରେ ଆଉ ଚାହିଦା ଯୋଗାଣ ଜନିତ ସ୍ଥିତି ଦେଖିବାକୁ ମିଳିବନାହିଁ। ଫଳରେ ବଜାରରେ ଅଶୋଧିତ ତୈଳ ଅଧିକ ଖସିବ। ବିଶ୍ବ ବଜାରରେ ମୂଲ୍ୟ ଖସୁଥିବାରୁ ଏଭଳି ସ୍ଥିତିରେ ଘରୋଇ ବଜାରରେ ଖୁବ୍‌ ଉଚ୍ଚରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ଘଟିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର