ଓଏସ୍‌ଏଲ୍‌ର ନିର୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ “ଟାଇମ୍‌ସ ଡାଇନାମିକ୍ ଏଣ୍ଟ୍ରପ୍ରେନ୍ୟୁଅର ଅଫ୍ ଦି ଇୟର’ପୁରସ୍କାର

The Sakala Picture
Published On

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଟାଇମ୍‌ସ ବିଜନେସ୍ ଆୱାର୍ଡସ୍ ୨୦୨୧-୨୨ରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଗ୍ରୁପ୍‌ର ଯୁବ ନିର୍ଦେଶକ ଶ୍ରୀ ଚର୍ଚ୍ଚିତ ମିଶ୍ର ସମ୍ମାନଜନକ “ଟାଇମସ୍ ଡାଇନାମିକ୍ ଏଟଂରପ୍ରେନ୍ୟୁଆ ଅଫ୍ ଦି ଇୟର’ ପୁରସ୍କାର ହାସଲ କରିଛନ୍ତିି । ଓଏସ୍ଏଲ୍ ଗ୍ରୁପ୍ ତରଫରୁ ଶ୍ରୀ ଦୀନେଶ କୁମାର ପରିଡା ସିନିୟର ମ୍ୟାନେଜର, ମାର୍କେଟିଂ ଏହି ପୁରସ୍କାର ଗ୍ରହଣ କରିଥିଲେ | ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ଶ୍ରୀଯୁକ୍ତ […]

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଟାଇମ୍‌ସ ବିଜନେସ୍ ଆୱାର୍ଡସ୍ ୨୦୨୧-୨୨ରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଗ୍ରୁପ୍‌ର ଯୁବ ନିର୍ଦେଶକ ଶ୍ରୀ ଚର୍ଚ୍ଚିତ ମିଶ୍ର ସମ୍ମାନଜନକ “ଟାଇମସ୍ ଡାଇନାମିକ୍ ଏଟଂରପ୍ରେନ୍ୟୁଆ ଅଫ୍ ଦି ଇୟର’ ପୁରସ୍କାର ହାସଲ କରିଛନ୍ତିି । ଓଏସ୍ଏଲ୍ ଗ୍ରୁପ୍ ତରଫରୁ ଶ୍ରୀ ଦୀନେଶ କୁମାର ପରିଡା ସିନିୟର ମ୍ୟାନେଜର, ମାର୍କେଟିଂ ଏହି ପୁରସ୍କାର ଗ୍ରହଣ କରିଥିଲେ |

ଆହୁରି ପଢ଼ନ୍ତୁ: ଘରୋଇ ବଜାରରେ ଚିନି ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ସେପ୍ଟେମ୍ବର ୨୦୨୬ ଯାଏଁ ଚିନି ରପ୍ତାନି ଉପରେ କଟକଣା

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ଶ୍ରୀଯୁକ୍ତ ବିଶାଲ ଦେବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଆଇଆରଟିଏସ୍ ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର, ଆର୍ସେଲର ମିତଲ ନିପନ ଷ୍ଟିଲ ଇଣ୍ଡିଆ, ଓଡ଼ିଶାର କାର୍ଯ୍ୟନିର୍ବାହୀ ନିର୍ଦେଶକ-ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟସ୍ ଶ୍ରୀଯୁକ୍ତ ଟି ଏସ୍ ସାନଭୋଗ, ବରିଷ୍ଠ ବ୍ୟବସାୟ ନେତୃବୃନ୍ଦ, ବିଶିଷ୍ଟ ଶିଳ୍ପପତି, ଉଦ୍ୟୋଗୀ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧିର ପ୍ରଭାବ: ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା, ଡଲାର ତୁଳନାରେ ୯୬ ପାର୍

ଏହି ସମ୍ମାନଜନକ ପୁରସ୍କାର ହାସଲ କରି ଓଏସ୍‌ଏଲ୍ ଗ୍ରୁପ୍‌ର ନିର୍ଦେଶକ ଚର୍ଚ୍ଚିତ ମିଶ୍ର କହିଛନ୍ତି ଯେ, “ଏହି ପୁରସ୍କାର ହାସଲ କରି ମୁଁ ଅତ୍ୟନ୍ତ କୃତଜ୍ଞ ଯାହା କର୍ପୋରେଟ୍ ଭାରତରେ ଉତ୍କର୍ଷର ଏକ ମାନଦଣ୍ଡ । ପୂର୍ବ ଭାରତରେ ବିଭିନ୍ନ ବ୍ୟବସାୟ ଯଥା ସିପିଂ, ମାଇନିଂ, ଲଜିଷ୍ଟିକ୍ସ ଓ ରପ୍ତାନି ଉପରେ ଆମ କଂପାନି ପ୍ରଦାନ କରୁଥିବା ଗୁରୁତ୍ୱ ପ୍ରତି ଏହି ପୁରସ୍କାର ହେଉଛି ମାନ୍ୟତା ।’’“ପରିସୀମାକୁ ବ୍ୟାପକ କରିବା ଓ ଆମର ବ୍ୟବସାୟ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିଟି ଆହ୍ୱାନକୁ ସୁଯୋଗ ଭାବେ ଗ୍ରହଣ କରି ଉତ୍କର୍ଷ ହାସଲ କରିବା ଲାଗି ଉଦ୍ୟମ କରିବା ସର୍ବଦା ଆମର ଲକ୍ଷ୍ୟ ହୋଇ ରହିଛଇ । ଆମେ ବିଭିନ୍ନ ଦାତବ୍ୟ କାର୍ଯ୍ୟ ସହିତ ଜଡ଼ିତ ରହିଛୁ ଏବଂ ଆମେ ବାସ କରୁଥିବା ସ୍ଥାନର ଆଖପାଖକୁ ଆହୁରି ଉନ୍ନତ କରିବାର ପରମ୍ପରାକୁ ଆଗକୁ ବଢ଼ାଇ ମୁଁ କୃତଜ୍ଞ ମନେ କରୁଛି ବୋଲି ଏହି ଓଏସ୍‌ଏଲ୍ ଗ୍ରୁପର ଏହି ଯୁବ ନିର୍ଦେଶକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରୁଷିଆରୁ ସମୁଦ୍ର ପଥରେ ଆସୁଥିବା ତୈଳ ଉପରେ କଟକଣା କୋହଳ ଅବଧି ବଢ଼ାଇଲା ଆମେରିକା: ଭାରତ ପାଇଁ ଏହାର ଅର୍ଥ କ'ଣ?

ଓଏସ୍‌ଏଲ୍ ଗ୍ରୁପ୍‌ର ନିର୍ଦେଶକ ଚର୍ଚ୍ଚିର୍ତ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, “ଅତୁଳନୀୟ ପ୍ରତିବଦ୍ଧତା ଓ ସମାଜ ପ୍ରତି ଯତ୍ନ ଦ୍ୱାରା ଭାରତର ପୂର୍ବ ଊପକୂଳରେ ଏକ ବୃହତ କର୍ପୋରେଟ୍ ସଂସ୍ଥାରେ ଓଏସ୍‌ଏଲ୍ ଗ୍ରୁପ୍ ପରିଣତ ହୋଇପାରିଛି । ଏହି ପୁରସ୍କାର ମିଳିତ ଭାବେ ଓଏସ୍‌ଏଲ୍ ଗ୍ରୁପ୍‌ର ସମ୍ପୂର୍ଣ୍ଣ ଟିମ୍‌କୁ ଯାଉଛି ଓ ଓଏସ୍‌ଏଲ୍ ଗ୍ରୁପ୍ ତରଫରୁ ମୁଁ ଏହି ପୁରସ୍କାର ଗ୍ରହଣ କରିଛି । ସଂସ୍ଥାର ପରମ୍ପରା ଯାହା ଭଲ କାମ କରୁଛି ଏବଂ ଯେଉଁ ସମାଜରୁ ଆସିଛି ତାହାକୁ ଫେରସ୍ତ କରୁଥିବାକୁ ମୁଁ ଆଗକୁ ବଢ଼ାଇବାକୁ ଚାହୁଛି ।’’

ଉଲ୍ଲେଖଯୋଗ୍ୟ, ଓଏସଏଲ୍ ହେଉଛି ଭାରତର ପୂର୍ବ ଉପକୂଳ ବନ୍ଦରରେ ଏକ ପ୍ରମୁଖ ଷ୍ଟିଭେଡୋରିଂ ଓ ପଣ୍ୟ ପରିଚାଳନା କଂପାନି ଓ ବର୍ତମାନ ଏହା ବିଭିନ୍ନ କ୍ଷେତ୍ରର ୫୦ ନିୟୁତ ଟନ୍‌ରୁ ଅଧିକ ପଣ୍ୟ ପରିଚାଳନା କରୁଛି । ଓଏସ୍‌ଏଲ୍‌ର ମୂଳ କାର୍ଯ୍ୟକାରିତା କ୍ଷେତ୍ରରେ ସାମିଲ ରହିଛି ଷ୍ଟିଭେଡୋରିଂ, ପ୍ରକଳ୍ପ ପଣ୍ୟ ପରିଚାଳନା, ସିଆଣ୍ଡ୍‌ଏଫ୍ କାର୍ଯ୍ୟକଳାପ, କଷ୍ଟମ ହାଉସ ଏଜେନ୍ସି ଓ ଷ୍ଟିମର ଏଜେନ୍ସି ଇତ୍ୟାଦି । ଏହା ବ୍ୟତୀତ ଏହି ଗ୍ରୁପ୍ ଖଣି, ପରିବହନ, ଆତିଥେୟତା, ଡ୍ରେଜିଂ ଓ ଗୋଦାମ ଆଦି କ୍ଷେତ୍ରରେ ସକ୍ରିୟ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଦ୍ୟମିତା ଓ ବ୍ୟବସାୟ ସଫଳତା ପାଇଁ ଶିଳ୍ପରେ ଶ୍ରେଷ୍ଠ ଓ ଉଜ୍ଜ୍ୱଳ ଉଦ୍ୟୋଗୀଙ୍କୁ “ଟାଇମ୍‌ସ ବିଜନେସ୍ ଆୱାର୍ଡ୍‌ସ’ ସମ୍ମାନିତ କରୁଛି । ପ୍ରତିବର୍ଷ ନିଜ ବ୍ୟବସାୟ କ୍ଷେତ୍ରରେ ଉଦାହରଣ ସୃଷ୍ଟିକାରୀ ଓ ଭିତି ସ୍ଥାପନକାରୀ ପ୍ରଦର୍ଶନ ପାଇଁ ମଧ୍ୟ ବିଜେତାଙ୍କୁ ଟାଇମ୍‌ସ ବିଜନେସ୍ ଆୱାର୍ଡସ୍ ମାନ୍ୟତା ପ୍ରଦାନ କରୁଛି । ବର୍ତମାନ ଏହି ପୁରସ୍କାର ହେଉଛି ଭାରତର କର୍ପୋରେଟ୍‌ରେ ଉତ୍କର୍ଷର ମାନଦଣ୍ଡ ।

29 May 2022 By The Sakala

ଓଏସ୍‌ଏଲ୍‌ର ନିର୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ “ଟାଇମ୍‌ସ ଡାଇନାମିକ୍ ଏଣ୍ଟ୍ରପ୍ରେନ୍ୟୁଅର ଅଫ୍ ଦି ଇୟର’ପୁରସ୍କାର

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଟାଇମ୍‌ସ ବିଜନେସ୍ ଆୱାର୍ଡସ୍ ୨୦୨୧-୨୨ରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଗ୍ରୁପ୍‌ର ଯୁବ ନିର୍ଦେଶକ ଶ୍ରୀ ଚର୍ଚ୍ଚିତ ମିଶ୍ର ସମ୍ମାନଜନକ “ଟାଇମସ୍ ଡାଇନାମିକ୍ ଏଟଂରପ୍ରେନ୍ୟୁଆ ଅଫ୍ ଦି ଇୟର’ ପୁରସ୍କାର ହାସଲ କରିଛନ୍ତିି । ଓଏସ୍ଏଲ୍ ଗ୍ରୁପ୍ ତରଫରୁ ଶ୍ରୀ ଦୀନେଶ କୁମାର ପରିଡା ସିନିୟର ମ୍ୟାନେଜର, ମାର୍କେଟିଂ ଏହି ପୁରସ୍କାର ଗ୍ରହଣ କରିଥିଲେ |

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ଶ୍ରୀଯୁକ୍ତ ବିଶାଲ ଦେବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଆଇଆରଟିଏସ୍ ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର, ଆର୍ସେଲର ମିତଲ ନିପନ ଷ୍ଟିଲ ଇଣ୍ଡିଆ, ଓଡ଼ିଶାର କାର୍ଯ୍ୟନିର୍ବାହୀ ନିର୍ଦେଶକ-ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟସ୍ ଶ୍ରୀଯୁକ୍ତ ଟି ଏସ୍ ସାନଭୋଗ, ବରିଷ୍ଠ ବ୍ୟବସାୟ ନେତୃବୃନ୍ଦ, ବିଶିଷ୍ଟ ଶିଳ୍ପପତି, ଉଦ୍ୟୋଗୀ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ସମ୍ମାନଜନକ ପୁରସ୍କାର ହାସଲ କରି ଓଏସ୍‌ଏଲ୍ ଗ୍ରୁପ୍‌ର ନିର୍ଦେଶକ ଚର୍ଚ୍ଚିତ ମିଶ୍ର କହିଛନ୍ତି ଯେ, “ଏହି ପୁରସ୍କାର ହାସଲ କରି ମୁଁ ଅତ୍ୟନ୍ତ କୃତଜ୍ଞ ଯାହା କର୍ପୋରେଟ୍ ଭାରତରେ ଉତ୍କର୍ଷର ଏକ ମାନଦଣ୍ଡ । ପୂର୍ବ ଭାରତରେ ବିଭିନ୍ନ ବ୍ୟବସାୟ ଯଥା ସିପିଂ, ମାଇନିଂ, ଲଜିଷ୍ଟିକ୍ସ ଓ ରପ୍ତାନି ଉପରେ ଆମ କଂପାନି ପ୍ରଦାନ କରୁଥିବା ଗୁରୁତ୍ୱ ପ୍ରତି ଏହି ପୁରସ୍କାର ହେଉଛି ମାନ୍ୟତା ।’’“ପରିସୀମାକୁ ବ୍ୟାପକ କରିବା ଓ ଆମର ବ୍ୟବସାୟ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିଟି ଆହ୍ୱାନକୁ ସୁଯୋଗ ଭାବେ ଗ୍ରହଣ କରି ଉତ୍କର୍ଷ ହାସଲ କରିବା ଲାଗି ଉଦ୍ୟମ କରିବା ସର୍ବଦା ଆମର ଲକ୍ଷ୍ୟ ହୋଇ ରହିଛଇ । ଆମେ ବିଭିନ୍ନ ଦାତବ୍ୟ କାର୍ଯ୍ୟ ସହିତ ଜଡ଼ିତ ରହିଛୁ ଏବଂ ଆମେ ବାସ କରୁଥିବା ସ୍ଥାନର ଆଖପାଖକୁ ଆହୁରି ଉନ୍ନତ କରିବାର ପରମ୍ପରାକୁ ଆଗକୁ ବଢ଼ାଇ ମୁଁ କୃତଜ୍ଞ ମନେ କରୁଛି ବୋଲି ଏହି ଓଏସ୍‌ଏଲ୍ ଗ୍ରୁପର ଏହି ଯୁବ ନିର୍ଦେଶକ କହିଛନ୍ତି ।

ଓଏସ୍‌ଏଲ୍ ଗ୍ରୁପ୍‌ର ନିର୍ଦେଶକ ଚର୍ଚ୍ଚିର୍ତ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, “ଅତୁଳନୀୟ ପ୍ରତିବଦ୍ଧତା ଓ ସମାଜ ପ୍ରତି ଯତ୍ନ ଦ୍ୱାରା ଭାରତର ପୂର୍ବ ଊପକୂଳରେ ଏକ ବୃହତ କର୍ପୋରେଟ୍ ସଂସ୍ଥାରେ ଓଏସ୍‌ଏଲ୍ ଗ୍ରୁପ୍ ପରିଣତ ହୋଇପାରିଛି । ଏହି ପୁରସ୍କାର ମିଳିତ ଭାବେ ଓଏସ୍‌ଏଲ୍ ଗ୍ରୁପ୍‌ର ସମ୍ପୂର୍ଣ୍ଣ ଟିମ୍‌କୁ ଯାଉଛି ଓ ଓଏସ୍‌ଏଲ୍ ଗ୍ରୁପ୍ ତରଫରୁ ମୁଁ ଏହି ପୁରସ୍କାର ଗ୍ରହଣ କରିଛି । ସଂସ୍ଥାର ପରମ୍ପରା ଯାହା ଭଲ କାମ କରୁଛି ଏବଂ ଯେଉଁ ସମାଜରୁ ଆସିଛି ତାହାକୁ ଫେରସ୍ତ କରୁଥିବାକୁ ମୁଁ ଆଗକୁ ବଢ଼ାଇବାକୁ ଚାହୁଛି ।’’

ଉଲ୍ଲେଖଯୋଗ୍ୟ, ଓଏସଏଲ୍ ହେଉଛି ଭାରତର ପୂର୍ବ ଉପକୂଳ ବନ୍ଦରରେ ଏକ ପ୍ରମୁଖ ଷ୍ଟିଭେଡୋରିଂ ଓ ପଣ୍ୟ ପରିଚାଳନା କଂପାନି ଓ ବର୍ତମାନ ଏହା ବିଭିନ୍ନ କ୍ଷେତ୍ରର ୫୦ ନିୟୁତ ଟନ୍‌ରୁ ଅଧିକ ପଣ୍ୟ ପରିଚାଳନା କରୁଛି । ଓଏସ୍‌ଏଲ୍‌ର ମୂଳ କାର୍ଯ୍ୟକାରିତା କ୍ଷେତ୍ରରେ ସାମିଲ ରହିଛି ଷ୍ଟିଭେଡୋରିଂ, ପ୍ରକଳ୍ପ ପଣ୍ୟ ପରିଚାଳନା, ସିଆଣ୍ଡ୍‌ଏଫ୍ କାର୍ଯ୍ୟକଳାପ, କଷ୍ଟମ ହାଉସ ଏଜେନ୍ସି ଓ ଷ୍ଟିମର ଏଜେନ୍ସି ଇତ୍ୟାଦି । ଏହା ବ୍ୟତୀତ ଏହି ଗ୍ରୁପ୍ ଖଣି, ପରିବହନ, ଆତିଥେୟତା, ଡ୍ରେଜିଂ ଓ ଗୋଦାମ ଆଦି କ୍ଷେତ୍ରରେ ସକ୍ରିୟ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଦ୍ୟମିତା ଓ ବ୍ୟବସାୟ ସଫଳତା ପାଇଁ ଶିଳ୍ପରେ ଶ୍ରେଷ୍ଠ ଓ ଉଜ୍ଜ୍ୱଳ ଉଦ୍ୟୋଗୀଙ୍କୁ “ଟାଇମ୍‌ସ ବିଜନେସ୍ ଆୱାର୍ଡ୍‌ସ’ ସମ୍ମାନିତ କରୁଛି । ପ୍ରତିବର୍ଷ ନିଜ ବ୍ୟବସାୟ କ୍ଷେତ୍ରରେ ଉଦାହରଣ ସୃଷ୍ଟିକାରୀ ଓ ଭିତି ସ୍ଥାପନକାରୀ ପ୍ରଦର୍ଶନ ପାଇଁ ମଧ୍ୟ ବିଜେତାଙ୍କୁ ଟାଇମ୍‌ସ ବିଜନେସ୍ ଆୱାର୍ଡସ୍ ମାନ୍ୟତା ପ୍ରଦାନ କରୁଛି । ବର୍ତମାନ ଏହି ପୁରସ୍କାର ହେଉଛି ଭାରତର କର୍ପୋରେଟ୍‌ରେ ଉତ୍କର୍ଷର ମାନଦଣ୍ଡ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର